Videos
|
Odisha

ଆଜି ଭୁବନେଶ୍ବର ପ୍ରତିଷ୍ଠା ଦିବସ

Swoyang prajna Mishra
Browse all articles by Swoyang prajna Mishra
·1 year ago
ଆଜି ଭୁବନେଶ୍ବର ପ୍ରତିଷ୍ଠା ଦିବସ

ଆଜି ଭୁବନେଶ୍ବର ପ୍ରତିଷ୍ଠା ଦିବସ । ୭୭ ବର୍ଷରେ ପାଦ ଥାପିଲା ରାଜଧାନୀ ଭୁବନେଶ୍ବର । ଦୁଇ ଦିନ ଧରି ଚାଲିବ ସେଲିବ୍ରେସନ । ସଜେଇ ହେଇଛି ଏକାମ୍ର କ୍ଷେତ୍ର । ସକାଳୁ ସନ୍ଧ୍ୟା ଯାଏଁ ଚାଲିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଭୁବନେଶ୍ୱରର ବିଭିନ୍ନ ଫଟୋ ଚିତ୍ର ପ୍ରଦର୍ଶନୀର ଭରପୁର ମଜା ନେବେ ସାଧାରଣ ଲୋକେ । ଭୁବନେଶ୍ବରରେ ପ୍ରତିଷ୍ଠା ଦିବସ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ।


ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବାଚସ୍ପତି ସୁରମା ପାଢ଼ୀ, ବିଏମ୍ସି ମେୟର ସୁଲୋଚନା ଦାସ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଜିଲ୍ଲାପାଳ, ପୋଲିସ କମିଶନର, ବିଏମ୍ସି କମିଶନର, କଂଗ୍ରେସ ନେତା ସୁର ରାଉତରାୟଙ୍କ ସହ ସମସ୍ତ କର୍ପୋରେଟର ଏବଂ ରାଜଧାନୀ ବାସିନ୍ଦା ଯୋଗ ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Today is the foundation day of Bhubaneswar | Argus News