ସଂକ୍ଷେପରେ ଏଇ ମୁହୂର୍ତ୍ତର ଖବର...
·1 year ago·2 min read

- ପରଲୋକରେ ପଦ୍ମଶ୍ରୀ କମଳା ପୂଜାରୀ...ଚିକିତ୍ସାଧୀନ ଅବସ୍ଥାରେ କଟକ ଏସସିବିରେ ତାଙ୍କର ଦେହାନ୍ତ ହୋଇଛି
- ଧାନ ଗବେଷଣା ଓ ସଂରକ୍ଷଣ ପାଇଁ କୋରାପୁଟ ଜିଲ୍ଲାର ଏକମାତ୍ର ଆଦିବାସୀ ମହିଳା ଭାବେ ଦେଶରେ ପରିଚିତ ଥିଲେ...କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିଥିଲେ...୧୦୦ରୁ ଅଧିକ କିସମର ଧାନ ସଂରକ୍ଷଣ କରି ବେଶ ଚର୍ଚ୍ଚିତ ଥିଲେ
- କମଳା ପୂଜାରୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଶିଷ୍ଟ ବ୍ୟକ୍ତି ବିଶେ... କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଜନଜାତି ସମୁଦାୟରୁ ଆସି ଜୈବିକ ଚାଷ କ୍ଷେତ୍ରରେ ତାଙ୍କ ଅବଦାନ ଚିର ସ୍ମରଣୀୟ
- ଆଜି ବିଜେପି ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀର ଦ୍ବିତୀୟ ଦିନ । ଆଜି ପାରିତ ହେବ ରାଜନୈତିକ ଚିଠା ପ୍ରସ୍ତାବ । ସାମ୍ପ୍ରତିକ ରାଜନୈତିକ ସ୍ଥିତି ଉପରେ ଚର୍ଚ୍ଚା ଆଲୋଚନା ହୋଇ ରାଜନୈତିକ ଚିଠା ପ୍ରସ୍ତାବ ପାରିତ କରିବ ଦଳ ।
- ଭୁବନେଶ୍ୱରରୁ ମାଲକାନଗିରି ଅଭିମୁଖେ ଯାଉଥିବା ବେଳେ ବୌଦ୍ଧ ନିକଟରେ ପୋଲ ତଳକୁ ଖସିଲା ବସ... 40 ଆହତ..20 ଗୁରୁତର
- ବାହ୍ୟଜଗତରୁ ବିଛିନ୍ନ ହେଲା କାଲିମେଳା... ଲଗାଣ ବର୍ଷା ଯୋଗୁଁ ମାଲକାନଗିରିରେ ସ୍ଥିତି ବେହାଲ୍ ...ଜିଲ୍ଲାର ପ୍ରାୟ ସମସ୍ତ ତଳୁଆ ପୋଲ ଉପରେ ପ୍ରବାହିତ ହେଉଛି ବର୍ଷା ଜଳ
- ଢେଙ୍କାନାଳ ହିନ୍ଦୋଳରେ ଗୋରୁ ମାଫିଆଙ୍କ ଆତଙ୍କ ରାଜ...ଚୋରା ଗୋରୁ ଚାଲାଣ ରୋକିବାକୁ ଉଦ୍ୟମ କରୁଥିବା ବେଳେ ବଜରଙ୍ଗ ଦଳ ସଦସ୍ୟଙ୍କୁ ଗୁଳିମାଡ଼... ଆଖିବୁଜା ଗୁଳି ଚାଳନା କରି ଫେରାର ହେଲେ ମାଫିଆ
- ଜିଲ୍ଲା ପରିଷଦ ବୈଠକରେ ହାଇଡ୍ରାମା...ବିଧାୟକ-ଜିଲ୍ଲା ପରିଷଦ ସଦସ୍ୟ ତୁ ତୁ ମେଁ ମେଁ...ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ଏବଂ ଜିଲ୍ଲା ପରିଷଦ ସଦସ୍ୟ ଭାନୁ ପ୍ରତାପ ମାଝୀଙ୍କ ମଧ୍ୟରେ ଜୋରଦାର ଯୁକ୍ତିତର୍କ
- ସ୍ନାନପୂର୍ଣ୍ଣିମାଠାରୁ ଶୂନ୍ୟ ପଡ଼ିଥିବା ଶ୍ରୀମନ୍ଦିର ମହାପ୍ରଭୁଙ୍କ ବିଜେ ପରେ ପୁଣି ପୂର୍ଣ୍ଣ ହୋଇଉଠିଛି...ଆଜି ଭକ୍ତ ପାଇବେ ନୀଳାଚଳ ଅବଢା... ସେପଟେ ବଡଦାଣ୍ଡ ଖାଁ ଖାଁ...ଆର ବରଷକୁ ଅପେକ୍ଷା
- ଅବପାତରେ ପରିଣତ ହେଲା ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...ଘଣ୍ଟା ପ୍ରତି ୩ କି.ମି. ବେଗରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରୁଛି...ପ୍ରଭାବରେ ପୁରୀ ସମେତ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: