Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଜି ଡିଜିପି ସମ୍ମିଳନୀର ଶେଷ ଦିନ

Odisha

ଆଜି ଡିଜିପି ସମ୍ମିଳନୀର ଶେଷ ଦିନ

Smruti Parija
Browse all articles by Smruti Parija
·1 year ago
ଆଜି ଡିଜିପି ସମ୍ମିଳନୀର ଶେଷ ଦିନ

ଅର୍ଗସ ବ୍ୟୁରୋ: ଦେଶ ସୁରକ୍ଷା ପ୍ରସଙ୍ଗରେ ଭୁବନେଶ୍ବରରେ ଐତିହାସିକ ବୈଠକ । ଆଜି ଡିଜିପି ସମ୍ମିଳନୀର ଶେଷ ଦିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ୍ । ମୋଦିଙ୍କ ସହ ଉପସ୍ଥିତ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ସମସ୍ତ ଡିଜି ଆଇଜିଙ୍କୁ ଗୁରୁମନ୍ତ୍ର ଦେବେ। ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରସ୍ତୁତ ହେଉଛି ରଣନୀତି । 
ଆଗାମୀ ବର୍ଷ ପାଇଁ କଣ ସବୁ ଚ୍ୟାଲେଞ୍ଜ ଓ ତାର ମୁକାବିଲା କିଭଳି ରହିବ ସେଦିଗରେ ଆଲୋଚନା କରାଯିବ। ଗତକାଲି 12ଘଣ୍ଟା ବିଚାର ବିମର୍ଶ କରାଯାଇଥିଲା। ଆନ୍ତର୍ଜାତୀୟ ସୀମା ଓ ଉପକୂଳ ସୁରକ୍ଷା ସାଙ୍ଗକୁ ଡିପ୍‌ଫେକ୍‌ ଓ ସାଇବର ଦମନ ଲାଗି ପ୍ରସ୍ତୁତ ହୋଇଥିଲା ଖସଡ଼ା। ସେହିପରି ମାଓ ଦମନ ଓ ଅନୁପ୍ରବେଶକାରୀ ରୋକିବା ଦିଗରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
today-is-the-last-day-of-dgp-summit | Argus News