ଆଜିର ରାଶିଫଳ, ଜାଣନ୍ତୁ ଆଜି କେଉଁ ରାଶିରେ ରହିଛି ଶୁଭଫଳ..

୦୭.ସୋମବାର
ମେଷ-
ବ୍ୟବସାୟ, ପରିବହନ, ଆଇନ ଅଦାଲତ ଓ ପ୍ରଶାସନିକ ସ୍ତରରେ ସନ୍ତୋଷଜନକ ଫଳ ପାଇବେ। ବନ୍ଧୁଙ୍କ ସହାୟତାରେ ପାରିବାରିକ ତିକ୍ତତାର ସମାପ୍ତି ଘଟାଇବାର ଯାତ୍ରା ପାଇଁ ପୂର୍ବ ପ୍ରସ୍ତୁତି କିମ୍ବା ମନୋରଞ୍ଜନ କାର୍ଯ୍ୟକ୍ରମ ସକାଶେ ବ୍ୟସ୍ତ ରହିପାରନ୍ତି। ସୁନ୍ଦର ସ୍ବାସ୍ଥ୍ୟ, ଆଦର୍ଶ ପାରିବାରିକ ଜୀବନକୁ ଅଙ୍ଗେ ନିଭାଇ ଖୁସି ରହିବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଅଟାରେ ଚିନି ମିଶାଇ ରୁଟି ତିଆରି କରି ଲାଲ୍ କୁକୁରକୁ ଖାଇବାକୁ ଦିଅନ୍ତୁ
ବୃଷ-
ପୁରାତନ ରୋଗର ଉପଶମ ଫଳରେ ସ୍ଵାସ୍ଥ୍ୟ ଠିକ୍ ରହିବ । ଆର୍ଥିକ କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନେଇ କୌଣସି ଜରୁରୀ କାର୍ଯ୍ୟ କୁ ପୂର୍ଣ୍ଣ କରିବେ । ସନ୍ତାନ ସମ୍ବନ୍ଧୀୟ ସମସ୍ୟା ସମାଧାନ କରି ଖୁସୀ ହୋଇ ଯିବେ । ସରକାରୀ କ୍ଷେତ୍ରରେ ଉନ୍ନତିର ସୁଯୋଗ ପାଇବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମଙ୍ଗଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ମିଥୁନ-
ଆଜି ଆର୍ଥିକ ଅଭିବୃଦ୍ଧି ସକାଶେ ଅନୁକୂଳ ପରିବେଶ ସୃଷ୍ଟି ହେବ। କାର୍ଯ୍ୟ ସିଦ୍ଧି ସାଙ୍ଗକୁ ଶିକ୍ଷା କ୍ଷେତ୍ରରେ ସନ୍ତାନଙ୍କ ଗୌରବରେ ଗୌରବାନ୍ବିତ ହେବେ। ସ୍ଥଗିତ କାମ ପାଇଁ ଅନ୍ୟକୁ କିମ୍ବା ଘର ଲୋକଙ୍କୁ କୈଫିୟତ ଦେବାକୁ ପଡିପାରେ। ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟ ଉପରେ ନିର୍ଭର ନ କରି ସ୍ବାବଲମ୍ବୀ ହେବା ପାଇଁ ଚେଷ୍ଟା କରିପାରନ୍ତି।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
କର୍କଟ-
ଅନେକ ସମସ୍ୟାର ସମାଧାନ ହେବା ଫଳରେ ପାରିବାରିକ ଜୀବନ ସୁଖମୟ ହେବ । ସ୍ୱାସ୍ଥ୍ୟରେ ଉନ୍ନତି ହେବା ସହ ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ । ପଡୋଶୀ ମାନେ ସମ୍ମୁଖରେ ପ୍ରଶଂସା କରି ପଛରେ ନିନ୍ଦା କରିବେ । ନିଜର ଇଛା ବିରୋଧରେ କୌଣସି କାର୍ଯ୍ୟ କରିବା ଅନୁଚିତ୍ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ
ସିଂହ-
ଆଜି ପ୍ରତ୍ୟେକ କାମ ସୁରୁଖୁରୁରେ ସମାପନ ହୋଇପାରିବା ସହ ଅର୍ଥ ଓ ସମ୍ମାନ ପାଇବେ। ପରିବହନ କ୍ଷେତ୍ରରେ, କ୍ରୀଡା ଓ ଚଳଚ୍ଚିତ୍ରରେ, ନିର୍ମାଣ କ୍ଷେତ୍ରରେ, ସଭାସମିତିରେ ସଫଳତା ହାସଲ କରିପାରିବେ। ପରିବାରରେ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବ। ସରକାରୀ ସ୍ତରରେ ଅଟକି ରହିଥିବା କାମ ପାଇଁ ଟେନ୍ସନ ଦୂରୀଭୂତ ହେବ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ରାମଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ
କନ୍ୟା-
ବ୍ୟବସାୟ ପାଇଁ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ଅନୁଭବ କରିବେ । କୌଣସି ଆବଶ୍ୟକୀୟ ଜିନିଷ କିଣିବା ପାଇଁ ଧାର କରିବାକୁ ବାଧ୍ୟ ହେବେ । ଯାନବାହନରେ କୌଣସି ଜାଗାକୁ ଯାତ୍ରା କଲେ ସତର୍କତା ଅବଲମ୍ବନ କରିବା ଉଚିତ୍ । ସ୍ୱାର୍ଥ କୁ କେନ୍ଦ୍ର କରି ସୁବର୍ଣ୍ଣ ସୁଯୋଗକୁ ହାତଛଡା କରିପାରନ୍ତି ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ଗୋମାତାଙ୍କୁ କିଛି ଖାଇବାକୁ ଦିଅନ୍ତୁ
