ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ଚଳଚଞ୍ଚଳ ଶୈବପୀଠ
·1 year ago·1 min read

Key Points
ବୋଲ ବମ୍ ହରହର ବମ୍
ଆଜି ଶ୍ରାବଣ ମାସର ପ୍ରଥମ ସୋମବାର
ଚଳଚଳଞ୍ଚ ହୋଇଉଠିଛି ଶୈବପୀଠ
ମହାଦେବଙ୍କ ମସ୍ତକରେ ଜଳଲାଗି କରିବେ କାଉଡ଼ିଆ
ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଚଳଚଳଞ୍ଚ ହୋଇଉଠିଛି ଶୈବପୀଠ। ଦେବଦେବ ମହାଦେବଙ୍କ ମସ୍ତକରେ ଜଳଲାଗି କରିବେ କାଉଡ଼ିଆ ଭକ୍ତ । ହର ହର ମହାଦେବ, ବୋଲବମ, ଶିବ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର । ହଜାର ହଜାର ମାନସିକଧାରୀ କାଉଡିଆମାନେ ଜଳାଭିଷେକ କରିବା ଲାଗି ମନ୍ଦିରରେ ଭିଡ ଜମାଇଛନ୍ତି ।
ଏହି ମାସରେ ଶିବଙ୍କ ଉଦ୍ଦେଶ୍ୟରେ ବ୍ରତ ରଖି ଜଳାଭିଷେକ କରିବା ଦ୍ୱାରା ମନୋସ୍କାମନା ପୂରଣ ହୋଇଥାଏ ବୋଲି ପୁରାଣରେ ବର୍ଣ୍ଣିତ ରହିଛି । ମାନସିକଧାରୀ କାଉଡିଆମାନେ ଶିବଶକ୍ତି ଉଦ୍ଦେଶ୍ୟରେ ଜଳାଭିଷେକ କରିବା ପାଇଁ ଶିବାଳୟରେ ଲମ୍ବା ଲାଇନ ଲଗାଇଛନ୍ତି । ନିଜ ମନବାଞ୍ଛା ପୂରଣ କରିବା ପାଇଁ ଭକ୍ତମାନେ ଅତି ଶ୍ରଦ୍ଧା ଓ ନିଷ୍ଠାର ସହ ଏହି ଶ୍ରାବଣ ମାସ ପାଳନ କରିଥାନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: