Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଏବେଠୁ ସହି ହେଉନି ତାତି...

Odisha

ଏବେଠୁ ସହି ହେଉନି ତାତି...

Smruti Parija
Browse all articles by Smruti Parija
·1 year ago·1 min read
ଏବେଠୁ ସହି ହେଉନି ତାତି...

Key Points

ଆଜି ଫେବୃଆରୀ 2 ତାରିଖ । ଦିନର ତାପମାତ୍ରା ଏବେଠୁ ସହି ହେଉନି । ମାଘ ମାସର ଥଣ୍ଡା ଯେମିତି କୁଆଡେ ଉଭାନ୍ ହୋଇଯାଇଛି ।

ଅର୍ଗସ ବ୍ୟୁରୋ: ଆଜି ଫେବୃଆରୀ 2 ତାରିଖ । ଦିନର ତାପମାତ୍ରା ଏବେଠୁ ସହି ହେଉନି । ମାଘ ମାସର ଥଣ୍ଡା ଯେମିତି କୁଆଡେ ଉଭାନ୍ ହୋଇଯାଇଛି । ରାଜଧାନୀରେ 34 ଡ଼ିଗ୍ରୀ ଅତିକ୍ରମ କରିଛି ପାରଦ । ଗତକାଲି ଦିନ 2ଟା 30ରେ ଭୁବନେଶ୍ୱରର ତାପମାତ୍ରା 33.0°C ରେକର୍ଡ ହୋଇଥିବାବେଳେ ଆଜି 34.4°C ରେକର୍ଡ ହୋଇଛି ।


ଫେବୃଆରୀ ଆରମ୍ଭରୁ କଲବଲ କଲାଣି ତାତି । ଉପକୂଳ ଓଡ଼ିଶାରେ ଏବେଠୁ ଗରମ ଅନୁଭୂତ ହେଲାଣି । ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହୋଇଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା ବଢିବ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ବୃଦ୍ଧି ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । କିଛି ସ୍ଥାନରେ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବିଶେଷ କରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ବଢିବ । ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ବରଗଡ, ବଲାଙ୍ଗିର, ସୋନପୁର, ନୂଆପଡା ଭଳି ଜିଲ୍ଲାରେ ମେଘମୁକ୍ତ ଆକାଶ ରହିବା ସହ ୩୦ ରୁ ୩୪ ଡିଗ୍ରୀ ମଧ୍ୟରେ ତାପମାତ୍ରା ରେକର୍ଡ ହେବ । ସେହିଭଳି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇବ । ତାତି ବୃଦ୍ଧି ସହ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଘନ କୁହୁଡି କରିବ ଅସ୍ତବ୍ୟସ୍ତ ।ଏପଟେ ଭରତୀୟ ପାଣିପାଗ ବିଭାଗର ଆକଳନ ଚଳିତ ଫେବୃଆରୀ ମାସରେ ରାଜ୍ୟରେ ସ୍ୱାଭାବିକ ଠାରୁ ଅଧିକ ରହିବ ଦିନ ତାପମାତ୍ରା।

Sponsored
todays-weather-crossed-34-degree-celcius-in-bhubaneswar | Argus News