Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ: ଚାରିଆଡ଼ୁ ଛୁଟୁଛି ଶୁଭେଚ୍ଛାର ସୁଅ

Ritu Das
Browse all articles by Ritu Das
·1 year ago·2 min read
ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ: ଚାରିଆଡ଼ୁ ଛୁଟୁଛି ଶୁଭେଚ୍ଛାର ସୁଅ

Key Points

ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ

67 ବର୍ଷ ବୟସରେ ପଦାର୍ପଣ କଲେ ମୁର୍ମୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି

ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ । 67 ବର୍ଷ ବୟସରେ ପଦାର୍ପଣ କରିଛନ୍ତି ରାଷ୍ଟ୍ରପତି । ଜନ୍ମଦିନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚାରୁଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହି ଅବସର ଉପରାଷ୍ଟ୍ରପତି ଜଗଦ୍ବୀପ ଧନଖଡ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ହ୍ୟାଣ୍ଡେଲ (X)ରେ ଉଲ୍ଲେଖ କରିଛନ୍ତି, “ଜନ୍ମଦିନର ଅନେକ ଶୁଭକାମନା ରାଷ୍ଟ୍ରପତି ଜୀ । ଆପଣଙ୍କ ଜୀବନଶୈଳୀ ଓ ନେତୃତ୍ୱ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ । ଦେଶର କୋଟି କୋଟି ଜନତା ଆପଣଙ୍କଠାରୁ ପ୍ରେରଣା ପାଇଛନ୍ତି ।” ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମୋଦି ଆହୁରି ଲେଖିଛନ୍ତି ଯେ, ସେ ସମାଜସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି । ସେ ସର୍ବଦା ପଛୁଆ ବର୍ଗ ଲୋକଙ୍କ ଉନ୍ନତିକରଣ ଦିଗରେ କାମ କରିଆସିଛନ୍ତି । ଭଗବାନ ତାଙ୍କୁ ସୁଖ ସମୃଦ୍ଧି ଦିଅନ୍ତୁ ଓ ଦୀର୍ଘାୟୁ କରନ୍ତୁ।


ଯେପରିକି ସେ ଏମିତି ସେବା ଜାରି ରଖି ପାରିବେ”। ସେପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସରେ ଲେଖିଛନ୍ତି, “ଓଡ଼ିଶା ମାଟିର ମାତୃଶକ୍ତିର ପ୍ରତୀକ, ଆମର ଗର୍ବ ଗୌରବ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆପଣଙ୍କ ଜୀବନ ସଂଘର୍ଷ, ସମର୍ପଣ ଏବଂ ସଫଳତାର ଏକ ଅସାଧାରଣ ଉଦାହରଣ। ଏକ ସାଧାରଣ ଆଦିବାସୀ ପରିବାରରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଆପଣଙ୍କର ଯାତ୍ରା ସମସ୍ତ ଦେଶବାସୀଙ୍କ ପାଇଁ ଅତ୍ୟନ୍ତ ପ୍ରେରଣାଦାୟୀ। ଆପଣଙ୍କ ସରଳତା, କର୍ତ୍ତବ୍ୟ ଏବଂ ଦେଶ ପ୍ରତି ସମର୍ପଣ ଆମ ସମସ୍ତଙ୍କ ପାଇଁ ଆଦର୍ଶ। ଏହି ଶୁଭ ଅବସରରେ, ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରୁଛି। ଆପଣଙ୍କ ନେତୃତ୍ୱରେ ଭାରତ ନିରନ୍ତର ପ୍ରଗତି ପଥରେ ଆଗେଇ ଚାଲିଥାଉ”। ଓଡ଼ିଶାର ଗର୍ବ ଓ ଗୌରବ, ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଆଜି ଜନ୍ମଦିନ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଦେଶର 15 ତମ ରାଷ୍ଟ୍ରପତି ଭାବେ ପଦ ଅଳଙ୍କୃତ କରିଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ । 1958 ମସିହା ଜୁନ୍ 20ରେ ସେ ଜନ୍ମଗ୍ରହଣ କରିଥିଲେ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଏକ ଅଖ୍ୟାତ ପଲ୍ଲୀ ଉପରବେଡ଼ାରେ ଜନ୍ମଗ୍ରହଣ କରିଥିବା ଦ୍ରୌପଦୀ ଏବେ ଦେଶର ପ୍ରଥମ ନାଗରିକ । ଜଣେ ଓଡ଼ିଆ ଝିଅ ଦେଶର ସର୍ବୋଚ୍ଚ ଆସନ ଅଳଂକୃତ କରିଥିବାରୁ ରାଜ୍ୟବାସୀ ଗର୍ବିତ । 25 ଜୁଲାଇ 2022ରେ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ଦ୍ରୌପଦୀ । ଆଦିବାସୀ ବହୁଳ ଅଞ୍ଚଳ ମୟୂରଭଞ୍ଜ ରାଇରଙ୍ଗପୁରରୁ ରାଇସିନା ହିଲ୍ ଯାତ୍ରା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିଲା ।

Sponsored
today-is-presidents-birthday-best-wishes-are-being-sent-from-all-around | Argus News