Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ

Odisha

ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ

Banajyotshna Ray
Browse all articles by Banajyotshna Ray
·1 year ago
ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ

ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ। ରଥସଂହିତା ମୁତାବକ ଆଜି ରଥନିର୍ମାଣ ପାଇଁ ଦୁଇଦୁଇଟି କାର୍ଯ୍ୟ ସମ୍ପାଦିତ ହେବ। ପ୍ରଥମେ ଭୋଇ ସେବକଙ୍କ ଦ୍ୱାରା ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଜନ୍ତାଗାଢ ଖୋଳାଯାଇ ତୁମ୍ଭରେ ଅର ସଂଯୋଗ ପାଇଁ ସିଙ୍ଗଡା ବାଡିଆ ଅନୁକୂଳ କରାଯିବ। ରୂପକାର ସେବକ ମାନେ ଆଜିର ଏହି ତିଥିରେ ଅକ୍ଷୟ ତୃତୀୟାରେ ପୂଜାର୍ଚ୍ଚନା ହୋଇ ରହିଥିବା ତିନୋଟି 12 ଫୁଟିଆ ଧଉରା କାଠର ଗୁଜ ଅନୁକୂଳ କରିବେ।


ମହାରଣା ସେବାୟତ ମାନେ ରୂପକାରଙ୍କୁ କାଠ ଯୋଗାଇବା ପରେ ରୂପକାର ମାନେ ଏହାକୁ ଅନୁକୂଳ କରି ସେଥିରେ ନୃସିଂହ ମୂର୍ତ୍ତି ଖୋଦେଇ କରିବା ସହ ନରବିରାଳ,ଗଜବିରାଳ,ସିଂହବିରାଳ ଇତ୍ୟାଦି ଆଗକୁ ଖୋଦେଇ କରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
today-is-the-holy-narasimha-chaturdashi | Argus News