Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନବବର୍ଷକୁ ଆକର୍ଷଣୀୟ କରିବା ପାଇଁ ରାଜଧାନୀରେ ଲାଗିଛି ଫୁଲର ପସରା

Odisha

ନବବର୍ଷକୁ ଆକର୍ଷଣୀୟ କରିବା ପାଇଁ ରାଜଧାନୀରେ ଲାଗିଛି ଫୁଲର ପସରା

Manini Pattanayak
Browse all articles by Manini Pattanayak
·2 years ago·2 min read
ନବବର୍ଷକୁ ଆକର୍ଷଣୀୟ କରିବା ପାଇଁ ରାଜଧାନୀରେ ଲାଗିଛି ଫୁଲର ପସରା

ଭୁବନେଶ୍ୱର: ୨୦୨୪କୁ ସ୍ୱାଗତ । । ଆଉ ଏ ସ୍ୱାଗତକୁ ଆହୁରି ମନଲୋଭା ଓ ଆକର୍ଷଣୀୟ କରିବା ପାଇଁ ରାଜଧାନୀରେ ଲାଗିଛି ଫୁଲର ପସରା। ନାଲି, ନେଳି, ଗୋଲାପି, ଧଳା, ହଳଦିଆ ରଙ୍ଗର ରାଜଧାନୀ ରାସ୍ତା ସଜେଇ ହୋଇଛି।  ଆପଣ ଦେଖୁଥିବା ଦୃଶ୍ୟଟି କୌଣସି ଗାର୍ଡେନର ନୁହେଁ ବରଂ ଆସନ୍ତାକାଲି  ବିକ୍ରି ପାଇଁ ଆସିଥିବା  ରଙ୍ଗ ବେରଙ୍ଗ ଫୁଲ ପସରା । ଗୋଲାପ, ଆର୍କିଟ, ଲିଲୀୟମ, ବାର୍ଡ ଅଫ ପାରାଡାଇଜ, ରଜନିଗନ୍ଧା, ବିଭିନ୍ନ ଘାସ ଫୁଲ ମଧ୍ୟ ଲୋକଙ୍କ ମନକୁ  ଆକର୍ଶିତ କରୁଛି। ଆଜି ସନ୍ଧ୍ୟାରୁ ବଢିବ ମାର୍କେଟରେ ଲୋକଙ୍କ ଭିଡ଼। କିଏ  ଆଜି ନିଜ ପ୍ରୀୟଜନଙ୍କୁ ଭେଟି ଫୁଲ ତୋଡା ହେବ ତ  ଆଉ କିଏ ଭଗବାନଙ୍କୁ ଗେଣ୍ଡୁ ଫୁଲ ଲଗାଇ ନୂଆ ବର୍ଷର ଶୁଭ ମନାସିବ। ଥାଇଲାଣ୍ଡ, ବ୍ୟାଂକଙ୍କ ଭଳି ଦେଶରୁ ଆସିଛି ବିଭିନ୍ନ ପ୍ରକାର ଫୁଲ। ସେହିଭଳି ବାଙ୍ଗାଲୋର, ଓ କଲିକତାରୁ ଆସିଛି କିଛି ଭିନ୍ନ ରଙ୍ଗର ଗୋଲାପ । ଗୋଟିଏ ଗୋଟିଏ ବୁକେର ମୂଲ୍ୟ ୧୦୦ରୁ ଆରମ୍ଭ ହୋଇ ୫୦୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେବା ନେଇ କହିଛନ୍ତି ଫୁଲ ବ୍ୟବସାୟୀ ।  ପାଖାପାଖି ୟୁନିଟ ୧ ବ୍ୟବସାୟୀ ଆଣିଛନ୍ତି ୧ କୋଟି ଟଙ୍କାରୁ ଅଧିକ ଫୁଲ।

ରାଜଧାନୀରେ କେବଳ ଫୁଲ ବ୍ୟବସାୟୀ ନୁହେଁ ମିଠା ଦୋକାନରେ ମଧ୍ୟ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଆସନ୍ତାକାଲି ପାଇଁ ଆଜିଠୁ ନିଜ ପରିବାର ପାଇଁ ମିଠା କିଣିଛନ୍ତି ଲୋକେ। ରସଗୋଲା, ଗୋଲାପଜାମୁ, ରସମଲେଇ, କାଜୁ ବରଫି, ଖିରି ଚମଚମ, ମୋତିଚୁର ଲଡୁ, ମି ଦାନା ଲଡୁ, ପେଡା, ସୁଗାର ଫ୍ରି ମିଠାର ଭେରାଇଟି, ବେସନ ଲଡୁ, ଗୋନଦ ଲଡୁ, କ୍ଷୀର ସାଗର, ମଲାଇ ରୋଲ, କାନପୁର ଲଡୁ, ଛେନାପୋଡ଼,କ୍ଷୀର କଦମ ଭଳି  ୩୦ ପ୍ରକାରରୁ ଉର୍ଧ୍ଵ ଭେରାଇଟିର ମିଠା ଦୋକାନ ରେ ସଜା ହେଲାଣି।ସବୁ ପ୍ରକାର ମିଠା ର ଅଲଗା ଅଲଗା ଦାମ ମଧ୍ୟ ରହିଛି।  ତେବେ ଇଂରାଜୀ ନୂଆ ବର୍ଷ ପାଇଁ କିଛି ଏଭଳି ରହିଛି ଭୁବନେଶ୍ୱର ମାର୍କେଟରେ ଲୋକଙ୍କ ଭିଡ଼ ଏବଂ ବିଭିନ୍ନ ଜିନିଷର ଚାହିଦା। 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
To make the new year attractive, the capital is decorated with flowers | Argus News