Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସଂକ୍ଷେପରେ ଦିନ ଯାକର ବଡ ଖବର...

Odisha

ସଂକ୍ଷେପରେ ଦିନ ଯାକର ବଡ ଖବର...

Smruti Parija
Browse all articles by Smruti Parija
·1 year ago·2 min read
ସଂକ୍ଷେପରେ ଦିନ ଯାକର ବଡ ଖବର...
  • ନିଟ୍‌ ପେପର ଲିକ୍‌ ମାମଲାରେ ସୁପ୍ରିମକୋର୍ଟରେ ବଡ଼ ଶୁଣାଣି...ବଡ଼ଧରଣର ପେପର ଲିକ୍‌ ହୋଇନଥିବା କହିଲେ ସୁପ୍ରିମକୋର୍ଟ ... ପୁନର୍ବାର ପରୀକ୍ଷା ଆବେଦନକୁ ଖାରଜ କଲେ...ସତ୍ୟର ବିଜୟ ହୋଇଥିବା କହିଲେ ଧର୍ମେନ୍ଦ୍ର ପ୍ରଧାନ
  • ଖାଲି ହୋଇଯିବ ବିଜେଡି ବସା...ମମତା ମହାନ୍ତଙ୍କ ଇସ୍ତଫା ପରେ ବିଜେପି ନେତା ଅରବିନ୍ଦ ଢାଲି ରଖିଛନ୍ତି ଏପରି ମନ୍ତବ୍ୟ ...ଯାହାକୁ ନେଇ ଜୋର ଧରିଛି ରାଜନୀତି
  • ବିପର୍ଯ୍ୟୟର 4 ଦିନ ପରେ 4 ଜଣ ଉଦ୍ଧାର...ସନ୍ଧାନୀ କୁକୁର ଦ୍ବାରା ଚାରି ଜଣଙ୍କୁ କରାଗଲା ଠାବ...ପ୍ରତି ମୁହୂର୍ତ୍ତରେ ବଞ୍ଚିବାକୁ ସଂଘର୍ଷ କରୁଥିଲେ ଚାରି ଜଣ...ବର୍ତ୍ତମାନ ସୁଦ୍ଧା ଓ୍ବାୟାନାଡରେ ୩୦୦ରୁ ଉର୍ଦ୍ଧ୍ୱ ମୃତ...୨୦୦ରୁ ଅଧିକ ନିଖୋଜ 
  • ଭୁବନେଶ୍ବରରେ ପହଁଞ୍ଚିଲା ଉତ୍ତରପ୍ରଦେଶର ଆଳୁ...ଆଜି ୟୁପିରୁ ତିନୋଟି ଆଳୁ ଟ୍ରକ ଭୁବନେଶ୍ବର ଆଇଗିଣିଆରେ ପହଞ୍ଚିଛି... ଆଉ ୭ଟି ଆଳୁ ଟ୍ରକ ଆସିବ.. ଫଳରେ ଆଳୁ ଦରରେ ଲାଗିବ ଲଗାମ
  • ଭିଜିଲାନ୍ସ ଜାଲରେ ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଭାସ ପ୍ରଧାନ ...ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ...85ରୁ ଅଧିକ ସ୍ଥାନରେ ରହିଛି ଯନ୍ତ୍ରୀଙ୍କ ପ୍ଲଟ
  • ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା ଅନୁଭୂତ...ରିକ୍ଟର ସ୍କେଲରେ ତୀବ୍ରତା ୩.୨...ସେପଟେ ହିମାଚଳ ପ୍ରଦେଶର ରାଜଧାନୀ ସିମଲା ଓ ମଣ୍ଡିରେ ଜାରି ରହିଛି ବାଦଲଫଟା ବର୍ଷା 
  • ବଢୁଛି ବିଭିନ୍ନ ନଦୀର ଜଳସ୍ତର...କିନ୍ତୁ କୌଣସି ନଦୀରେ ବନ୍ୟାସ୍ଥିତି ନାହିଁ... ଲଘୁଚାପ ଜନିତ ବର୍ଷା ଯୋଗୁଁ ବ୍ରାହ୍ମଣୀ ଏବଂ ସୁବର୍ଣ୍ଣରେଖାରେ ଜଳସ୍ତର ବୃଦ୍ଧି ପାଇପାରେ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି
  • ଓଡ଼ିଶାରେ ୪ ରୁ କମିବ ବର୍ଷା...ଦୁଇ ଦିନ ବିରତି ପରେ ପୁଣି ୬ ରୁ ବର୍ଷା ବଢିବ...ବର୍ତ୍ତମାନ ମୌସୁମୀ ସକ୍ରିୟ ଥିବାବେଳେ ଆଗାମୀ ୨୪ ଘଣ୍ଟାରେ ବଲାଙ୍ଗୀର, ସୋନପୁର, ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷା
  • ପ୍ୟାରିସ ଅଲମ୍ପିକ୍ସ...ଭାରତ ଏପପର୍ଯ୍ୟନ୍ତ ପାଇଛି ତିନିଟି ମେଡାଲ ...ପୁଣି ମଇଦାନରେ ସୁଟର ମନୁ ଭାକର...ସେପଟେ ବ୍ୟାଡମିଣ୍ଟନ ସିଙ୍ଗଲସ କ୍ବାଟର ଫାଇନାଲରେ ଚାଇନିଜ ତାଇପେଇର ଚୋଉ ଚେନ୍ଙ୍କୁ ଭେଟିବେ ଲକ୍ଷ୍ୟ ସେନ୍ 
  • ନୀରଜ ଚୋପ୍ରା ଅଲମ୍ପିକ୍ସରେ ସୁନା ଜିତିଲେ ଦିନକ ପାଇଁ ମାଗଣା ଭିସା...ଭିସା କମ୍ପାନୀ ଆଟଲିସ୍‌ ସିଇଓ ମୋହକ ନାହତା ସୋସିଆଲ ମିଡିଆ ପ୍ଲାଟଫର୍ମ ଲିଙ୍କଡିନ୍‌ରେ ଏହି ପୋଷ୍ଟ କରିଛନ୍ତି ସେୟାର
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
todays-top-news-in-shorts | Argus News