ଆଜିର କାହାଣୀ - ଶିଆଳ ରାଜା କଥା
·1 year ago·1 min read

ଗୋଟିଏ ବିରାଟ ଜଙ୍ଗଲ ଥିଲା । ସେ ଜଙ୍ଗଲ ନିକଟରେ ଛୋଟିଆ ନଈଟିଏ କୁଳୁ କୁଳୁ ହୋଇ ବହିଯାଉଥିଲା । ସେହି ନଈପଠାରେ କିଆବୁଦା ମୂଳରେ ଗାତଟିଏ କରି ଚଣ୍ଡରବ ନାମରେ ବିଲୁଆଟିଏ ତା’ ପିଲାଛୁଆ ଧରି ବାସ କରୁଥିଲା । ବିଲୁଆମାନଙ୍କର କଙ୍କଡା ଖାଇବାକୁ ଭାରି ସଉକ ଥିଲା । ତେଣୁ ଚଣ୍ଡରବ କଙ୍କଡା ଖାଇବା ଆଶାରେ ନଈପାଣିର ଧାରେ ଧାରେ ଦୌଡୁ ଦୌଡୁ ବହୁତ ବାଟ ଚାଲିଗଲା । ତା’ପରେ କିଛି ବାଟ ଯିବାପରେ ପଲେ କୁକୁର ତାକୁ ଦେଖି ତା’ ପଛେ ପଛେ ଭାଉ ଭାଉ ହୋଇ ଦୌଡିଲେ । ସେହିଠାରେ ଚଣ୍ଡରବର ମୁଣ୍ଡରେ ପଶିଲା । ସେ କ’ଣ କରିବ ଚିନ୍ତା କରି ନ ପାରି ଏକ ମୁହାଁ ହୋଇ ଦୌଡି ଦୌଡି ପାଖ ଗାଁ ଭିତରେ ପଶିଗଲା । ଚଣ୍ଡରବ ଯୁଆଡେ ଦୌଡୁଥାଏ, କୁକୁରମାନେ ତା’ ପଛେ ପଛେ ଦୌଡୁଥାନ୍ତି । ବିଚରା ଶୃଗାଳଟି ନିରୁପାୟ ହୋଇ ଦୌଡି ଦୌଡି ଗାଁ ମଝିରେ ପହଁଚିଲା । ଗାଁ ମଝିରେ ପହଁଚିଲାବେଳକୁ ଚଣ୍ଡରବ ଉପରକୁ ବିପଦ ମାଡି ଆସିଲା । ଗାଁର ଲୋକମାନେ ବିଲୁଆକୁ ଦେଖି ଠେଙ୍ଗାବାଡି ଧରି ମାରିବାକୁ ଗୋଡାଇଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: