Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ଜଗା ପାଇଁ ଜନସମୁଦ୍ର... 

Manini Pattanayak
Browse all articles by Manini Pattanayak
·2 years ago·1 min read
 ଜଗା ପାଇଁ ଜନସମୁଦ୍ର... 

ପୁରୀ : ଆଜି  ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ।  ଜନସମୁଦ୍ର ହୋଇ ଉଠିଛି ବଡଦାଣ୍ଡ।  ଛୁଟିଛି ଭକ୍ତଙ୍କ ସୁଅ।  ଜଗାର ରଥଯାତ୍ରା ଦେଖିବା ପାଇଁ  ଦୂରଦୂରାନ୍ତରୁ ଆଗମନ ଭକ୍ତଙ୍କର ।   ଶ୍ରୀଜିଉଙ୍କ ଅପେକ୍ଷାରେ ରଥ ଆଉ ଭକ୍ତ  । କୋଟି ଓଡ଼ିଆଙ୍କ ମଉଡ଼ମଣୀ ପ୍ରଭୁ ଶ୍ରୀ ଜଗନ୍ନାଥ । ସେ ଲୀଳାମୟ ଓ ଭାବଗ୍ରାହୀ କଳାଠାକୁର । ମହାପ୍ରଭୁଙ୍କ ରଥାରୁଢ଼ ଦର୍ଶନ କଲେ ପୁନଃଜନ୍ମରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି । ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହି ‘ରଥଯାତ୍ରା’ ବା ‘ଶ୍ରୀ ଗୁଣ୍ଡିଚା ଯାତ୍ରା’ ହେଉଛି ସର୍ବଶ୍ରେଷ୍ଠ । ଶ୍ରୀମନ୍ଦିରର ସିଂହଦ୍ବାର  ସମ୍ମୁଖରେ ଦଣ୍ଡାୟମାନ ସୁସଜ୍ଜିତ ତିନି ରଥ ଅପେକ୍ଷାରେ ତିନି ଠାକୁରଙ୍କର ।   ଭକ୍ତଙ୍କ ଲାଗିଲାଣି ଗହଳି.. ମହାପ୍ରଭୁଙ୍କୁ ଦର୍ଶନ କରିବେ ଶହ ଶହ ଭକ୍ତ।  ବଡଦାଣ୍ଡ ହେଲାଣି ଲୋକାରନ୍ୟ।  ବର୍ଷକରେ ଥରେ  ଶ୍ରୀମନ୍ଦିରରୁ ବାହାରି  ଜାଗା ଦର୍ଶନ ଦେଇଥାଏ ଭାଇ ଭଉଣୀ ସହ।

ଅଧିକ ପଢନ୍ତୁ : ବଡଦାଣ୍ଡକୁ ଓହ୍ଲାଇ ଆସିବ କାଳିଆ ସାଆନ୍ତ, ଅପେକ୍ଷାରେ ରଥ ଆଉ ଭକ୍ତ...

 ବ୍ରହ୍ମାଣ୍ଡ ଠାକୁରଙ୍କ ଆସିବା ବାଟକୁ ଅନେଇ ରହିଛି ଭକ୍ତ।  ଭିଜିବ ଭକ୍ତର ଆଖି  ଭିଜିବ ବଡଦାଣ୍ଡ। ଧନ୍ୟ ହେବେ ସଚରାଚର। ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ସହ ଦଉଡ଼ି ଟାଣି ଜୀବନକୁ କୃତାର୍ଥ କରିବାକୁ ଭକ୍ତପ୍ରାଣ ଉଚ୍ଛନ୍ନ। ହରିବୋଳ, ହୁଳହୁଳିରେ, ଘଣ୍ଟଘଣ୍ଟିରେ ଚର୍ତୁଦିଗ  ଉଠିବ ପଡିବ।  ମହାପ୍ରଭୁଙ୍କ ପହଣ୍ଡି ଅପରାହ୍ନ ୧ଟା ୧୦ମିନିଟରୁ ଆରମ୍ଭ ହୋଇ ୨ଟା ୩୦ରେ ସରିବ । ଏହାପରେ ୪ଟାରେ ଛେରାପହଁରା ଓ ଅପରାହ୍ନ ୫ଟାରେ ରଥ ଟାଣିବାକୁ ନୀତି ନିର୍ଘଣ୍ଟ ହୋଇଛି । ଏଥର ବିରଳ ସଂଯୋଗ କ୍ରମେ ୧୯୭୧ ମସିହା ଭଳି ଗୋଟିଏ ଦିନରେ ନବଯୌବନ, ନେତ୍ରୋତ୍ସବ ସହ ଘୋଷଯାତ୍ରା ପଡୁଛି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today is world famous rath yatra in puri odisha | Argus News