ଆଜିର ରାଶିଫଳ: ଏହି ରାଶିର ବ୍ୟକ୍ତି ସତର୍କ ରୁହନ୍ତୁ

ମେଷ-
ସ୍ଥଗିତ କାର୍ଯ୍ୟ ସହଜ ଓ ସୁବିଧାରେ ସମ୍ପନ୍ନ ହେବ। ବିଦେଶ ଯାତ୍ରା, ଧର୍ମକାର୍ଯ୍ୟରେ ବ୍ୟୟ କରିବାକୁ ବାଧ୍ୟ ହେବେ।କାର୍ଯ୍ୟରେ ବିଳମ୍ବଜନିତ ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ। ସଭାସମିତିରେ ବିପକ୍ଷ ବ୍ୟକ୍ତିମାନେ କୌଣସି କଥାକୁ ଭୁଲ୍ ରୂପେ ପରିବେଷଣ କରିପାରନ୍ତି ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ନୃସିଂହ ମନ୍ତ୍ର ପାଠ କରନ୍ତୁ
ବୃଷ-
ହାତକୁ ନେଇଥିବା କାମ ସୁବିଧାରେ ହୋଇଯିବ। ନିଜର ବୁଦ୍ଧି ଓ କୌଶଳ ପ୍ରୟୋଗ କରି ସାମାଜିକ ପ୍ରତିଷ୍ଠା ଲାଭ କରିବେ। ପଦସ୍ଥ ବ୍ୟକ୍ତିଙ୍କ ନିମନ୍ତ୍ରଣ କ୍ରମେ ସଭାସମିତିରେ ଯୋଗ ଦେଇ ଲକ୍ଷ୍ୟ ହାସଲ କରିବେ। ବନ୍ଧୁ ଗହଣରେ ପରିସ୍ଥିତିରେ ପଡ଼ି ହାତରୁ ଖାଇ ପର ପାଇଁ ଖଟିପାରନ୍ତି।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
ମିଥୁନ-
ନିଜ ଲୋକଙ୍କ ଦ୍ୱାରା ଉପେକ୍ଷିତ ହେବେ। ଯାନବାହନ ଚଳାଚଳରେ ସତର୍କତା କିମ୍ବା ଅନ୍ୟମନସ୍କତା କାରଣରୁ ଅସୁବିଧାରେ ପଡ଼ିପାରନ୍ତି। ଆଜି ବନ୍ଧୁତ୍ୱ ସ୍ଥାପନ ସକାଶେ ମନ ବଳାଇବେ। ଅଭାବକୁ ପୂରଣ ସକାଶେ ଧାର ଆଣିବା ପାଇଁ ଆଲୋଚନା କରିପାରନ୍ତି।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ପ୍ରଭୂ ଗଣେଷଙ୍କୁ ପୂଜା କରନ୍ତୁ
କର୍କଟ-
ଅର୍ଥ, ସମ୍ମାନ, ବନ୍ଧୁଙ୍କ ସଦ୍ଦିଚ୍ଛା, କାର୍ୟ୍ୟସିଦ୍ଧି, ବ୍ୟବସାୟିକ ସଫଳତା ଓ କଚେରି ମାମଲାରେ ବିଜୟୀ ହେବେ। ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇଲେ ମଧ୍ୟ ଅସୁବିଧା ହେବ ନାହିଁ। ସାମୟିକ ରୋଗ କଷ୍ଟ ପାଇପାରନ୍ତି।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଗଣେଷଙ୍କ ମନ୍ତ୍ର ପାଠ କରନ୍ତୁ
ସିଂହ-
ବନ୍ଧୁଙ୍କ ସହଯୋଗରେ ନୂଆ କରି କାମଟିଏ ଆରମ୍ଭ କରିବାକୁ ମନ ବଳାଇବେ। କର୍ମକ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବେ। ବନ୍ଧୁ, ପରିବାର କ୍ଷେତ୍ରରେ ବୁଝାମଣାର ଅଭାବ କାରଣରୁ ତିକ୍ତତା ସୃଷ୍ଟି ହେବ। କରଜଦାତାଙ୍କ ଚାପ ବୃଦ୍ଧି ପାଇବା ହେତୁ ସମସ୍ୟା ଭିତରେ ଉବୁଟୁବୁ ହୋଇପାରନ୍ତି।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ବାହାରକୁ ଯିବା ସମୟରେ ଟିକେ ଦହି ଖାଇ ବାହାରନ୍ତୁ
କନ୍ୟା-
ଆଜି କୌଣସି କାମ ସହଜରେ ହୋଇପାରିବ ନାହିଁ। ଦୀର୍ଘ ଦିନରୁ ଭଲ ପାଉଥିବା ବନ୍ଧୁଟି ପରିସ୍ଥିତି ଚାପରେ ପଡ଼ି ଦୂରେଇଯିବା କାରଣରୁ ମନ କେବଳ ଅତୀତକୁ ଖୋଜି ବୁଲିବ। ବନ୍ଧୁଙ୍କ ପରାମର୍ଶରେ ଆଧ୍ୟାତ୍ମିକତା କାର୍ଯ୍ୟରେ ରୁଚି ବଳିବ । ସାମାଜିକ ସ୍ତରରେ ପ୍ରଶଂସିତ ହେବେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ତୁଳା-
