ଆଜି ମହାପ୍ରଭୁଙ୍କ ଅଧରପଣା ନୀତି, ଚଣ୍ଡିଚାମୁଣ୍ଡା, ଅଶରୀମାନଙ୍କ ତୃପ୍ତି ପାଇଁ ହେବ ପଣା

Key Points
ଆଜି ଘୋଷ ଯାତ୍ରାରେ ଅଧରପଣା ନୀତି । ବଡ଼ ଓଡ଼ିଆ ମଠରୁ ଆସିଥିବା ପଣା ତିନି ରଥ ଉପରେ ଶ୍ରୀଜିଉଙ୍କଠାରେ କରାଯିବ ଲାଗି ।
ଆଜି ଘୋଷ ଯାତ୍ରାରେ ଅଧରପଣା ନୀତି । ବଡ଼ ଓଡ଼ିଆ ମଠରୁ ଆସିଥିବା ପଣା ତିନି ରଥ ଉପରେ ଶ୍ରୀଜିଉଙ୍କଠାରେ କରାଯିବ ଲାଗି । ପଣା ପାଇ ତୃପ୍ତ ହେବେ ତିନିରଥର ପାର୍ଶ୍ୱ ଦେବଦେବୀ, ଚଣ୍ତିଚାମୁଣ୍ତା ଓ ଅଶରୀର ଆତ୍ମା । ଆସନ୍ତାକାଲି ନୀଳାଦ୍ରିବିଜେରେ ରତ୍ନ ସିଂହାସନକୁ ବାହୁଡ଼ିବେ ଚତୁର୍ଦ୍ଦାମୂରତ୍ତି । ସିଂହଦ୍ୱାରରେ ଥିବା ରଥାରୁଢ଼ ଶ୍ରୀଜୀଉଙ୍କ ତିନିରଥ ଉପରେ ଏହି ଅଧରପଣା ଭୋଗ ନୀତି କରାଯିବ। ଶ୍ରୀଜୀଉ ମାନଙ୍କ ଅଧର ପର୍ଯ୍ୟନ୍ତ ଲମ୍ୱିଥିବା ମାଟି ହାଣ୍ତିର ବଡ଼ ଓଡ଼ିଆ ମଠ ଓ ରାଘବ ଦାସ ମଠ ପକ୍ଷରୁ ପ୍ରସ୍ତୁତ ପଣାକୁ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଣାକୁ ଭୋଗ କରାଯିବ।
ପୂଜାପଣ୍ତା ମାନେ ଏହି ପଣାକୁ ଶ୍ରୀଜିଉ ମାନଙ୍କୁ ସମର୍ପଣ କରିବା ପରେ ହାଣ୍ତି ଗୁଡ଼ିକ ରଥ ଉପରେ ଭାଙ୍ଗି ଦିଆଯିବ। ଏହି ଅଧରପଣା ଭୋଗ କରାଯାଇ ହାଣ୍ତି ଗୁଡ଼ିକ ଭଙ୍ଗାଯିବାର ବିଶେଷ ମହତ୍ୱ ରହିଛି । ତିନିରଥର ଥିବା ପାର୍ଶ୍ୱ ଦେବାଦେବୀ, ଚଣ୍ତିଚାମୁଣ୍ତା ଓ ଅଶରୀର ଆତ୍ମାର ଶାନ୍ତି ନିମିତ୍ତ ଏହି ପଣା ଭୋଗ କରାଯାଏ। ସେମାନେ ଏହି ପଣାକୁ ପ୍ରସାଦ ରୁପେ ପାଇ ତୃପ୍ତ ହେବାର ବିଶ୍ୱାସ ରହିଛି।