Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରସଗୋଲା ଦିବସ ; ଅଭିମାନିନୀ ପତ୍ନୀଙ୍କୁ ରସଗୋଲା ଖୁଆଇ ରାଗ ଶାନ୍ତ କରିବେ ମହାପ୍ରଭୁ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ରସଗୋଲା ଦିବସ ;  ଅଭିମାନିନୀ ପତ୍ନୀଙ୍କୁ ରସଗୋଲା ଖୁଆଇ ରାଗ ଶାନ୍ତ କରିବେ ମହାପ୍ରଭୁ

Key Points

ସେଠାରେ ମହାପ୍ରଭୁ ନିଜ ଧର୍ମପତ୍ନୀଙ୍କୁ ବହୁ ବୁଝାସୁଝା କରି ତାଙ୍କୁ ଗୁପ୍ତ ଗୁଣ୍ଡିଚାରେ ନେବେ ବୋଲି ପ୍ରତିଶୃତି ଦେବା ସହ ଶେଷରେ ରସଗୋଲା ଖୁଆଇ ମହାପ୍ରଭୁ ପତ୍ନୀ ମହାଲକ୍ଷ୍ମୀଙ୍କ ମାନଭଂଜନ କରିବା ପରେ ମହାଲକ୍ଷ୍ମୀ ଶାନ୍ତ ହୋଇ ଦ୍ୱାର ଫିଟାଇ ବାର ଵିଧି ରହିଛି ।

ଆଜି ରସଗୋଲା ଦିବସ । ଅଭିମାନିନୀ ପତ୍ନୀ ମହାଲକ୍ଷ୍ମୀଙ୍କ କ୍ରୋଧ ଶାନ୍ତ କରିବାକୁ ରସଗୋଲା ଖୁଆଇଥାନ୍ତି ମହାପ୍ରଭୁ । ମହାପ୍ରଭୁ ଶ୍ରୀଜଗନ୍ନାଥ ରଥ ଉପରୁ ଓଲ୍ହାଇଵା ପୂର୍ବରୁ ଅଭିମାନିନୀ ମହାଲକ୍ଷ୍ମୀ ପ୍ରଥମେ ଶ୍ରୀମନ୍ଦିର ଚାହାଣୀ ମଣ୍ଡପରୁ ତାଙ୍କ ସ୍ୱାମୀ ମହାପ୍ରଭୁ ଆସୁଥିଵା ଦେଖି ସେଠାରୁ ଫେରିଆସି ସିଂହଦ୍ୱାର ବନ୍ଦ କରିବାର ଵିଧି ରହିଛି । ଯେହେତୁ ମହାପ୍ରଭୁ ତାଙ୍କୁ ଛାଡି ଭାଇ ଓ ଭଉଣୀକୁ ଧରି ନବଦିନାତ୍ମକ ଯାତ୍ରାରେ ଯାଇଥିବାରୁ ମହାଲକ୍ଷ୍ମୀ କ୍ରୋଧ ଜର୍ଜରିତ ହୋଇ ଶ୍ରୀମନ୍ଦିରରେ ଏକୁଟିଆ ରହିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ବଚନିକା ହୋଇଥାଏ । ମହାପ୍ରଭୁଙ୍କ ପକ୍ଷରୁ ଭିତରଛ ମହାପାତ୍ର ଓ ମହାଲକ୍ଷ୍ମୀଙ୍କ ପକ୍ଷରୁ ପତିମହାପାତ୍ର ସେବାୟତ ଏହି ବଚନିକାରେ ଅଂଶଗ୍ରହଣ କରିଥାନ୍ତି ।


ସେଠାରେ ମହାପ୍ରଭୁ ନିଜ ଧର୍ମପତ୍ନୀଙ୍କୁ ବହୁ ବୁଝାସୁଝା କରି ତାଙ୍କୁ ଗୁପ୍ତ ଗୁଣ୍ଡିଚାରେ ନେବେ ବୋଲି ପ୍ରତିଶୃତି ଦେବା ସହ ଶେଷରେ ରସଗୋଲା ଖୁଆଇ ମହାପ୍ରଭୁ ପତ୍ନୀ ମହାଲକ୍ଷ୍ମୀଙ୍କ ମାନଭଂଜନ କରିବା ପରେ ମହାଲକ୍ଷ୍ମୀ ଶାନ୍ତ ହୋଇ ଦ୍ୱାର ଫିଟାଇ ବାର ଵିଧି ରହିଛି । ଅନ୍ୟପଟେ ରସଗୋଲା ଦିବସରେ ମିଠା ବ୍ୟବସାୟୀ ଭଳିକିଭଳି ରସଗୋଲା ପ୍ରସ୍ତୁତ କରି ପସରା ମେଲାଇଥାନ୍ତି । ଆଜିର ଦିନରେ ପ୍ରତ୍ୟେକ ଲୋକ ରସଗୋଲା ଖାଇ ଆନନ୍ଦ ଉଲ୍ଲାସର ସହ ଏହି ଦିନକୁ ପାଳନ କରିଥାନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today is Rasagola diwas | Argus News