Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ଶ୍ରାବଣ ମାସ ଶେଷ ସୋମବାର, ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶୈବପୀଠ

Banajyotshna Ray
Browse all articles by Banajyotshna Ray
·11 months ago·1 min read
ଆଜି ଶ୍ରାବଣ ମାସ ଶେଷ ସୋମବାର, ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶୈବପୀଠ

Key Points

ଆଜି ଶ୍ରାବଣ ମାସ ଶେଷ ସୋମବାର
ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶୈବପୀଠ

ମହାଦେବଙ୍କୁ ଜଳ ଲାଗି କରୁଛନ୍ତି କାଉଡ଼ିଆ
ରାଜ୍ୟର ବିଭିନ୍ନ ଶୈବ ପୀଠରେ କାଉଡିଆଙ୍କ ସମାଗମ 

ଆଜି ଶ୍ରାବଣ ମାସର ଶେଷ ସୋମବାର। ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶୈବପୀଠ । ମହାଦେବଙ୍କୁ ଜଳ ଲାଗି କରୁଛନ୍ତି କାଉଡ଼ିଆ। ରାଜ୍ୟର ବିଭିନ୍ନ ଶୈବ ପୀଠରେ କାଉଡିଆଙ୍କ ସମାଗମ। ଶ୍ରାବଣ ମାସରେ କାଉଡିଆମାନେ ମାନସିକ କରି ଶିବଙ୍କ ମସ୍ତକରେ ଜଳଲାଗି କରିଥାନ୍ତି। ଶ୍ରାବଣ ମାସ ଶେଷ ସୋମବାର ପାଇଁ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବା ପାଇଁ ମିଳୁଛି। ଭୋରରୁ ଦ୍ବାର ଫିଟା ଯାଇ ପୂଜର୍ଚ୍ଚନା ଆରମ୍ଭ ହୋଇଥିଲା। ନୀତିକାନ୍ତି ପରେ ଆରମ୍ଭ ହୋଇଥିଲା ସାହାଣ ମେଲା ଦର୍ଶନ।


ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେହିପରି ବାବା ଧବଳେଶ୍ବର, ଭଦ୍ରକ ଆଖଣ୍ତଳମଣି ପୀଠ, କପିଳାସର ବାବା ଚନ୍ଦ୍ରଶେଖର, ନୟାଗଡ଼ ଶରଣକୂଳର ଲଡୁ ବାବା, ପୁରୀର ଲୋକନାଥ ବାବା, ଗୁପ୍ତେଶ୍ବର ମନ୍ଦିର ଜଗତସିଂହପୁରର ଗୋରଖନାଥ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିଛି। ଧାଡିରେ ଯାଇ ଶିବଲିଙ୍ଗରେ ଜଳାଭିଷେକ କରୁଛନ୍ତି ଭକ୍ତ । ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦେବଦେବ ମହାଦେବଙ୍କ ଉପରେ ପାଣି ଢାଳି ଶୁଭ ମନାସୁଛନ୍ତି କାଉଡ଼ିଆ । ଭୁବନେଶ୍ବରର ଲିଙ୍ଗରାଜ, ପୁରୀର ଲୋକନାଥ, କଟକର ଧବଳେଶ୍ବର, ନୀଳଗିରିର ପଞ୍ଚଲିଙ୍ଗେଶ୍ବର ଢେଙ୍କାନାଳର କପିଳାସ ମନ୍ଦିର ଆଦି ଶୈବାଳୟରେ ପାଣି ଢାଳୁଛନ୍ତି ଭକ୍ତ । ସବୁ ଶିବାଳୟରେ ଏଥିପାଇଁ ଖାସ ବ୍ୟବସ୍ଥା କରାଯାଇଛି । ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କର ଭିଡ଼ ଜମିଛି ।


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Sponsored
today-is-the-last-monday-of-the-month-of-shravan | Argus News