ତୁଳା-
ଗୁରୁତ୍ୱପୂର୍ଣ୍ଣ କାମଗୁଡିକ ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ମଧ୍ୟରେ ଅଟକି ରହୁଥିବାରୁ ଚିନ୍ତା କ୍ରମଶଃ ବୃଦ୍ଧି ପାଇବ। ଆଜି ଆପଣଙ୍କର ଘର କାମ ସାଙ୍ଗକୁ ଅଫିସ୍ କାମ ବଳିଯିବ। ପ୍ରବାସୀ ବ୍ୟକ୍ତିମାନଙ୍କର ଘରଭଡାକୁ କେନ୍ଦ୍ରକରି ସାମାନ୍ୟ ଝଗଡା ସୃଷ୍ଟି ହୋଇପାରେ। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଧଳା ରଙ୍ଗର ପୋଷାକ ପିନ୍ଧି ଘରୁ ବାହାରନ୍ତୁ
ବିଛା-
ଘରଠୁ କର୍ମ କ୍ଷେତ୍ରକୁ ଗୁରୁତ୍ୱ ଦେଇ ଅଧିକ ସମୟ ମଧ୍ୟ ଉତ୍ସର୍ଗ କରିବାକୁ ପଡିବ । ତରବରିଆ ହିସାବରେ କୌଣସି କାର୍ଯ୍ୟ ନ କରି ସବୁ ଆଡକୁ ନଜର ଦେଇ କାମ କରିବା ଉଚିତ୍ । ନିର୍ମାଣ ମୂଳକ ଯୋଜନାରେ ଆଗେଇ ପାରିବେ । ଅତୀତର କୌଣସି ବିବାଦୀୟ ଘଟଣା ଜଟିଳ ଆଡକୁ ଗତିକରିପାରେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ପ୍ରଭୁ ନୃସିଂହଙ୍କ ମନ୍ତ୍ର ପାଠ କରନ୍ତୁ
ଧନୁ-
ବ୍ୟବସାୟରେ ବାକି ରହିଥିବା ଅର୍ଥ କୌଶଳର ସହ ଆଦାୟରେ ସକ୍ଷମ ହେବେ। ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ।ବନ୍ଧୁ ମିଳନରେ, ଆଲୋଚନା କିମ୍ବା ସଭା ସମିତିରେ ଆଗ୍ରହୀ ହୋଇପାରନ୍ତି। ଅଫିସ୍ କାମରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନରେ ଟେନ୍ସନ ବଢିପାରେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବ୍ରାହ୍ମଣଙ୍କର ସେବା କରି ତାଙ୍କୁ କିଛି ଦ୍ରବ୍ୟ ଦାନ କରନ୍ତୁ
ମକର-
ପରିବାରର ସଦସ୍ୟଙ୍କ ସହିତ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ସମ୍ପର୍କ ରହିବା ସହ ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ବ୍ୟବସାୟରେ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇପାରେ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରିପାରିବେ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ ଏବଂ କୃତକାର୍ଯ୍ୟ ମଧ୍ୟ ହେବେ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣକାଳିଙ୍କୁ ପୂଜା କରନ୍ତୁ
କୁମ୍ଭ-
ପରିବାରର ଆବଶ୍ୟକ ଅର୍ଥ ସକାଶେ କରଜ କରି କାମ ତୁଲାଇ ନେବେ। ନିକଟତମ ବନ୍ଧୁଙ୍କୁ କିଛି ସାହାଯ୍ୟ ମାଗିବେ ଏହି ଭାବନାରେ ସମ୍ପର୍କୀୟମାନେ ପାଖ ମାଡିବେ ନାହିଁ। ପରିବହନ ତଥା ବ୍ୟବସାୟିକ ଦିଗରୁ ଲାଭବାନ ହେବେ। କଚେରି ମାମଲା ଅମିମାଂସିତ ରହିବା ହେତୁ ଦୁଶ୍ଚିନ୍ତା ବୃଦ୍ଧି ପାଇବା ଆଶଙ୍କା ରହିଛି।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ
ମୀନ-
ସ୍ଵାସ୍ଥ୍ୟ ହାନୀ ହେବା ସହ ସନ୍ତାନମାନଙ୍କ ଭବିଷ୍ୟତ ନେଇ ଚିନ୍ତିତ ରହିପାରନ୍ତି । ନୂତନ ବନ୍ଧୁଙ୍କୁ ପାଇ ଖୁସିହେବା ସହ କର୍ମ କ୍ଷେତ୍ରରେ ପଦୋନ୍ନତିର ସୁଯୋଗ ପାଇ ପାରନ୍ତି । ଆପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବା ସହ ନିଃସଙ୍ଗତା ବୋଧର ପୀଡା ମଧ୍ୟ ଦୂରେଇ ଯିବ । ଅଧ୍ୟୟନରେ ମନୋନିବେଷ କରି ପ୍ରଶଂସା ପାଇବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କର ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