Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ହେଉଛି ପବିତ୍ର ଶାମ୍ବ ଦଶମୀ

Rashmita Mishra
Browse all articles by Rashmita Mishra
·1 year ago·1 min read
ଆଜି ହେଉଛି ପବିତ୍ର ଶାମ୍ବ ଦଶମୀ

ଅର୍ଗସ ବ୍ୟୁରୋ: ହିନ୍ଦୁ ଧର୍ମରେ ଅନେକ ପୂଜା ପର୍ବ ରହିଛି । ଯାହାର ସ୍ୱତନ୍ତ୍ର ମହତ୍ୱ ଏବଂ ଗୁରୁତ୍ୱ ମଧ୍ୟ ରହିଛି । ତେବେ ଏହିସବୁ ପର୍ବପର୍ବାଣୀ ମଧ୍ୟରୁ ଗୋଟିଏ ହୋଉଛି ଶାମ୍ବ ଦଶମୀ । ଏହି ଦିନ ଭଗବାନ ସୂର୍ଯଙ୍କୁ ପୂଜା କରାଯାଇଥାଏ । ତେବେ ଚଳିତ ବର୍ଷର ପ୍ରଥମ ଦଶମୀ ଦିନରେ ଅର୍ଥାତ୍ ଆଜି ପବିତ୍ର ଶାମ୍ବ ଦଶମୀ ପଡିଛି । ଏହି ଦିନରେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରାଯିବା ସହ ବିଭିନ୍ନ ପ୍ରକାର ଫୁଲ, ଫଳ, ପନିପରିବା, ଘାଣ୍ଟ ଆଦି ସୂର୍ଯ୍ୟ ଦେବତାଙ୍କୁ ସମର୍ପିତ କରାଯାଇଥାଏ । ଏହାପରେ ଏହାକୁ ଛୋଟ ଛୋଟ ପିଲାଙ୍କୁ ଖାଇବାକୁ ଦିଆଯାଇଥାଏ । ତେବେ କୁହାଯାଏ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଅଭିଶାପଗ୍ରସ୍ତ ହୋଇ କୁଷ୍ଠ ରୋଗରେ ପିଡିତ ହୋଇଥିଲେ । ଏହାପରେ ସେ ଏହି ରୋଗେରୁ ମୁକ୍ତି ପାଇବା ପାଇଁ ଋଷି ଗର୍ଗଙ୍କ ପରାମର୍ଶ କ୍ରମେ ସୂର୍ଯ୍ୟଙ୍କୁ ପୂଜା କରିଥିଲେ । ଫଳରେ ଶାମ୍ବ କୁଷ୍ଠ ରୋଗରୁ ଆରୋଗ୍ୟ ଲାଭ କରିଥିଲେ । ଫଳରେ ସେବେଠାରୁ ଏହି ଶାମ୍ବଦଶମୀ ବ୍ରତ ପାଳନ କରାଯାଉଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
today-is-the-holy-day-of-shambhava-dashami | Argus News