ସଂକ୍ଷେପରେ ଦିନର ବଡ ଖବର...
·1 year ago·1 min read

- ପାଣ୍ଡିଆନଙ୍କ ବାବଦରେ RTI ତଥ୍ୟ ନେଇ ପ୍ରଦୀପ ପ୍ରଧାନଙ୍କ ସୂଚନା...ଅଭିଯୋଗ ଫର୍ଦ୍ଦ ଆଣିବାକୁ ୨୦୨୩ରେ ପାଣ୍ଡିଆନ ୨୦୦ ଥର ଯାଇଛନ୍ତି.... ହେଲିକପ୍ଟର ପାଇଁ ରାଜ୍ୟ ସରକାର ବ୍ୟୟ କରିଛନ୍ତି ୫୨ କୋଟି
- ଏବେ ବି ବଦଳିନି ବାଂଗଲାଦେଶ ପରିସ୍ଥିତି...ପୁଣି ଥରେ ସଂରକ୍ଷଣ ଆନ୍ଦୋଳନକାରୀ ବାଂଗଲାଦେଶ ସୁପ୍ରିମକୋର୍ଟକୁ ଘେରିଲେ...ଚିଫ୍ ଜଷ୍ଟିସଙ୍କ ସମେତ ସମସ୍ତ ଜଜ୍ ଇସ୍ତଫା ଦେଇ ଛାଡିଲେ ପଦ
- ଭାରତ-ବାଂଲା ସୀମାରେ ପ୍ରବଳ ଭିଡ...ସକାଳୁ ଭିଡ଼ ଜମୁଛି...ସଞ୍ଜ ନଇଁଲେ ଅନୁପ୍ରବେଶ ଉଦ୍ୟମ ବଢୁଛି...ଜଲପାଇଗୁଡିରେ ପ୍ରାୟ ୫ଶହ ବାଂଲାଦେଶୀଙ୍କୁ ଫେରାଇଦେଲା ବିଏସଏଫ
- ଭାରତ ମୁଁହା ବାଂଲାଦେଶୀ...ସ୍ଥଳପଥ ଅପେକ୍ଷା ଜଳପଥରେ ଅନୁପ୍ରବେଶ କାରୀଙ୍କ ପ୍ରବେଶ ଆଶଙ୍କା ଅଧିକ... ଫଳରେ ଓଡିଶା ପୁରୀ ଅରଖକୁଦା ମେରାଇନି ଥାନର ଗୋଟିଏ ଟିମ୍ ସମୁଦ୍ର ଓ ଚିଲିକାର ପ୍ରବେଶ ପଥ ଶିପକୁଦା ମୁହାଣରେ ଯାଞ୍ଚ କଡାକଡି
- ପ୍ରତିହାରୀ ସେବକଙ୍କୁ ଶ୍ରୀମନ୍ଦିର ପ୍ରଶାସନର ନୋଟିସ୍ ... ଶ୍ରୀମନ୍ଦିର ଦ୍ବାରଫିଟା ବେଳେ ୩୫ ମିନିଟ୍ ବିଳମ୍ବରେ ଆସିବାରୁ ନୋଟିସ୍ ହୋଇଛି...ନୀତି ବିଶୃଙ୍ଖଳା ଅଭିଯୋଗରେ ନୋଟିସ୍ ଜାରି ହୋଇଥିବା ସୂଚନା ମିଳିଛି
- ପୁଣି ଇସ୍ରାଏଲର ଗାଜା ଉପରେ ଆଟାକ୍ ...ଗାଜାର ଏକ ସ୍କୁଲରେ ଉପରେ ହୋଇଥିବା ଏୟାର ଷ୍ଟ୍ରାଇକରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ
- ବନ୍ଦ ହେଲା ହୀରାକୁଦର 4ଟି ଗେଟ୍ ... ବର୍ତ୍ତମାନ 10ଟି ଗେଟ୍ ଦେଇ ବନ୍ୟାଜଳ ହେଉଛି ନିଷ୍କାସନ
- ୱାୟନାଡରେ ଆକାଶ ମାର୍ଗରେ ଭୂସ୍ଖଳନର ସ୍ଥିତି ପରଖିଲେ ପ୍ରଧାନମନ୍ତ୍ରୀ...ପ୍ରଧାନମନ୍ତ୍ରୀଙ୍କ ସହ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ବିଜୟନ
- ବ୍ରୋଞ୍ଜ ବିଜେତା ଭାରତୀୟ ହକି ଟିମକୁ ଗ୍ରାଣ୍ଡ ୱେଲକମ୍ ...ପ୍ୟାରିସରୁ ସ୍ବଦେଶ ଫେରିଛି ଟିମ୍ ଇଣ୍ଡିଆ...ଆଜି ସମସ୍ତ ଖେଳାଳି ଦିଲ୍ଲୀରେ ପହଞ୍ଚିଛନ୍ତି
- ବାଂଲାଦେଶରେ ଶୁଭିଲା ହରେ କୃଷ୍ଣ ହରେ ରାମ....ହିନ୍ଦୁଙ୍କ ଉପରେ ସାରା ଦେଶରେ ଅତ୍ୟାଚାର ହେଉଥିବାରୁ ଏହାର ବିରୋଧରେ ଢାକାରେ ବିଶାଳ ସଂଖ୍ୟାରେ ହିନ୍ଦୁ ସମ୍ପ୍ରଦାୟର ଲୋକେ ଏକତ୍ରିତ ହୋଇଛନ୍ତି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: