Argus News - ଆଜି ଛାଡଖାଇ ପାଳିଲେ ରାଜଧାନୀବାସୀ
ଆଜି ଛାଡଖାଇ ପାଳିଲେ ରାଜଧାନୀବାସୀ
By: Manini Pattanayak
Odisha| Tue, Nov 28 | 9:40 am
ଭୁବନେଶ୍ୱର: ସରିଲା ଧର୍ମର ମାସ କାର୍ତ୍ତିକ। ଆଜି ଛାଡଖାଇ ପାଳିଲେ ରାଜଧାନୀବାସୀ। ଫାଙ୍କା ପଡିଛି ଆମିଷ ବଜାର ମଙ୍ଗଳବାର ମାଡ଼ ଖାଇଲା ଛାଡ଼। ବୁଧବାର ଜମିବ, ସଜବାଜ ହେଲେଣି ଆମିଷ ବେପାରୀ ସରିଛି କାର୍ତ୍ତିକ ବ୍ରତ । ମାସେ ଧରି ବ୍ରତ କରିବା ପରେ ଏବେ ଜିଭ ଆଉ ବୋଲ ମାନୁନି । ଆମିଷ ଖାଇ ଛାଡ଼ ପାଳୁଛନ୍ତି ରାଜଧାନୀବାସୀ । କିନ୍ତୁ ମଙ୍ଗଳବାରେ ଛାଡ଼ଖାଇ ପଡ଼ିଥିବାରୁ ଆମିଷ ବେପାର ଟିକିଏ ମାନ୍ଦା ପଡିଛି । ଭୁବନେଶ୍ବର ୟୁନିଟ 4 ମାର୍କେଟରେ ଭିଡ଼ କମ ଥିଲେ ମଧ୍ୟ ବିଭିନ୍ନ ଆମିଷ ଦୋକାନରେ ଭଳିକି ଭଳି ମାଛ, କଙ୍କଡ଼ା, ଚିଙ୍ଗୁଡ଼ି ଦେଖିବାକୁ ମିଳୁଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଛି ମଟନ, ଚିକେନ୍ ଆଉ ସି ଫୁଡ଼.. କାଲି ବୁଧବାର । ଆମିଷ ଖାଇବାର ଦିନ । ତେଣୁ ଛାଡ଼ଖାଇ ପାଳିବାକୁ ଲୋକେ ମନ ବଳାଇଥିବା ବେଳେ ଆମିଷ ବେପାରୀ ମଧ୍ୟ ସଜବାଜ ଆରମ୍ଭ କରିଦେଲେଣି। ତେବେ ଛାଡ଼ଖାଇ ପାଇଁ ଆମିଷ ଦର ମଧ୍ୟ ଉଚ୍ଚା ରହିଛି ।
ରୋହି ଭାକୁର କେଜି ପ୍ରତି 200ଟଙ୍କା
ମାଗୁର ମାଛ କେଜି ପ୍ରତି 300 ଟଙ୍କା
ସାମୁଦ୍ରିକ ମାଛ ଦାମ କେଜି ପ୍ରତି 400 ଟଙ୍କା
ଦେଶୀ ଓ ସମୁଦ୍ର କଙ୍କଡା କେଜି ପ୍ରତି 600ରୁ 1400 ଟଙ୍କା
ଚିଙ୍ଗୁଡ଼ି କେଜି ପ୍ରତି 400ରୁ 800 ଟଙ୍କା
ମଟନ କେଜି ପ୍ରତି 750ରୁ 900 ଟଙ୍କା
ଚିକେନ କେଜି ପ୍ରତି 220ରୁ 500 ଟଙ୍କା
ଫିକା ପଡିଛି ଆଜିର ଛାଡ଼ ବଜାର । କିନ୍ତୁ କାଲି ବୁଧବାର ଥିବାରୁ ବ୍ୟବସାୟଙ୍କ ସହ ଗ୍ରାହକ ମଧ୍ୟ ପ୍ରସ୍ତୁତ । କାଲି ଭଲ ବେପାର ହେବ ବୋଲି ଆଶା ରଖିଛନ୍ତି ଆମିଷ ବ୍ୟବସାୟୀ....
Sponsored By!
No ad found
Related Articles :