Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଆଜି ମୁଖ୍ୟମନ୍ତ୍ରୀଙ୍କ ଝାଡ଼ଖଣ୍ଡ ଗସ୍ତର ଦ୍ବିତୀୟ ଦିନ

Odisha

ଆଜି ମୁଖ୍ୟମନ୍ତ୍ରୀଙ୍କ ଝାଡ଼ଖଣ୍ଡ ଗସ୍ତର ଦ୍ବିତୀୟ ଦିନ

Smruti Parija
Browse all articles by Smruti Parija
·1 year ago·1 min read
ଆଜି ମୁଖ୍ୟମନ୍ତ୍ରୀଙ୍କ ଝାଡ଼ଖଣ୍ଡ ଗସ୍ତର ଦ୍ବିତୀୟ ଦିନ

ଅର୍ଗସ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀଙ୍କ ଝାଡ଼ଖଣ୍ଡ ଗସ୍ତର ଦ୍ବିତୀୟ ଦିନ । ଚାଇଁବସାରେ ପରିବର୍ତ୍ତନ ସମାବେଶରେ ଯୋଗଦେବେ ମୋହନ ମାଝୀ । ଅଧିକାଂଶ ଓଡ଼ିଆ ଭାଷାଭାଷୀ ରହୁଥିବା ଝାଡ଼ଖଣ୍ଡର 3ଟି ଜିଲ୍ଲାର କେନ୍ଦ୍ର ହେଉଛି ଚାଇଁବସା ।  ଝାଡ଼ଖଣ୍ଡର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ା ଓ ଚମ୍ପେଇ ସୋରେନଙ୍କ ସମେତ 2ଟି ଲୋକସଭା ଓ 14ଟି ବିଧାନସଭା ନିର୍ବାଚନମଣ୍ଡଳୀର ସବୁ ବଡ଼ ବିଜେପି ନେତା ଏଥିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । 

ଝାଡ଼ଖଣ୍ଡରେ କେବେ ନିର୍ବାଚନ ହେବ ସେନେଇ ତାରିଖ ଘୋଷଣା କରାଯାଇନାହିଁ। ତେବେ ବିଜେପି ପକ୍ଷରୁ ପ୍ରାକ୍ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଗତକାଲି ଝାଡଖଣ୍ଡରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ବାଚନୀ ପ୍ରଚାରରେ ସାମିଲ ହୋଇ କହିଛନ୍ତି, ଝାଡଖଣ୍ଡର ବିକାଶ ପାଇଁ ଆପଣ ଡବଲ ଇଂଜିନ୍ ଲଗାନ୍ତୁ । ରାଜ୍ୟରେ ଥିବା ହେମନ୍ତ ସୋରେନ୍ ସରକାର ରାଜ୍ୟବାସୀଙ୍କୁ ଧୋକ୍କା ଦେଇଛନ୍ତି । 

କେନ୍ଦ୍ର ସରକାର ଜନହିତକର ଯୋଜନା ଲୋକଙ୍କ ପାଖରେ ପହଞ୍ଚୁନାହିଁ । ଏବେ ସମୟ ଆସୁଛି ସେ ଭଳି ସରକାରକୁ ଉଖାଡି ଫିଙ୍ଗିବା ପାଇଁ । ଡବଲ ଇଞ୍ଜିନ ସରକାର ଆସିଲେ ବିକାଶ ନିଶ୍ଚିତ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Today is the second day of Chief Minister's visit to Jharkhand | Argus News