ଆଜି ପବିତ୍ର ଅକ୍ଷୟ ତୃତୀୟାରେ ଦେଶ ଦୁନିଆର ଖବର ଉପରେ ନଜର ପକାନ୍ତୁ

୧- ଆଜି ପବିତ୍ର ଅକ୍ଷୟ ତୃତୀୟା...ବିଧି ପରମ୍ପରା ଅନୁଯାୟୀ ରଥନିର୍ମାଣ କାର୍ଯ୍ୟର ହେବ ଶୁଭ ଅନୁକୂଳ... ସେପଟେ ଆଜିଠାରୁ ଶ୍ରୀମନ୍ଦିରରେ ୪୨ ଦିନିଆ ଚନ୍ଦନ ଯାତ୍ରା ଆରମ୍ଭ ...ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା କରିବେ ଜଳକ୍ରୀଡା...
୨- ଭାରତ-ପାକିସ୍ତାନ ଉତ୍ତେଜନାକୁ ନେଇ ଜାତିସଂଘର ଉଦ୍ବେଗ....ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଏବଂ ପାକ୍ ପ୍ରଧାନମନ୍ତ୍ରୀଙ୍କୁ ଫୋନ୍ କଲ୍.....ଉଭୟଙ୍କ ସହ କଥା ହେଲେ ଜାତିସଂଘ ମହାସଚିବ ଆଣ୍ଟୋନିୟୋ ଗୁଟ୍ରେସ୍....ପହଲଗାମ୍ ଆଟାକ୍କୁ କଡ଼ା ଭାଷାରେ ନିନ୍ଦା କଲେ ଗୁଟ୍ରେସ୍
୩- ପହଲଗାମ ଆତଙ୍କୀ ଆକ୍ରମଣ ଘଟଣାରେ ଆସିବ ବଡ଼ ନିଷ୍ପତ୍ତି ...ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବସିବ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ବୈଠକ...ବୈଠକରେ ଉପସ୍ଥିତ ରହିବେ ରାଜନାଥ, ଶାହ, ଜେ ପି ନଡ୍ଡାଙ୍କ ଭଳି ବରିଷ୍ଠ ମନ୍ତ୍ରୀ...
୪- ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ବଡ଼ ନିଷ୍ପତ୍ତି... ସେନାକୁ ପୂର୍ଣ୍ଣ କ୍ଷମତା... ଅପରେସନ, ଟାର୍ଗେଟ୍ ଓ ସମୟ ସ୍ଥିର କରିବ ସେନା...ପିଏମ ମୋଦି କହିଲେ ଭାରତୀୟ ସେନା ଉପରେ ରହିଛି ଦେଶର ଭରସା...ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, NSA ଅଜିତ ଡୋଭାଲ୍, ସିଡିଏସ୍ ଜେନେରାଲ୍ ଅନୀଲ୍ ଚୌହ୍ବାନ ଥିଲେ ଉପସ୍ଥିତ
୫- କୋଲକାତାର ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ......ନିଆଁ ଲାଗି ଚାଲିଗଲା ୧୪ ଜୀବନ.....କେଉଁ ପରିସ୍ଥିତିରେ ଲାଗିଲା ନିଆଁ, ତାହା ଅସ୍ପଷ୍ଟ...
୬- ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରେ ଭୀଷଣ ବର୍ଷା ଯୋଗୁଁ ଭୁଷୁଡ଼ିଲା ଘର … କାନ୍ଥ ଭୁଷୁଡି ୮ ମୃତ, ଶତାଧିକ ଆହତ, ବିଶାଖାପାଟଣାର ବିଭିନ୍ନ ମେଡିକାଲରେ ଆହତ ମାନଙ୍କୁ ଭର୍ତ୍ତି … ଘଟଣାସ୍ଥଳରେ NDRF ଓ ଦମକଳ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି
୭- ଆଜି ଚାଷୀଙ୍କୁ ମିଳିବ CM କିଷାନ ଯୋଜନାରେ ଟଙ୍କା...ପ୍ରତି ଚାଷୀଙ୍କ ଆକାଉଣ୍ଟକୁ ଯିବ ୨୦୦୦......ଯୋଜନାରେ ଚାଷୀଙ୍କୁ ବର୍ଷକୁ ମିଳୁଛି ୪ ହଜାର ଟଙ୍କା... ନୂଆଁଖାଇ ଓ ଅକ୍ଷୟ ତୃତୀୟାରେ ମିଳୁଛି ୨ଟି କିସ୍ତି
୮- ଆଇପିଏଲର ୪୮ତମ ମ୍ୟାଚରେ ଜିତିଲା କୋଲକାତା ... ଦିଲ୍ଲୀକୁ ୧୪ ରନରେ ହରାଇଲା କୋଲକାତା ନାଇଟ ରାଇଡର୍ସ ... ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀକୁ ୨୦୫ ରନର ଦେଇଥିଲା ଟାର୍ଗେଟ୍ ... ପଏଣ୍ଟ ଟେବୁଲରେ ଚତୁର୍ଥରେ ଦିଲ୍ଲୀ ଏବଂ ସପ୍ତମ ସ୍ତାନରେ ରହିଛି କେକେଆର...
୯- ଦିନରେ ତାତି,ସନ୍ଧ୍ୟାରେ କାଳବୈଶାଖୀ...ଟ୍ରପ ଲାଇନ ପ୍ରଭାବରେ ଆହୁରି ୩ ଦିନ ଜାରି ରହିବ କାଳବୈଶାଖୀ ବର୍ଷା... ସକାଳୁ ଅସହ୍ୟ ଗରମ ଓ ଗୁଳୁଗୁଳି ସହ ଅପରାହ୍ନରେ ଦେଖିବାକୁ ମିଳିବ କାଳବୈଶାଖୀର ତାଣ୍ଡବ... ଆସନ୍ତା ୨ ଦିନ ଯାଏଁ ଟ୍ବିନସିଟିରେ ବିଜୁଳି ଘଡଘଡି ସହ ୩୦ରୁ ୫୦ କିମି ପବନ ସମ୍ଭାବନା..
୧୦- ପହଲଗାମରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିରୀହ ହିନ୍ଦୁ ପର୍ଯ୍ୟଟକଙ୍କ ଜୀବନ ଯାଇଛି। ଏହି ଘଟଣା ପରେ ଭାରତରେ ପାକିସ୍ତାନୀ କଳାକାରଙ୍କୁ ନିଷେଧ କରିବା ପାଇଁ ଦାବି ଜୋର ଧରିଛି। ଏହି ପ୍ରସଙ୍ଗରେ ବରିଷ୍ଠ ଗୀତିକାର ତଥା ଚିତ୍ରନାଟ୍ୟକାର ଜାଭେଦ ଅଖତର କହିଛନ୍ତି ଯେ, ଏହି ମୁହୂର୍ତ୍ତରେ ପାକିସ୍ତାନୀ କଳାକାରଙ୍କୁ ଭାରତରେ କାମ କରିବାକୁ ଅନୁମତି ଦିଆଯିବା ଉଚିତ ନୁହେଁ