Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ଦେଶ ପାଳୁଛି ଜାତୀୟ ହସ୍ତତନ୍ତ ଦିବସ

Ritu Das
Browse all articles by Ritu Das
·11 months ago·2 min read
ଆଜି ଦେଶ ପାଳୁଛି ଜାତୀୟ ହସ୍ତତନ୍ତ ଦିବସ

Key Points

ଆଜି ଜାତୀୟ ହସ୍ତତନ୍ତ ଦିବସ

ବୁଣାକାରଙ୍କ ପାଇଁ ଦିନଟିଏ

ପଛୁଆ ଜିଲ୍ଲାକୁ ହିତାଧିକାରୀଙ୍କୁ ୧ଲକ୍ଷ ୩୦ ହଜାର

ଅନ୍ୟ ଜିଲ୍ଲାକୁ ୧ଲକ୍ଷ ୨୦ ହଜାର ଟଙ୍କାର ସରକାରୀ ସହାୟତା ମିଳିବ

ହସ୍ତତନ୍ତ ବୁଣାକାରଙ୍କ ପାଇଁ ଖୁସି ଖବର। କାରିଗରମାନଙ୍କ ଘରେ ନିର୍ମାଣ ହେବ ତନ୍ତଶାଳ। ଏଥିପାଇଁ ସରକାର ହିତାଧିକାରୀ ଚିହ୍ନଟ ସହ ପାଣ୍ଠି ଯୋଗାଇ ଦେବେ। ଏହାଦ୍ବାରା କାରିଗରମାନେ ବୁଣାବୁଣି ଓ ଆନୁସଙ୍ଗିକ କାମ ସୁରୁଖୁରୁରେ କରିପାରିବେ। ଏ ସମ୍ପର୍କିତ ନୂଆ ଯୋଜନା ଖୁବଶୀଘ୍ର ରାଜ୍ୟରେ ଆରମ୍ଭ କରିବାକୁ ନୀତିଗତ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ରାଜ୍ୟରେ ପ୍ରାୟ ୧.୨୫ ଲକ୍ଷ ବୁଣାକାର ଲୁଗାପଟା ବୁଣାବୁଣି କରି ପରିବାର ଭରଣପୋଷଣ କରୁଛନ୍ତି। ପାରମ୍ପରିକ ଭାବେ ସେମାନେ ଏହି କାମ କରି ଆସୁଥିଲାବେଳେ ସେମାନଙ୍କ ପାଇଁ ତନ୍ତଶାଳ ଜରୁରୀ। ସରକାର ବହୁ ବୁଣାକାରଙ୍କୁ ଇନ୍ଦିରାଆବାସ, ବିଜୁ ପକ୍କା ଘର ଅବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘରେ ଯୋଗାଇଛନ୍ତି। ହେଲେ ଯେତିକି ସ୍ଥାନରେ ଘର ହୋଇଛି ସେଠି ତନ୍ତଶାଳ ବସାଇବା ସହ କଞ୍ଚାମାଲ ଓ ରଙ୍ଗ ଆଦି ରଖିବା ସମ୍ଭବ ହେଉନି। ବହୁ ବୁଣାକାର ଉନ୍ନତମାନର ହସ୍ତତନ୍ତ ସାମଗ୍ରୀ ପାଇଁ ଯନ୍ତ୍ରପାତି ମଧ୍ୟ ବ୍ୟବହାର କରିବାକୁ ଚାହୁଁଛନ୍ତି। ମାତ୍ର ନିଜ ଘରେ ସ୍ଥାନ ଅଭାବ ସେମାନଙ୍କ ପାଇଁ ବଡ଼ ବାଧକ ସାଜିଛି। ଏହାକୁ ଦୃଷ୍ଟିରେ ରଖି ସରକାର ଏଣିକି ବୁଣାକାରମାନଙ୍କ ଘରେ ତନ୍ତଶାଳ ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇଦେବେ।


