Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ଜାତୀୟ ପଞ୍ଚାୟତିରାଜ ଦିବସ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆଜି ଜାତୀୟ ପଞ୍ଚାୟତିରାଜ ଦିବସ

ଆଜି ଜାତୀୟ ପଞ୍ଚାୟତିରାଜ ଦିବସ । ପୁରୀରେ ମହାଆଡ଼ମ୍ବରରେ ରାଜ୍ୟସ୍ତରୀୟ ସମାରୋହ ପାଳନ କରିବେ ସରକାର । ପୁରୀ ତାଳବଣିଆ ଠାରେ ଆୟୋଜିତ ହୋଇଛି ସ୍ଵତନ୍ତ୍ର କାର୍ଯ୍ୟକ୍ରମ । ଏହି ଅବସରରେ ପୂର୍ବରୁ ବାଦ ପଡ଼ିଯାଇଥିବା ୧ ଲକ୍ଷ ୭୦ ହଜାରରୁ ଅଧିକ ମହିଳାଙ୍କୁ ସରକାର ଦେବେ ସୁଭଦ୍ରା ଟଙ୍କା । ଏକାଥରେ ଦୁଇଟି କିସ୍ତି ଅର୍ଥାତ ୧୦ ହଜାର ଟଙ୍କା ପାଇବେ ହିତାଧିକାରୀ । ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରିଥିବା ମହିଳାଙ୍କୁ ମିଳିବ ଟଙ୍କା । ଷଷ୍ଠ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ବାଣ୍ଟିବେ ସରକାର । ସେପଟେ ଆଜି ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ବାଣ୍ଟିବେ ସରକାର ।


ଆଜିଠାରୁ ପର୍ଯ୍ୟାୟକ୍ରମେ ୫ ଲକ୍ଷ ୯୦ ହଜାର ହିତାଧିକାରୀଙ୍କୁ ନୂଆ କାର୍ଡ ଦେବେ ସରକାର । ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାର ଶୁଭାରମ୍ଭ ମଧ୍ୟ ଆରମ୍ଭ ହେବା ନେଇ ସୂଚନା ମିଳିଛି । ଏହାସହ ଓଡ଼ିଶାବାସୀଙ୍କ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ରାଜ୍ୟ ସରକର । ଯାହା ଉପରେ ସମସ୍ତଙ୍କ ନଜର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
today-is-national-panchayati-raj-day | Argus News