Videos
|
Odisha

ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା

Smruti Parija
Browse all articles by Smruti Parija
·1 year ago·2 min read
ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା

Key Points

ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ଆଜି ହେଉଛି ଜନ୍ମଦିନ ।

ଭୁବନେଶ୍ୱର: ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ଆଜି ହେଉଛି ଜନ୍ମଦିନ । ସେ ୧୯୭୨ ମସିହା ଜାନୁଆରି ୬ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ତେବେ ଓଡିଶାରେ ପ୍ରଥମ ଥର ବିଜେପି ଏକାକୀ ସରକାର କରିବା ପରେ ସେ ହେଉଛନ୍ତି ପ୍ରଥମ ମୁଖ୍ୟମନ୍ତ୍ରୀ । ଆଜି ତାଙ୍କ ଜନ୍ମଦିନରେ ବିଭିନ୍ନ ମହଲରୁ ଛୁଟିଛି ଶୁଭେଚ୍ଛାର ସୁଅ । 


ନୂଆ ରାଜ୍ୟପାଳ ଡଃ ହରିବାରୁ କମ୍ଭମପତି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଲୋକଙ୍କ ସେବାରେ ନିରନ୍ତର ସଫଳତା ନିମନ୍ତେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କଳାରେ ସ୍ନାତକ କରିଥିବା ମୋହନ ପ୍ରଥମେ ଶିଶୁ ମନ୍ଦିରରେ ଗୁରୁଜୀ ଭାବେ ଚାକିରି କରୁଥିଲେ। ଏହାପରେ ଭାରତୀୟ ଜନତା ପାର୍ଟିରୁ ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲେ। ସେ ୧୯୯୭ରେ ସରପଞ୍ଚ ଥିଲେ। ୨୦୦୦ ମସିହାରେ ସେ ପ୍ରଥମ ଥର ପାଇଁ କେନ୍ଦୁଝର ସଦର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ୨୦୦୪ରେ ପୁଣିଥରେ ମୋହନ ବିଜେପି ଟିକେଟରେ ଜିତିଥିଲେ।


୨୦୦୯ ଏବଂ ୨୦୧୪ରେ ମୋହନ ବିଜେଡି ପ୍ରାର୍ଥୀଙ୍କଠାରୁ ପରାଜିତ ହୋଇଥିଲେ। ୨୦୧୯ରେ ପୁଣି କେନ୍ଦୁଝର ରାଜନୀତି କଡ଼ ଲେଉଟାଇଥିଲା। ମୋହନ ମାଝୀଙ୍କ ଉପରେ କେନ୍ଦୁଝରବାସୀ ଭରସା କରିଥିଲେ। ମୋହନ ବିଧାୟକ ଭାବେ ଜିତି ବିରୋଧୀ ଦଳ ମୁଖ୍ୟ ସଚେତକ ହୋଇଥିଲେ।


ତେବେ ଚଳିତ ନିର୍ବାଚନରେ ବିଜେପି ସରକାର ଗଢ଼ିବା ପାଇଁ ବହୁମତ ପାଇବା ପରେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ବାଛିବା ପାଇଁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଏବଂ ଭୁପେନ୍ଦ୍ର ଯାଦବଙ୍କୁ ଦାୟିତ୍ୱ ଦିଆଯାଇଥିଲା। ବିଜେପିର ଏହି ଦୁଇ ତୁଙ୍ଗ ନେତା ଓଡ଼ିଶାରେ ପହଞ୍ଚିବା ପରେ ମଙ୍ଗଳବାର ଅପରାହ୍ଣରେ ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ ମୋହନ ମାଝୀଙ୍କୁ ସର୍ବସମ୍ମତି କ୍ରମେ ନେତା ଭାବେ ଚୟନ କରାଯାଇଥିଲା । ଆଉ ମୁଖ୍ୟମନ୍ତ୍ରୀ ପଦରେ ଅଭିଶିତ ହେବା ପରେ ମୋହନ ମାଝୀ ପାଲଟିଯାଇଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ ।

Today is the birthday of Chief Minister Mohan Charan Majhi. | Argus News