ନୂଆ ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବେ । ବିଦେଶରେ କାମ କରୁଥିବା ଲୋକମାନେ ପଦୋନ୍ନତି ପାଇ ପାରିବେ । ପରିବାରରେ ହସ ଖୁସିର ପରିବେଶ ରହିବ । କାର୍ୟ୍ୟକ୍ଷେତ୍ରରେ ଆମଦାନି ବୃଦ୍ଧିର ସୁଯୋଗ ପାଇବେ । ଅନ୍ୟର ଉପକାର କରି ନିଜେ କ୍ଷତିରେ ପଡିବେ । ଜମିବାଡିର ସବୁ କାଗଜ ଦାୟିତ୍ୱରେ ରଖନ୍ତୁ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଭାର୍ଗବିଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ବିଛା-
ପତୀପତ୍ନୀଙ୍କ ମଧ୍ୟରେ ଥିବା ମତାନ୍ତର ଦୂରେଇ ଯିବ । କ୍ୟାରିୟରରେ ଭଲ ଫଳାଫଳ ପାଇବେ । ବ୍ୟବସାୟରେ ଉନ୍ନତି ସହିତ ଅନେକ ସୁବିଧା ସୁଯୋଗ ପ୍ରାପ୍ତି ହେବ । ଘର କାମରେ ବ୍ୟସ୍ତ ଯୋଗୁଁ , ଅଫିସ ଯିବାରେ ବିଳମ୍ବ ହୋଇପାରେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ନୃସିଂହଙ୍କର ପୂଜାର୍ଚ୍ଚନା କରନ୍ତୁ
ଧନୁ-
ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାର୍ୟ୍ୟ ସହଯୋଗ କରିବେ । ବ୍ୟବସାୟରେ ସଫଳତା ପାଇବା ପାଇଁ ସାମାନ୍ୟ ପରିଶ୍ରମ କରିବାକୁ ପଡିବ । ସମସ୍ତ ବାଧାକୁ ସଂଘର୍ଷ କରି ଆଗକୁ ବଢିପାରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଗରିବ ଲୋକଙ୍କୁ ବସ୍ତ୍ର ଦାନ କରନ୍ତୁ
ମକର-
ଦେହ ଭଲ ରହିଲେ ମଧ୍ୟ ମନରେ ଭୟ ଦେଖାଦେବ । ଆୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ । ବିଦେଶରେ ଥିବା ସପଂର୍କୀୟ ଠାରୁ ଶୁଭ ଖବର ପାଇବେ । ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର ପ୍ରଗତି ହେବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶାରଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
କୁମ୍ଭ-
କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ । ସଭାସମିତିରେ ନିଜର ସୀମା ଭିତରେ ରହିବା ଭଲ ନହେଲେ ସାଧାରଣ କଥାରେ ମଧ୍ୟ ସମସ୍ୟା ଆସିବ । ପାଠ ପଢାରେ ପରିଶ୍ରମ କରିବାକୁ ପଡିବ । ପ୍ରସାସନ କ୍ଷେତ୍ରରେ ଶୁଭ ଫଳ ପାଇବେ । ନିଜର କାର୍ୟ୍ୟଦକ୍ଷତା ହେତୁ ବନ୍ଧୁ ମାନଙ୍କ ଗହଣରେ ପ୍ରଂଶସିତ ହେବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣ କାଳୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ମୀନ-
ସ୍ୱାସ୍ଥ୍ୟରେ ସୁଧାର ଆସିବ । ପରିବାରରେ ଖର୍ଚ୍ଚର ପରିମାଣ ବୃଦ୍ଧି ପାଉଥିବାରୁ ମନରେ ସରସ୍ୱତା ରହିବ ନାହିଁ । କଳାକାର ମାନଙ୍କୁ ଭଲ ସୁଯୋଗ ମିଳିବ । କଚେରି ମାମଲାର ଶୁଣାଣିରେ ବିଳମ୍ବଜନିତ କ୍ଷୋଭ ପ୍ରକାଶ କରିପାରନ୍ତି । ମହିଳା ମାନଙ୍କର ଜୀବନ ସମସ୍ୟା ବହୁଳ ହୋଇପାରେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ
