Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପାରିତ ହେବ ରାଜନୈତିକ ଚିଠା ପ୍ରସ୍ତାବ

Odisha

ପାରିତ ହେବ ରାଜନୈତିକ ଚିଠା ପ୍ରସ୍ତାବ

Smruti Parija
Browse all articles by Smruti Parija
·1 year ago·2 min read
ପାରିତ ହେବ ରାଜନୈତିକ ଚିଠା ପ୍ରସ୍ତାବ

ଭୁବନେଶ୍ୱର: ଆଜି ବିଜେପି ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀର ଦ୍ବିତୀୟ ଦିନ ।  ଆଜି ପାରିତ ହେବ ରାଜନୈତିକ ଚିଠା ପ୍ରସ୍ତାବ । ସାମ୍ପ୍ରତିକ ରାଜନୈତିକ ସ୍ଥିତି ଉପରେ ଚର୍ଚ୍ଚା ଆଲୋଚନା ହୋଇ ରାଜନୈତିକ ଚିଠା ପ୍ରସ୍ତାବ ପାରିତ କରିବ ଦଳ । ଏହାସହ ଆଗାମୀ ଦିନରେ ଦଳ କେଉଁ କେଉଁ ରାଜନୈତିକ କାର୍ଯ୍ୟକ୍ରମ ହାତକୁ ନେବ ତାହା ବି ସ୍ଥିର ହେବ । ପ୍ରଥମ ପର୍ଯ୍ୟାୟ ବୈଠକରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ମାନେ ମୋହନ ସରକାରଙ୍କ ପ୍ରଥମ ମାସର ଉପଲବ୍ଧି ସହ ଦଳର ସଂକଳ୍ପ ପତ୍ର ଉପରେ କର୍ମୀଙ୍କୁ ଅବଗତ କରିବେ । ପରେ ରାଜ୍ୟ ସଭାପତି ଉଦଯାପନି ମନ୍ତ୍ର ଦେବେ ।

ସରକରକୁ ଆସିବା ପରେ ପୁରୀରେ ବସିଛି ବିଜେପିର 2 ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ । ଗତକାଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଯୋଗ ଦେଇ କର୍ମୀଙ୍କୁ ମନ୍ତ୍ର ଦେଇଥିଲେ । ଶାସକ ଦଳରେ କଣ ରହିବ କର୍ମୀଙ୍କ ଭୂମିକା । ବିଜୟର ଶ୍ରେୟ ଦେଲେ ଆଉ କିଛି ଟାସ୍କ ବି ଦେଲେ । 25 ବର୍ଷ କ୍ଷମତାରେ ରହିବାକୁ ମୂଳଦୁଆ ପକାଇଲେ । ପୁରୀରେ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ଉଦଘାଟନ କରି କର୍ମୀଙ୍କୁ ଏମିତି ମନ୍ତ୍ର ଦେଇଥିଲେ ବିଜେପି । 

ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସରକାର ଗଠନ ପାଇଁ କର୍ମୀଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ । କହିଥିଲେ ଆପଣ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ପାଇଁ ସରକାରକୁ ଆସିଛି । ସେଥିପାଇଁ ଏ ବିଜୟର ଶ୍ରେୟ ପ୍ରତି କର୍ମକର୍ତ୍ତାଙ୍କୁ ଯିବ । ଆଉ ସରକାରକୁ ଆସିବା ପରେ ଦାୟିତ୍ୱ ବଢିଛି । ସରକାର ଏବଂ ମନ୍ତ୍ରୀ ମାନେ କର୍ମକର୍ତ୍ତାଙ୍କ ପାଖରେ ଉତ୍ତରଦାୟୀ ରହିବେ । କାର୍ଯ୍ୟକର୍ତ୍ତା ମାନେ ଲୋକଙ୍କ ପାଖେ ଉତ୍ତରଦାୟୀ ରହିବେ । ତେଣୁ ଆଗାମୀ ଦିନରେ ସରକାରଙ୍କ କାମ ଲୋକଙ୍କୁ ପାଖକୁ ନେଇ ଯିବାକୁ କହିଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଏହାସହ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଥିଲା ସେ ସବୁ ପୂରଣ କରାଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ନଡ୍ଡା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today is the second day of the BJP extended state function | Argus News