Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ପବିତ୍ର ଗଣେଶ ଚତୁର୍ଥୀ, ଚଳଚଞ୍ଚଳ ପୁରପଲ୍ଲୀ

Banajyotshna Ray
Browse all articles by Banajyotshna Ray
·10 months ago·1 min read
ଆଜି ପବିତ୍ର ଗଣେଶ ଚତୁର୍ଥୀ, ଚଳଚଞ୍ଚଳ ପୁରପଲ୍ଲୀ

Key Points

ଆଜି ପବିତ୍ର ଗଣେଶ ଚତୁର୍ଥୀ

ଗଣପତିଙ୍କ ପୂଜାର୍ଚ୍ଚନା ଲାଗି ଚଳଚଞ୍ଚଳ ପୁରପଲ୍ଲୀ 


ଆଜି ଗଣେଶ ଚତୁର୍ଥୀ । ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା। ପୁରଠୁ ପଲ୍ଲୀ ସବୁଠି ଉତ୍ସାହର ମାହୋଲ। ଚଳଚଞ୍ଚଳ ପୁରପଲ୍ଲୀ। ବେଶ ଧୁମଧାମର ସହ ପାଳନ ହେଉଛି ଗଜାନନଙ୍କ ପୂଜା। ମଣ୍ଡପ ଗୁଡିକୁ ଆଲୋକମାଳାରେ ସଜାଯାଇଛି। ଏଥର କଟକ ଓ ଭୁବନେଶ୍ବରରେ ଶତାଧିକ ଛୋଟବଡ ଗଣେଶ ମୂର୍ତ୍ତି ପୂଜା ପାଇବେ ।ଶିକ୍ଷାନୁଷ୍ଠାନର ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ଏବଂ ମଣ୍ଡପରେ ପୂଜା ଚାଲିଛି। ବିଦ୍ୟାଦାତା ଗଣେଶଙ୍କୁ ପୂଜାର୍ଚ୍ଚନା କରି ଆଶିଷ ଲାଭ କରିବେ ଛାତ୍ରଛାତ୍ରୀ।


ସ୍କୁଲ ଓ କଲେଜରେ ଚାଲିଛି ପୂଜାପାଠ। ସେହିପରି ବିଭିନ୍ନ ଅନୁଷ୍ଠାନ ଏବଂ ମଣ୍ଡପ ଗୁଡ଼ିକରେ ପୂଜାର ଆୟୋଜନ ହୋଇଛି। ବେଶ ସୁନ୍ଦର ଭାବେ ସଜା ହୋଇଛି ସମସ୍ତ ତୋରଣ। ମଣ୍ଡପରେ ପୂଜା ପାଇବେ ଗଜାନନଙ୍କ ପ୍ରତିମୂର୍ତ୍ତି । ହିନ୍ଦୁ ମାସ ଭାଦ୍ରପଦ ଶୁକ୍ଳପକ୍ଷର ବିନାୟକ ଚତୁର୍ଥୀ ତିଥିରୁ ଆରମ୍ଭ ହୋଇ ଅନନ୍ତ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଗଣେଶ ପୂଜା ଚାଲିବ। ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ଗାଁରୁ ସହର ଯାଏ ଉତ୍ସବମୁଖର ହୋଇ ଉଠିଛ। ଗଣେଶ ପୂଜା କେବଳ ମହାରାଷ୍ଟ୍ର କି ମୁମ୍ବାଇ ନୁହେଁ, ବରଂ ସମଗ୍ର ଭାରତରେ ହର୍ଷୋଲ୍ଲାସର ସହିତ ପାଳନ କରାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today is the holy Ganesh Chaturthi || Argus News | Argus News