Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ଦେଶରେ ଷଷ୍ଠ ପର୍ଯ୍ୟାୟ ଭୋଟ୍

Smruti Parija
Browse all articles by Smruti Parija
·2 years ago·1 min read
ଆଜି ଦେଶରେ ଷଷ୍ଠ ପର୍ଯ୍ୟାୟ ଭୋଟ୍

ଅର୍ଗସ ବ୍ୟୁରୋ: ଆଜି ଦେଶରେ ଷଷ୍ଠ ପର୍ଯ୍ୟାୟ ଭୋଟ୍ । 8ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର 58 ଲୋକସଭା ସିଟ୍‌ ପାଇଁ ମତଦାନ । ସକାଳ 7ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା 6ଟା ଯାଏ ଚାଲିବ । ଷଷ୍ଠ ପର୍ଯ୍ୟାୟରେ ଓଡ଼ିଶାର 6, ବିହାରର 8 ଲୋକସଭା ଆସନ ସମେତ ହରିୟାଣାର ସମସ୍ତ 10 ଆସନ, ଜମ୍ମୁ ଓ କଶ୍ମୀରର ଗୋଟିଏ, ଝାଡ଼ଖଣ୍ଡର 4, ଦିଲ୍ଲୀର ସମସ୍ତ 7,  ଉତ୍ତର ପ୍ରଦେଶର 14 ଏବଂ ପଶ୍ଚିମବଙ୍ଗର 8ଟି ଆସନ ଲାଗି ଭୋଟିଂ ହେବ । 

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ

ନିର୍ବାଚନ କମିଶନ ପକ୍ଷରୁ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଥିବାବେଳେ ସମ୍ବେଦନଶୀଳ ଓ ଉତ୍ତେଜନା ପ୍ରବଣ ବୁଥ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି । ଅନ୍ତିମ ପର୍ଯ୍ୟାୟ ମତଦାନ ଆସନ୍ତା ଜୁନ୍ 1 ତାରିଖରେ ହେବ । ପୂର୍ବରୁ ଏପ୍ରିଲ 19ରେ ପ୍ରଥମ ପର୍ଯ୍ୟାୟ, ଏପ୍ରିଲ 26ରେ ଦ୍ୱିତୀୟ ପର୍ଯ୍ୟାୟ, ମେ 7ରେ ତୃତୀୟ ପର୍ଯ୍ୟାୟ, ମେ 13ରେ ଚତୁର୍ଥ ପର୍ଯ୍ୟାୟ, ମେ 20ରେ ପଞ୍ଚମ ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି । ଆସନ୍ତା ଜୁନ୍ 4 ତାରିଖରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today is the sixth phase of voting in the country | Argus News