କାଳିଆର ଅପୂର୍ବ ସ୍ନାନଯାତ୍ରା , ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧା ମୂରତି

Key Points
ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ । ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ । ଏହା ରଥଯାତ୍ରା ଆଗରୁ ପାଳିତ ହେଉଥିବା ଏକ ପୂଜା ବିଧି।
ଆଜି ବିଶ୍ବ ପ୍ରସିଦ୍ଧ ସ୍ନାନଯାତ୍ରା । ଭୋର 5ଟାରୁ ରତ୍ନବେଦୀରୁ ସ୍ନାନବେଦୀକୁ ଆରମ୍ଭ ହୋଇଛି ଶ୍ରୀଜୀଉଙ୍କ ପହଣ୍ଡି । 108 ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧା ମୂରତି । ଅପରାହ୍ନରେ ହାତୀ ବେଶରେ ଦର୍ଶନ ଦେବେ । ମହାପ୍ରଭୁଙ୍କୁ ଦେଖିବା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳି । ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସହରକୁ ଜଗିଛନ୍ତି ୭୦ ପ୍ଲାଟୁନ ପୋଲିସ ଫୋର୍ସ ।
ଦିବ୍ୟ ସ୍ନାନ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼ ଲାଗିଛି। ମହାପ୍ରଭୁଙ୍କ ପହଣ୍ଡି ଲାଗି ମଙ୍ଗଳବାର ପ୍ରଥମେ କୋଠ ସୁଆସିଆମାନେ ସିଂହାସନରେ ଚାର ମାଳ ବାନ୍ଧିବା ପରେ ଦଇତାପତିମାନେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସେନାପଟା ଲାଗି କରିଛନ୍ତି।
ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ । ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ । ଏହା ରଥଯାତ୍ରା ଆଗରୁ ପାଳିତ ହେଉଥିବା ଏକ ପୂଜା ବିଧି। ଏଥିପାଇଁ ଶ୍ରୀଜିଉମାନଙ୍କର ନୀତିକାନ୍ତି ଭୋର୍ରୁ ଆରମ୍ଭ ହୋଇଯାଇଛି। ମହାପ୍ରଭୁଙ୍କ ମଙ୍ଗଳର୍ପଣ ସକାଳ ୫.୩୨ ଆରମ୍ଭ ହୋଇଥିଲା । ଏହା ପରେ ସୁଦର୍ଶନ ମହାପ୍ରଭୁଙ୍କ ପହଣ୍ଡି ୫.୪୫ରେ ଆରମ୍ଭ ହୋଇଥିବା ବେଳେ ବଳଭଦ୍ରଙ୍କ ପହଣ୍ଡି ୫.୫୩ରେ ଆରମ୍ଭ ହେଲା। ସେହିପରି ମା ସୁଭଦ୍ରାଙ୍କ ପହଣ୍ଡି ୬.୬ ଏବଂ ଜଗନ୍ନାଥ ମହାପ୍ରଭୁଙ୍କର ପହଣ୍ଡି ୬.୨୨ ମିନିଟରେ ଆରମ୍ଭ ହୋଇଥିଲା ।