ଆଜି ଶନିଶ୍ଚରୀ ଅମାବାସ୍ୟା: ଆଜି ହେବ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ

ଆଜି ଶନିଶ୍ଚରୀ ଅମାବାସ୍ୟା। ହେବ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ। ଅପରାହ୍ନ ୨ଟା ୨୧ରୁ ସନ୍ଧ୍ୟା ୬ଟା ୧୪, ମୋଟ ୩ ଘଣ୍ଟା ୫୩ ମିନିଟ ପରାଗ ସମୟ। ତେବେ ଏହା ଭାରତରେ ଦୃଶ୍ୟମାନ ହେବନି। ଦକ୍ଷିଣ ଆମେରିକା, ଉତ୍ତର ଏସିଆ, ଉତ୍ତର ପଶ୍ଚିମ ଆଫ୍ରିକା ଓ ୟୁରୋପରେ ଦେଖିପାରିବେ ଲୋକେ। ନାସା ପକ୍ଷରୁ କରାଯିବାକୁ ଥିବା ସିଧା ପ୍ରସାରଣ ମାଧ୍ୟମରେ ଦେଖିପାରିବେ ଭାରତବାସୀ। ଏହାସହିତ ଆସନ୍ତାକାଲିଠାରୁ ଆରମ୍ଭ ହେବ ଚୈତ୍ର ନବରାତ୍ରି।
ମାର୍ଚ୍ଚ ୩୦ ତାରିଖରୁ ଆରମ୍ଭ ହେଉଛି ଚୈତ୍ର ନବରାତ୍ରି । ଏହାର ଦିନକ ପୂର୍ବରୁ ଅର୍ଥାତ ଆସନ୍ତାକାଲି ମାର୍ଚ୍ଚ ୨୯ ତାରଖରେ ନ୍ୟାୟର ଦେବତା ଶନିଦେବ, ମୀନ ରାଶିରେ ପ୍ରବେଶ କରିବେ । ମୀନ ରାଶିରେ ପାଞ୍ଚଟି ଗ୍ରହ ସୂର୍ଯ୍ୟ, ବୁଧ, ଶୁକ୍ର, ରାହୁ ଏବଂ ଚନ୍ଦ୍ର ପୂର୍ବରୁ ଉପସ୍ଥିତ ଅଛନ୍ତି । ଆସନ୍ତାକାଲି ଶନିଦେବ ମଧ୍ୟ ମୀନରେ ରାଶିରେ ପ୍ରବେଶ କରିବେ । ଯାହା ଫଳରେ ଷଡ଼ଗ୍ରହୀ ଯୋଗ ସୃଷ୍ଟି ହେଉଛି । ଏହା ପ୍ରଭାବରେ ୬ଟି ରାଶିର ଲୋକଙ୍କ ପାଇଁ ବହୁତ ଶୁଭ ସାବ୍ୟସ୍ତ ହେବ ।
ମେଷ: ମୀନ ରାଶିର ଲୋକଙ୍କୁ ବଡ଼ ଖୁସି ଖବର ମିଳିବ । ଏହି ରାଶିର ଲୋକଙ୍କୁ ଚୈତ୍ର ନବରାତ୍ରି ପୂର୍ବରୁ ହିଁ ଲାଭ ମିଳିବା ଆରମ୍ଭ ହୋଇଯିବ। ଆପଣ ଆପଣଙ୍କ କ୍ୟାରିୟରରେ ମଧ୍ୟ ସଫଳତା ପାଇବେ । ଅବିବାହିତ ଲୋକଙ୍କୁ ମନ ପସନ୍ଦର ଜୀବନସାଥୀ ମିଳିବେ । ଯିଏ ଆପଣଙ୍କ ଜୀବନରେ ଆପଣଙ୍କ ଭାବନାକୁ ସମ୍ମାନ କରିବେ । ପ୍ରଚୁର ଲାଭ ସହ ଅର୍ଥ ସମସ୍ୟା ଦୂର ହେବ ।
