Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଜିଠୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ

Odisha

ଆଜିଠୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ

Smruti Parija
Browse all articles by Smruti Parija
·1 year ago·1 min read
ଆଜିଠୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ

ଭୁବନେଶ୍ୱର: ଆଜିଠୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ଅଧିବେଶନ ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ଏବଂ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ । ୨୩ ତାରିଖରେ ଉପ-ବାଚସ୍ପତି ନିର୍ବାଚନ ସମ୍ପର୍କିତ ଘୋଷଣା ହେବ ଏବଂ ଏହା ପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ । ୨୪ ତାରିଖରେ ଉପ-ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ । ୨୫ ତାରିଖ ଦିନ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟର ନୂଆ ବିଜେପି ସରକାର ବଜେଟ ଉପସ୍ଥାପନ କରିବେ । 

ସର୍ବଦଳୀୟ ବୈଠକରେ ଯୋଗ ଦେଲେନି କଂଗ୍ରେସର କୌଣସି ବିଧାୟକ

ଲମ୍ବା ସମୟ ଧରି ଚାଲିବାକୁ ଥିବା ଏହି ଅଧିବେଶନ ଲାଗି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିରୋଧୀ ଦଳ ନେତାଙ୍କୁ ଭେଟି ଗଠନ ମୂଳକ ସହଯୋଗ ଲୋଡିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଉଭୟ ନବୀନ ନିବାସକୁ ଯାଇ ବିରୋଧୀଦଳ ନେତାଙ୍କୁ ସାକ୍ଷାତ କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜ୍ୟର ବୃହତର ସ୍ବାର୍ଥ ଦୃଷ୍ଟିରୁ ମୁଖ୍ୟ ବିରୋଧୀ ଦଳଠାରୁ ମୋହନ ସରକାର ଗଠନମୂଳକ ସହଯୋଗ କାମନା କରିଥିବା କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ । 
ସେହିପରି ନିଜେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ଟେଲିଫୋନ ଯୋଗେ ବିକଶିତ ଓଡ଼ିଶା ଗଠନରେ ସକ୍ରିୟ ସହଯୋଗ ଲାଗି ଆଲୋଚନା କରିଛନ୍ତି ।

ମୋହନ ଡାକିଲେ ନବୀନ ଗଲେନି
 

Sponsored
Today is the first session of the 17th Legislative -odisha-Assembly | Argus News