Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସୁପର Sundayରେ ସୁପର ସୋ'

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ସୁପର Sundayରେ ସୁପର ସୋ'

Key Points

 

  • ସୁପର Sundayରେ ସୁପର ସୋ'
  • ଆଗେ ରାହୁଲ, ପରେ ନଡ୍ଡା
  • ନିର୍ବାଚନକୁ ନେଇ ହାଇଭୋଲଟେଜ୍‌ ପ୍ରଚାର

ଅର୍ଗସ ବ୍ୟୁରୋ : ୨୪ ନିର୍ବାଚନ, ହାଇଭୋଲଟେଜ୍‌ ପ୍ରଚାର । ନିର୍ବାଚନ ରଣକ୍ଷେତ୍ର ପ୍ରସ୍ତୁତ, କର୍ମୀ ପ୍ରସ୍ତୁତ । ଏବେ ଲଢେଇ ହେବ ସାନଦାର, ଦମଦାର...ଧମାକାଦାର । କାରଣ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ଦୁଇ ଦଳର ହେଭିୱେଟ୍‌ ନେତା । ଓଡ଼ିଶାରେ ରାହୁଲ ପହଞ୍ଚିସାରିଥିବା ବେଳେ ଅପରାହ୍ମରେ ନଡ୍ଡା ପହଞ୍ଚିବେ । ତେଣୁ ଉଭୟଙ୍କ ଗସ୍ତ ବିଜେପି ଓ କଂଗ୍ରେସ ପାଇଁ ଉତ୍ସାହ ଭରୁଥିବା ବେଳେ ବିଜେଡି ଲାଗି ଚିନ୍ତା ବଢାଇଛି ।

ଶାହ ଗଲେ, ନଡ୍ଡା ଆସିବେ । ବିଜେପି ନେତାଙ୍କ ଏବେ ଘନଘନ ଓଡ଼ିଶା ଗସ୍ତ । କାରଣ ପୂର୍ବରୁ ସୋନପୁର ଗସ୍ତରେ ଆସି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟ ସରକାରଙ୍କ ଉପରେ ସିଧାସଳଖ ହମଲା କରିଥିଲେ । କହିଥିଲେ, ରାମ ମନ୍ଦିରକୁ ନେଇ ପୂରା ଦେଶ ଯେତେବେଳେ ଉତ୍ସବ ମନାଉଥିଲା ସେତେବେଳେ ଏ ସରକାର ସେ ଉତ୍ସବକୁ ନବନାଇବାକୁ ଚକ୍ରାନ୍ତ କରିଥିଲେ । ଦେଶର ବିକାଶ କେମିତି ହେବ ସେନେଇ ମୋଦି ସରକାର ସବୁବେଳେ ବ୍ୟସ୍ତ । ଆତଙ୍କବାଦ, ନକ୍ସଲବାଦକୁ ସମାପ୍ତ ପାଇଁ ଚେଷ୍ଟା କରୁଛି କେନ୍ଦ୍ର ସରକାର ।  

ଖାଲି ଏତିକି ନୁହେଁ ବରଂ ମୋଦି ସରକାର ଗରିବଙ୍କୁ ଚାଉଳ ଦେଲେ, ନବୀନ ବାବୁ ନାଁ ନେଉଛନ୍ତି । କେନ୍ଦ୍ରର ଯୋଜନା ଥିବା ପରେ ବି ଫଟୋ ମାରି ମିଛ ଗୁଜବ କରୁଛନ୍ତି ନବୀନ । ଓଡ଼ିଶାବାସୀଙ୍କୁ ଆୟୁଷ୍ମାନ ଭାରତ ସୁଫଳ ମିଳୁନାହିଁ...ନବୀନ ବାବୁଙ୍କୁ ଡର ଲାଗୁଛି କାଳେ ଯୋଜନା କାର୍ଯ୍ୟକାରୀ ହେଲେ ହେଲେ ମୋଦି ନାଁ ନେଇଯିବେ ।  ତେଣୁ ସମୟ ଆସିଛି...ବିଜେପି ସରକାର ବନାନ୍ତୁ, ଆୟୁଷ୍ମାନ ଯୋଜନା ଲାଗୁ ହେବ ବୋଲି ଶାହ କହିଥିଲେ...ଆଉ ପୁଣି ଥରେ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ନଡ୍ଡା । ତେଣୁ ସେ ବି ରାଜ୍ୟ ସରକାରଙ୍କ ଉପରେ ହମଲା କରିବେ ବୋଲି ଚର୍ଚ୍ଚା ଜୋର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏପଟେ, ଓଡ଼ିଶା କଂଗ୍ରେସ ପାଇଁ ପ୍ରଚାରର ଆଜି ଶୁଭ ଦେବେ ରାହୁଲ ଗାନ୍ଧୀ । ଭୁବନେଶ୍ବରେ ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରୁ ହେଲିକପ୍ଟର ଯୋଗେ ସିଧାଯିବେ ଉତ୍କଳ ଗୌରବ ମଧସୁଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁରକୁ ଯାଇ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସାଲେପୁରରେ ଏକ ସାଧାରଣ ସଭାରେ ଉଦବୋଧନ ରଖିବେ । ତେବେ ରାହୁଲ ବି ନବୀନଙ୍କୁ ନିଶାନା କରୁଥିବା ଚର୍ଚ୍ଚା ଜୋର ।
 

Sponsored
BJD | Argus News