Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା

Odisha

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା

Smruti Parija
Browse all articles by Smruti Parija
·1 year ago·1 min read
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା

Key Points

ଆ-କା-ମା-ବୈ, ପାନ ଗୁଆ ଖାଇ, ପାନ ଗୁଆ ତୋର, ମାସିକ ଧରମ ମୋର

ଅର୍ଗସ ବ୍ୟୁରୋ: ଆଜି କାର୍ତ୍ତିକ ପୁର୍ଣ୍ଣିମା । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ଆଉ ପୌରାଣିକ କଥା ଅନୁସାରେ ମନେ ପକାଇ ଆଜି ଚାରିଆଡେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଉଛି । ଗାଁ ଠୁ ସହର ସବୁଠି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବାର ଦେଖିବାକୁ ମିଳିଛି I ତା ସହିତ ଉତ୍କଳର ଐତିହ୍ୟ ଓ ପରମ୍ପରାକୁ ମନେ ପକାଇ ପ୍ରତ୍ୟୁଷରୁ ବିଭିନ୍ନ ନଦୀ ପୁଷ୍କରିଣୀରେ ଡ଼ଙ୍ଗା ଭସାଉଥିବା ଦେଖିବାକୁ ମିଳୁଛି । 

ଯାଜପୁର ଜିଲ୍ଲା ବ୍ରାହ୍ମଣୀ ନଦୀ ରେ ଡ଼ଙ୍ଗା ଭସାଇବାପରେ ନଦୀ ତଟ ବାବା ଗୋକାର୍ନେଶ୍ୱର ଙ୍କ ଦର୍ଶନ କରୁଛନ୍ତି । ବାବା ଗୋକର୍ନେଶ୍ୱର ଙ୍କ ମନ୍ଦିର ରାତି 2ଟା ରୁ ପହଡ଼ ଖୋଲାହେବା ପରେ ନୀତିକାନ୍ତି ପରେ ସର୍ବସାଧାରଣ ଦର୍ଶନ ପାଇଁ ଦ୍ୱାର ଖୋଲାଯାଇଥିଲା । ଭକ୍ତମାନେ ଧାଡିରେ ଆସି ବାବାଙ୍କ ଦର୍ଶନ କରୁଛନ୍ତି । ପ୍ରବଳ ଜନଗହଳି କୁ ଦେଖି ବାବାଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଟ୍ରଷ୍ଟ ବୋର୍ଡ ଓ ସ୍ଥାନୀୟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯଇଛି । 

ସେହିପରି ପବିତ୍ର ପଞ୍ଚୁକ ର ଆଜି ପଞ୍ଚମ ଦିବସ, ତଥା କାର୍ତ୍ତିକ ପୂର୍ଣ୍ଣିମା । ଏ ନେଇ ତୁଳସୀକ୍ଷେତ୍ର ର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉ ଙ୍କ ମନ୍ଦିର ବେଶ ଚଳ ଚଞ୍ଚଳ । ପଞ୍ଚୁକର ପାଞ୍ଚ ଦିନରେ ଶ୍ରୀଜୀଉ ଙ୍କର ଭିନ୍ନ ଭିନ୍ନ ବେଶ ଅନୁଷ୍ଠିତ ହେବାକୁ ଥିବାବେଳେ,ଆଜି ପ୍ରଭୁଙ୍କର ପଦ୍ମ ବେଶ ଅନୁଷ୍ଠିତ ହେବ । ତେବେ ସକାଳୁ ସକାଳୁ ପ୍ରଭୁଙ୍କର ନୀତି ସ୍ନାନ ସରିବାପରେ ଦହି ପଖାଳ ଭୋଗ ଲାଗି କରାଯାଇଛି । ଏପଟେ ସକାଳୁ ସକାଳୁ ଡ଼ଙ୍ଗା ଭସାଇ, ଚତୁର୍ଦ୍ଧାମୂର୍ତ୍ତି ଙ୍କ ଦର୍ଶନ ପାଇଁ ଦୂର ଦୁରାନ୍ତରୁ ଭକ୍ତ ମାନେ ଧାଇଁ ଆସିଛନ୍ତି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
today-is-observed-as-kartika-purnima | Argus News