ଶ୍ରୀଜିଉଙ୍କ ସୁନାବେଶ: ମହଣ ମହଣ ସୁନାରେ ଝଟକିବେ ଦାରୁ ଦିଅଁ

Key Points
ଆଜି ଶ୍ରୀଜିଉଙ୍କ ସୁନାବେଶ
ଆଜି ରଥ ଉପରେ ଚତୁର୍ଦ୍ଧା ବିଗ୍ରହଙ୍କ ସୁନାବେଶ
ବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ
ମହଣ ମହଣ ସୁନାରେ ଝଟକିବେ ଦାରୁ ଦିଅଁ
ଅପରାହ୍ନ ୫ ଟାରୁ ୬ ଟା ଭିତରେ ସୁନାବେଶ ହେବେ ଶ୍ରୀଜୀଉ
ଆଜି ରଥ ଉପରେ ଅନୁଷ୍ଠିତ ହେବ ଚତୁର୍ଦ୍ଧା ବିଗ୍ରହଙ୍କ ବଡ ତଢ଼ାଉ ବେଶ ବା ସୁନାବେଶ। ରଥ ଉପରେ ଏହି ବେଶ ଦର୍ଶନ କରିବାକୁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ଭିଡ । ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣି, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି ଏବଂ ଅନେକ ପ୍ରକାର ମାଳି ସହ ମହଣ ମହଣ ସୁନାରେ ଝଟକିବେ ଦାରୁ ଦିଅଁ । ସକାଳୁ ରଥାରୂଢ ମହାପ୍ରଭୁଙ୍କ ମଙ୍ଗଳ ଆଳତି ନୀତି ସମ୍ପାଦନ ହେବାପରେ ମଇଲମ ,ତଡ଼ପଲାଗି ହୋଇ ମହାପ୍ରଭୁଙ୍କର ଚାଲିଛି ଅବକାଶ ନୀତି । ଅପରାହ୍ନ ୫ ଟାରୁ ୬ ଟା ଭିତରେ ସୁନାବେଶ ହେବେ ଶ୍ରୀଜୀଉ । ପରେ ରାତ୍ର ୧୦ଟାରୁ ୧୧ ଟା ମଧ୍ୟରେ ସୁନାବେଶ ମଇଲମ ହେବ ।
ସେପଟେ ଶ୍ରୀକ୍ଷେତ୍ରକୁ ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ନଜରରେ ରଖି କେବଳ ସୁନାବେଶ ପାଇଁ ବଡ଼ଡାଣ୍ଡ ଓ ରଥପାଖରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ବଡଦାଣ୍ଡ ର ଉଭୟ ପାର୍ଶ୍ଵରେ ବ୍ୟାରିକେଡି କରାଯାଇଥିବା ବେଳେ ମାର୍କେଟ ଛକ ଠାରୁ ଧାଡ଼ିରେ ଯାଇ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ସହରର ସାହି, ବଡଦାଣ୍ଡ ସଂଲଗ୍ନ ଗଳି ଗୁଡ଼ିକୁ ସିଲ କରାଯାଇଥିବା ବେଳେ ବଡଦାଣ୍ଡକୁ ଗାଡିମଟର ପ୍ରବେଶ ନିଷେଧ ରହିଛି ।