ବୃଷ: ବୃଷ ରାଶିର ଲୋକମାନେ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଦେଖିବେ । ଆପଣଙ୍କ ସାଥୀଙ୍କ ସହ ଆପଣଙ୍କ ସମ୍ପର୍କ ଭଲ ହେବ । ଯେଉଁମାନେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ସେମାନେ ନିଜର ବ୍ୟବସାୟ ଆରମ୍ଭ କରିପାରିବେ । ବିଦ୍ୟାର୍ଥୀ ସଫଳତା ପାଇବେ । ପଦୋନ୍ନତି ହେବ ।
ସିଂହ: ସିଂହ ରାଶିର ଲୋକଙ୍କର ଆର୍ଥିକ ଅବସ୍ଥା ଭଲ ରହିବ । ବାକି ଥିବା କାମ ଶୀଘ୍ର ସମାପ୍ତ ହେବ । ସମସ୍ତ କାର୍ଯ୍ୟ ସଫଳତାର ସହ ସମାପ୍ତ ହେବ । ବିଦ୍ୟାର୍ଥୀଙ୍କ ପାଇଁ ଆଗାମୀ ଦିନ ଭଲ ରହିବ । ଶତ୍ରୁ ପରାସ୍ତ ହେବେ । ବ୍ୟବସାୟରେ ଉନ୍ନତି ହେବ ।
📱 Get Argus News App
✨
କନ୍ୟା: କନ୍ୟା ରାଶିର ଲୋକମାନେ ସମସ୍ତ ପ୍ରକାରର ସୁଖ୦-ସୁବିଧା ପାଇବେ । ବୈବାହିକ ଜୀବନରେ ଖୁସି ପାଇବେ । ଯେଉଁମାନେ ଚାକିରି କରୁଛନ୍ତି ସେମାନଙ୍କର କଠିନ ପରିଶ୍ରମ ଫଳପ୍ରଦ ହେବ । ଅନ୍ୟ ପାଖରେ ଅଟକୁଥିବା ଅର୍ଥ ପାଖକୁ ଫେରିବ । ଆର୍ଥିକ ଅବସ୍ଥା ମଜବୁତ ହେବ, ଯାହା ଦ୍ଵାରା ଧନୀ ହୋଇପାରିବେ ।
ତୁଳା: ତୁଳା ରାଶିର ଲୋକମାନେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ । ପରିବାରରେ ସୁଖ ଏବଂ ଶାନ୍ତି ହେତୁ, ମନ ଖୁସି ରହିବ । ସମାଜରେ ଆପଣଙ୍କର ସମ୍ମାନ ମଧ୍ୟ ବୃଦ୍ଧି ପାଇବ । ରାଜନୀତି ସହ ଜଡ଼ିତ ବ୍ୟକ୍ତିଙ୍କ ପ୍ରତିଷ୍ଠା ବଢ଼ିବ । ଆପଣଙ୍କୁ ଇଚ୍ଛିତ ଚାକିରି ମିଳିବାର ଯଥେଷ୍ଟ ସମ୍ଭାବନା ଅଛି ।
ମକର: ମକର ରାଶିର ଲୋକଙ୍କ ମଧ୍ୟରେ ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ବୃଦ୍ଧି ପାଇବ । ଧାର୍ମିକ କାର୍ଯ୍ୟରେ ଆଗ୍ରହୀ ହେବେ । ଚାକିରି ଏବଂ ବ୍ୟବସାୟ ସହିତ ଜଡିତ ଲୋକମାନେ ସେମାନଙ୍କ କାମରେ ସନ୍ତୋଷ ପାଇବେ । ଆପଣଙ୍କୁ ପ୍ରଚୁର ଆର୍ଥିକ ଲାଭ ଦେବାର ସମ୍ଭାବନା ଅଛି । ଜୀବନରେ ପ୍ରଗତିର ନୂତନ ପଥ ପାଇବେ ।