Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମହାଦେବଙ୍କ ଚଡ଼କ ମେଳାର ଆଜି ଦ୍ୱିତୀୟ ଅର୍ଘ୍ୟ ଓ ମହାନୀଳ ପର୍ବ

Odisha

ମହାଦେବଙ୍କ ଚଡ଼କ ମେଳାର ଆଜି ଦ୍ୱିତୀୟ ଅର୍ଘ୍ୟ ଓ ମହାନୀଳ ପର୍ବ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମହାଦେବଙ୍କ ଚଡ଼କ ମେଳାର ଆଜି ଦ୍ୱିତୀୟ ଅର୍ଘ୍ୟ ଓ ମହାନୀଳ ପର୍ବ

ବାବା ଚନ୍ଦନେଶ୍ବର ମହାଦେବଙ୍କ ଚଡ଼କ ମେଳାର ଆଜି ଦ୍ବିତୀୟ ଅର୍ଘ୍ୟ ଓ ମହାନୀଳ ପର୍ବ । ଏଥିପାଇଁ ମନ୍ଦିର ପରିସର ପାଲଟିଛି ଜନସମୁଦ୍ର । ବାବାଙ୍କୁ ଜଳାଭିଷେକ ପାଇଁ କାଉଡିଆ ଓ ଭକ୍ତଙ୍କର ଲାଗିଛି ପ୍ରବଳ ଗହଳି । ଶଙ୍ଖ ,ଝାଲି ,ଘଂଟା ସହ ଭକ୍ତଙ୍କ ହରହର ମହାଦେବ , ଜୟ ବାବା ଚନ୍ଦନେଶ୍ୱର ଧ୍ୱନିରେ ପ୍ରକମ୍ପିତ ହଉଛି ସାରା ଅଞ୍ଚଳ। ମହାନୀଳ ପର୍ବରେ ନୀଳ ପୋଖରୀରୁ ଚନ୍ଦନେଶ୍ବରଙ୍କର ଚଳନ୍ତି ବିଗ୍ରହ ଅବା ବାବାଙ୍କ ପ୍ରତୀକ କୁହାଯାଉଥିବା ଦୁଇଟି ଥମ୍ବି କାଠକୁ ଉତ୍ତୋଳନ କରାଯାଇଥାଏ ।


ଆସନ୍ତା କାଲି ମହାପାଟ ପର୍ବ ସହିତ ବିଶ୍ୱ ପ୍ରସିଦ୍ଧ ଚଡ଼ଳମେଳାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ । ତେବେ ପୋଲିସ ପ୍ରଶାସନ ପକ୍ଷରୁ ଜଣେ ଏସପି ,୨ଜଣ ଅlଡିସନାଲ ଏସପି ,୪ଜଣ ଡ଼ିଏସପି ,୨୦ଜଣ ଆଇ ଆଇ ସି, ୩୫ଜଣ ଏ ଏସ ଆଇ ସହିତ ୨୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହାସହ ଅଧିକ ସୁରକ୍ଷା ଦୃଷ୍ଟିରୁ ମନ୍ଦିର ପରିସରରେ CCTV ବ୍ୟବସ୍ଥା ମଧ୍ୟ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
today-is-the-second-arghya-and-mahanil-festival-of-mahadevs-chardak-mela | Argus News