ଆଜି ପହିଲି ରଜ: ପୁରପଲ୍ଲୀରେ ପିଠା ମିଠାର ଆସର

Key Points
ରଜ ଆସିଲେ ଗାଁ ଠୁ ସହର ସବୁଠି ଆନନ୍ଦ
ଦୋଳି ଖେଳ, ବିଭିନ୍ନ ପ୍ରକାର ପ୍ରତିଯୋଗିତା ସହିତ ପିଠା ମିଠାର ଆସର
ରଜ ଅବସରରେ ମିଠା ପାନର ପସରା ସବୁଠି ଦେଖିବାକୁ ମିଳିଛି
"ବନସ୍ତେ ଡାକିଲା ଗଜ
ବରଷକେ ଥରେ ଆସିଛି ରଜ
ଆସିଛି ରଜ ଲୋ
ଘେନି ନୂଆ ସଜବାଜ"
📱 Get Argus News App
✨ରଜ ଆସିଲେ ଗାଁ ଠୁ ସହର ସବୁଠି ଆନନ୍ଦ। ଆଜି ପହିଲି ରଜ। ରଜପର୍ବକୁ ନେଇ ଗାଁରୁ ସହର ସବୁଠି ଉତ୍ସବମୁଖର । ଦୋଳି ଖେଳ, ବିଭିନ୍ନ ପ୍ରକାର ପ୍ରତିଯୋଗିତା ସହିତ ପିଠା ମିଠାର ଆସର । ବିଶେଷ କରି ରଜ ଅବସରରେ ଭଳି କି ଭଳି ପିଠା ହିଁ ବଡ ଆକର୍ଷଣ ସୃଷ୍ଟି କରିଥାଏ । ରଜ ତିନିଦିନ ମଧ୍ୟରୁ ପ୍ରଥମ ଦିନରେ ପହିଲି ରଜ । ଝିଅମାନେ ନୂତନ ବସ୍ତ୍ର ପରିଧାନ କରି ପିଠା ଖାଇ, ଦୋଳି ଖେଳି ବେଶ୍ ଆଗ୍ରହର ସହକାରେ ମନାଇଥାନ୍ତି ରଜକୁ । ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ରଜ ଅବସରରେ ରଜ ମହୋତ୍ସବ ଆୟୋଜନ ହେଉଛି । ଦୋଳି ଖେଳ ସହିତ ପାରମ୍ପରିକ ନୃତ୍ୟ ଗୀତର ପ୍ରତିଯୋଗିତା ମଧ୍ୟ ହେଉଛି । ୩ ଦିନ ଧରି ପାଳନ ହେଉଥିବା ରଜ ଉତ୍ସବକୁ ନେଇ ସବୁଠି ଉତ୍ସବର ପରିବେଶ ଦେଖିବାକୁ ମିଳିଛି ।
ରଜ ଅବସରରେ ମିଠା ପାନର ପସରା ସବୁଠି ଦେଖିବାକୁ ମିଳିଛି । ବିଶେଷ କରି ଭଳି କି ଭଳି ମିଠା ମସଲା ଯୁକ୍ତ ପାନ, ରଜର ଆକର୍ଷଣକୁ ଅଧିକ ବଢାଇ ଦେଇଥାଏ । ରଜ ତିନିଦିନ ଧରଣୀ ମାଆକୁ ବିଶ୍ରାମ ଦିଆଯାଏ, ଯେଉଁଥିପାଇଁ ଭୂ-ଖନନ ବାରଣ କରାଯାଏ। ଆଷାଢ଼ର ପହିଲି ବର୍ଷାରେ ମାଟି ମା’ର ପ୍ରଜନନ ଶକ୍ତି ଜାଗ୍ରତ ହୋଇଥାଏ। ଏହି କାରଣରୁ ଧରଣୀମାତାକୁ ରଜସ୍ୱଳା ସ୍ତ୍ରୀ ସହିତ ତୁଳନା କରାଯାଏ। ଏହି ୩ ଦିନ ମାଟି ମା’ ରଜସ୍ୱଳା ହୋଇଥିବାରୁ ଧରଣୀ ମା’କୁ କଷ୍ଟ ନଦେଇ ଭୂମି ବିଶ୍ରାମ ଦିଆଯିବାର ପରମ୍ପରା ରହିଛି ।