Videos
|
Odisha

ଆଜି ମହାପ୍ରଭୁଙ୍କ ଖସାପଡା ନିତି , ୫ ଘଣ୍ଟା ବନ୍ଦ ରହିବ ଦର୍ଶନ

Swoyang prajna Mishra
Browse all articles by Swoyang prajna Mishra
·1 year ago
ଆଜି ମହାପ୍ରଭୁଙ୍କ ଖସାପଡା ନିତି , ୫ ଘଣ୍ଟା ବନ୍ଦ ରହିବ ଦର୍ଶନ

ଆଜି ଚୈତ୍ର ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି। ଏହି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜୀୟୁ ମାନଙ୍କର ଖସାପଡା ନିତି। ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକ ମାନେ ରତ୍ନସିଂହାସନ ଉପରେ ଚଢ଼ି ଦୀର୍ଘ ସମୟ ଧରି ମହାପ୍ରଭୁଙ୍କ ଏହି ଗୁପ୍ତନିତି ସମ୍ପାଦନ କରିବେ। ଖସାପଡା ନିତି ଶ୍ରୀଜୀୟୁ ମାନଙ୍କର ଶ୍ରୀପୟର ସୁରକ୍ଷା ଲାଗି କରାଯାଇଥାଏ।


ଏହି ନିତିରେ ମହାପ୍ରଭୁଙ୍କ ଶ୍ରୀପୟରକୁ ଧଳା କପଡାରେ ଘୋଡାଇ ଦିଆଯାଏ। ବର୍ଷରେ ଦୁଇରୁ ତିନିଥର ଏହି ନିତି ସମ୍ପାଦନ କରାଯାଏ। ଏହା ଏକ ଗୁପ୍ତନିତି ହୋଇଥିବାରୁ ମୁଖ୍ୟତଃ ଅପରାହ୍ନ 5ଟାରୁ ରାତି 10ଟା ପର୍ଯ୍ୟନ୍ତ 5ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Today is khasapada niti of Lord Mahaprabhu shree jagannath, temple will be closed for 5 hours | Argus News