Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପଞ୍ଚଭୂତରେ ବିଲୀନ ହେବ ଯୋଗଜନ୍ମାଙ୍କ ପାର୍ଥିବ ଶରୀର

Rashmita Mishra
Browse all articles by Rashmita Mishra
·1 year ago·2 min read
ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପଞ୍ଚଭୂତରେ ବିଲୀନ ହେବ ଯୋଗଜନ୍ମାଙ୍କ ପାର୍ଥିବ ଶରୀର

ନିରବୀ ଗଲେ ଶ୍ରୀରାଧାର ସ୍ରଷ୍ଟା। ୯୧ ବର୍ଷ ବୟସରେ ମହାନ ସାରସ୍ବତ ସାଧକ ପଦ୍ମଭୂଷଣ ରମାକାନ୍ତ ରଥଙ୍କର ଗତକାଲି ହୋଇଥିଲା ପରଲୋକ। ଯୋଗଜନ୍ମାଙ୍କ ଅବର୍ତ୍ତମାନରେ ଝୁରୁଛନ୍ତି ପ୍ରଶଂସକ। ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକବ୍ୟକ୍ତ କରିଛନ୍ତି ।

ଆଜି ପଞ୍ଚଭୂତରେ ବିଲୀନ ହେବ ଯୋଗଜନ୍ମାଙ୍କ ପାର୍ଥିବ ଶରୀର। ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଆଧୁନିକ ଓଡ଼ିଆ କବିତାର କାଳଜୟୀ ସ୍ରଷ୍ଟା ରମାକାନ୍ତ ରଥଙ୍କ ଶେଷକୃତ୍ୟ ହେବ । ଗତକାଲି ୯୧ ବର୍ଷ ବୟସରେ ଭୁବନେଶ୍ୱର ବାସଭବନରେ ହୋଇଥିଲା ପଦ୍ମଭଷଣ ରମାକାନ୍ତ ରଥଙ୍କ ପରଲୋକ । ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତର ଅପୂରଣୀୟ କ୍ଷତି ଘଟିଥିବା ବେଳେ ଗଭୀର ଶୋକବ୍ୟକ୍ତ କରିଛନ୍ତି ବହୁ ସାହିତ୍ୟିକ ଓ ଗଣ୍ୟମାନ୍ୟ ବ୍ୟକ୍ତି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ୍ସ ପୋଷ୍ଟରେ କରିଛନ୍ତି ଶୋକ ପ୍ରକାଶ ।

ଯୋଗଜନ୍ମା ସାରସ୍ବତ ସ୍ରଷ୍ଟାଙ୍କୁ ଝୁରୁଛନ୍ତି ଅଗଣିତ ପ୍ରଶଂସକ। କବି ରମାକାନ୍ତ ରଥଙ୍କ ସହ ନିଜର ଅନୁଭୁତି ମନେ ପକାଇ ଭାବବିହ୍ବଳ ହୋଇଛନ୍ତି ପାଠକ ଓ ପ୍ରଶଂସକ । ୧୩ ଡିସେମ୍ବର ୧୯୩୪ରେ କଟକ ସହରରେ ଜନ୍ମ ଗ୍ରହଣ କରିଥିଲେ ପଦ୍ମ ବିଭୂଷଣ ରମାକାନ୍ତ ରଥ। ଇଂରାଜୀରେ ରେଭେନ୍ସା ମହାବିଦ୍ୟଳୟରୁ ସ୍ନାତକୋତ୍ତର ପରେ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ସାହିତ୍ୟିକ ଭାବେ ଯେପରି ସାରା ଦେଶରେ ନାଁ କରିଥିଲେ ରମାକାନ୍ତ ରଥ । ଜଣେ ଦକ୍ଷ ପ୍ରଶାସକ ଭାବରେ ତାଙ୍କର ରାଜ୍ୟ ଓ ଦେଶରେ ମଧ୍ୟ ଥିଲା ସୁଖ୍ୟାତି ।

୧୯୯୨ରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ସେ ଅବସର ଗ୍ରହଣ କରିଥିଲେ। ପୂର୍ବରୁ ସେ ମଧ୍ୟ କେନ୍ଦ୍ର କୃଷି ମନ୍ତ୍ରାଳୟର ସଚିବ ଭାବେ ନିଜ ଦକ୍ଷତାର ପରିଚୟ ଦେଇଥିଲେ। ତାଙ୍କର ଅନବଦ୍ୟ ସୃଷ୍ଟି ମଧ୍ୟରେ ଶ୍ରୀରାଧା, ଶ୍ରୀପଳାତକ, କେତେଦିନର, ଧର୍ମପଦର ଆତ୍ମହତ୍ୟା, ଧର୍ମପଦର ଆତ୍ମହତ୍ୟା ଆଦି କବିତା ସଙ୍କଳନ ବେଶ୍ ଲୋକପ୍ରିୟ। କବିତା ସଂକଳନ ‘ଶ୍ରୀରାଧା’ ପାଇଁ ସେ ସର୍ବାଧିକ ଚର୍ଚ୍ଚିତ ହେବା ସହ ପାଠକୀୟ ଶ୍ରଦ୍ଧା ଲାଭ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
today-the-mortal-remains-of-yogjanma-will-be-cremated-at-panchbhoot-with-national-honours | Argus News