Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜି ତାମିଲ ମହାକବି ସୁବ୍ରମଣ୍ୟ ଭାରତୀଙ୍କ ଜୟନ୍ତୀ

Odisha

ଆଜି ତାମିଲ ମହାକବି ସୁବ୍ରମଣ୍ୟ ଭାରତୀଙ୍କ ଜୟନ୍ତୀ

Rashmita Mishra
Browse all articles by Rashmita Mishra
·1 year ago·1 min read
ଆଜି ତାମିଲ ମହାକବି ସୁବ୍ରମଣ୍ୟ ଭାରତୀଙ୍କ ଜୟନ୍ତୀ

ଅର୍ଗସ ବ୍ୟୁରୋ: ଆଜି ତାମିଲ ମହାକବି ସୁବ୍ରମଣ୍ୟ ଭାରତୀଙ୍କ ଜୟନ୍ତୀ । ଭାରତୀଙ୍କ ସ୍ମୃତିରେ ଲୋକସଭା ଭବନ କନଭେନସନ ହଲରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ‘ଭାରତୀୟ ଭାଷା ଉତ୍ସବ’ ସମରୋହ  । ଚଳିତ ବର୍ଷର ଭାରତୀୟ ଭାଷା ମହୋତ୍ସବର ବିଷୟବସ୍ତୁ ଥିଲା “ଭାଷା ମାଧ୍ୟମରେ ଏକତା” । ଆଜିକାଲି ପିଲାମାନେ ଇଂରାଜୀ ଭାଷାକୁ ଯୋଗାଯୋଗର ଏକ ମାଧ୍ୟମ ଭାବେ ବ୍ୟବହାର ନକରି, ଇଂରାଜୀ କହିବାକୁ ଏକ ଫେସନ୍ ଭାବେ ଗ୍ରହଣ କରୁଛନ୍ତି। ଇଂରାଜୀ ମିଡିଅମ୍ରେ ପଢୁଥିବା ଅନେକ ଛାତ୍ରଛାତ୍ରୀ ଓଡିଆ ଭାଷା ପଢିବାରେ ଅକ୍ଷମ। ଏହାକୁ ଦୁଃଖର ବିଷୟ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ସେହିପରି ଜର୍ଣ୍ଣାଲ ମେକିଙ୍ଗ ପାଇଁ ଜିଲ୍ଲା ସ୍ତରରେ ଦଳଗତ ପ୍ରତିଯୋଗୀତା ହେଇଥିଲା। ଏଥିରେ କଟକ ଜିଲ୍ଲା ପ୍ରଥମ ପୁରସ୍କାର, ସମ୍ବଲପୁର ଦ୍ୱତୀୟ ପୁରସ୍କାର ଓ ନୟାଗଡ ତୃତୀୟ ପୁରସ୍କାର ପାଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରୁ କନ୍ଭେନ୍ସନ୍ ହଲରେ ପ୍ରଦର୍ଶିତ ହୋଇଥିବା ଓଡିଶାର ବିଭିନ୍ନ ଭାଷା, ବିଶେଷ କରି ଆଦିବାସୀ ଭାଷାଗୁଡିକର ପୁସ୍ତିକା ଓ ବର୍ଣ୍ଣମାଳାଗୁଡିକୁ ମୁଖ୍ୟମନ୍ତ୍ରୀ ଦେଖିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today is the birth anniversary of Tamil great poet Subramania Bharati. | Argus News