ଆଦିବାସୀ ଓ ପଛୁଆ ଜିଲ୍ଲାରେ ହିତାଧିକାରୀଙ୍କୁ ୧ଲକ୍ଷ ୩୦ ହଜାର ଏବଂ ଅନ୍ୟ ଜିଲ୍ଲାରେ ୧ଲକ୍ଷ ୨୦ ହଜାର ଟଙ୍କାର ସରକାରୀ ସହାୟତା ମିଳିବ। ବୁଣାକାରଙ୍କ ଘରର ପ୍ରଥମ ମହଲାରେ ଏହି ତନ୍ତଶାଳ ନିର୍ମାଣ ହେବ। ଏହା ବୁଣାକାର ଓ ଶ୍ରମିକଙ୍କ ଦକ୍ଷତା ବୃଦ୍ଧି ସହ ବର୍ଷା,ଅଗ୍ନିକାଣ୍ଡରୁ ସୁରକ୍ଷା ଦେବ। ଯୋଗ୍ୟ ହିତାଧିକାରୀ ଚୟନ ପାଇଁ ସରକାର ମାର୍ଗଦର୍ଶିକା ପ୍ରସ୍ତୁତ କରିଛନ୍ତି। ଏହି ମାର୍ଗଦର୍ଶିକା ଅନୁଯାୟୀ, ହସ୍ତତନ୍ତ ଜନଗଣନାରେ ସର୍ଭେ ଡାଟାବେସରେ ଯେଉଁ ବୁଣାକାରଙ୍କ ନାମ ଥିବ ସେ ପରିବାରରୁ ଜଣକୁ ଏ ସହାୟତା ମିଳିବ। ପରିବାରର କେହି ସରକାରୀ ଚାକିରି କରି ନ ଥିବେ ଏବଂ ପରିବାରର ଆୟ ବାର୍ଷିକ ୩ଲକ୍ଷ ଟଙ୍କାରୁ ଅଧିକ ହୋଇ ନ ଥିବ। ପରିବାରର ୫୦ ପ୍ରତିଶତ ଆୟ ହସ୍ତତନ୍ତ କାମରୁ ହିଁ ହେବା ଜରୁରୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସମ୍ପୃକ୍ତ ପରିବାର ନାମରେ ଜମିର ମାଲିକାନା ଥିବା ଆବଶ୍ୟକ। ପ୍ରଥମ ମହଲାରେ ତନ୍ତଶାଳ ପୂର୍ବରୁ ତଳ ମହଲାରେ ନିର୍ମାଣ କେତେ ସୁଦୃଢ ଅଛି ତାହା ସରକାରୀ ଇଞ୍ଜିନିୟରଯାଞ୍ଚ କରିବେ। ଯୋଗ୍ୟ ହିତାଧିକାରୀ ଚିହ୍ନଟ ପରେ `ଆବାସ' ଭଳି ୪ଯି ପର୍ଯ୍ୟାୟରେ ଏହି ପାଣ୍ଠି ମିଳିବ। ୨୪୦ ବର୍ଗଫୁଟର ପକ୍କା ଛାତ ଘର ନିର୍ମାଣ ହୋଇ ତନ୍ତଶାଳ ବସିବ। ଯେଉଁ ବୁଣାକାରମାନେ ପ୍ରଥମ କିସ୍ତି ପାଇବାର ୩ମାସ ମଧ୍ୟରେ ସମ୍ପୂର୍ଣ୍ଣ କାମ ଶେଷ କରିବେ ତାଙ୍କୁ ୨୦ ହଜାର ଏବଂ ୪ମାସରେ ସରିଲେ ଅଧିକ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଦେବେ ସରକାର। ୬ମାସ ମଧ୍ୟରେ କିନ୍ତୁ ସରକାର ଏ ତନ୍ତଶାଳ ନିର୍ମାଣ ଶେଷ କରିବାକୁ ଯୋଜନାରେ ପ୍ରସ୍ତାବ ରଖିଛନ୍ତି।

Sponsored
today-is-national-handloom-day | Argus News