Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Breaking / ଆଜି ଗଜପତିଙ୍କ ଅଧ୍ୟକ୍ଷତାରେ ବସିବ ନୂତନ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

Swoyang prajna Mishra
Browse all articles by Swoyang prajna Mishra
·10 months ago·1 min read
ଆଜି ଗଜପତିଙ୍କ ଅଧ୍ୟକ୍ଷତାରେ ବସିବ ନୂତନ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

Key Points

ଆଜି ବସିବ ନୂତନ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ

ଅଧ୍ୟକ୍ଷତା କରିବେ ଗଜପତି ମହାରାଜ ଦିବ୍ୟସିଂହ ଦେବ

ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା…

ଆଜି ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧକ୍ଷତାରେ ଅନୁଷ୍ଠିତ ହେବ ନୂତନ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ। ଦୀର୍ଘ ଏକବର୍ଷ ପରେ ଅନୁଷ୍ଠିତ ହେବ ଏହି ବୈଠକ। ବୈଠକର ଆରମ୍ଭରେ ନୂତନ ସଦସ୍ୟଙ୍କୁ ସ୍ୱାଗତ କରାଯିବା ସହ ନୂତନ ସବକମିଟି ଗଠନ କରାଯିବ। ଆସନ୍ତା ୭ ତାରିଖରେ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଛତିଶାନିଯୋଗ ବୈଠକରେ ଅନୁମୋଦିତ ନୀତିକାନ୍ତି ବା ନୀତିନିର୍ଘଣ୍ଟକୁ ପରିଚାଳନା କମିଟି ମୋହର ମାରିବ। ଏହାସହ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି, ତ୍ରୁଟିଶୂନ୍ୟ ଯାନିଯାତ୍ରା, ନାଟମଣ୍ଡପରେ ଆରମ୍ଭ ହେବାକୁ ଥିବା ଧାଡି ଦର୍ଶନ ପାଇଁ ହୁଣ୍ଡି ସ୍ଥାନାନ୍ତର କରିବା ପ୍ରସଙ୍ଗରେ ହେବ ଆଲୋଚନା।


ସେହିପରି ନୀତିକାନ୍ତି ସମୟରେ ବ୍ୟାରିକେଡ୍ କିଭଳି ଅପସାରଣ କରାଯିବ, ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ କରାଯିବା ପ୍ରସଙ୍ଗ, ଶ୍ରୀମନ୍ଦିର ସୁରକ୍ଷା ଉପରେ ବିସ୍ତୃତ ଆଲୋଚନା ସହ ଶ୍ରୀମନ୍ଦିର ଆଇନରେ ଶଂସୋଧନ, ରତ୍ନ ଅଳଙ୍କାର ଗଣତିମଣତି, ଦୀଘାରେ ଜଗନ୍ନାଥ ଧାମ୍ ପ୍ରସଙ୍ଗ, ଅନଲାଇନରେ ମହାପ୍ରଭୁଙ୍କ ପୂଜା ଓ ଦର୍ଶନ ପ୍ରସଙ୍ଗ ଏଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପରିଚାଳନା କମିଟିରେ ସ୍ଥାନ ପାଇବ ବୋଲି କମିଟିର ସଦସ୍ୟ ପଣ୍ଡିତ ମହେଶ ସାହୁ କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Breaking | Today is first meeting of the management committee of the shree mandira | Argus News