ପାଣ୍ଡିଆନଙ୍କ ସଭା କଥା ଶୁଣୁ ଶୁଣୁ ଗାଡି ଛାଡିଦେଲେ ଟୋଲ୍ କର୍ମଚାରୀ

Key Points
- ବିଜେଡି ଗାଡିକୁ ଟୋଲ ଫି' ମାଫ୍
- ମାଗଣାରେ ଗଲା ଶହ ଶହ ଗାଡି
- ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ପାଇଁ ବୁହା ହେଲେ ଲୋକେ
- ପାଣ୍ଡିଆନଙ୍କ ସଭା କଥା ଶୁଣୁ ଶୁଣୁ ଗାଡି ଛାଡିଦେଲେ ଟୋଲ୍ କର୍ମଚାରୀ
ଅର୍ଗସ ବ୍ୟୁରୋ: ପାଣ୍ଡିଆନଙ୍କ ନା ଶୁଣୁଶୁଣି ଟୋଲଗେଟ୍ରେ ମିଳିଗଲା ପାସ୍ । କଥାଟା ଶୁଣିବା ପରେ ଆପଣଙ୍କୁ ଟିକିଏ ଅଜିବ ଲାଗୁଥିବ । ହେଲେ ଏ ଦୃଶ୍ୟ ଦେଖିବା ପରେ ଆପଣଙ୍କୁ କିଛି ଆଶ୍ଚର୍ଯ୍ୟ ଲାଗିବ ନାହିଁ । କାରଣ ପାଣ୍ଡିଆନଙ୍କ ସଭା ପାଇଁ ନିୟମ ବଦଳାଇ ଦେଲେ ଟୋଲଗେଟ୍ କର୍ମଚାରୀ । ଯାହାକୁ ନେଇ ଏବେ ତେଜିବାରେ ଲାଗିଛି ଅସନ୍ତୋଷ ।
ରବିବାର କେନ୍ଦୁଝର ଗସ୍ତରେ ଥିଲେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ସଦର ବ୍ଲକ ସିଲିସୁଆଁ ପଡ଼ିଆରେ ବିଜେଡି କର୍ମୀଙ୍କର ସାଧାରଣ ସଭାରେ ଯୋଗ ଦେଇଥିଲେ । ଏହା ସହ ଡିଡି କଲେଜ ପଡ଼ିଆରେ କଲେଜ ଛାତ୍ରଛାତ୍ରୀ ମାନଙ୍କୁ ନେଇ ନୂଆ-ଓ ବୈଠକ ମଧ୍ୟ କରିଥିଲେ ଓ ରିମଝିମ ପାନିରେ କେନ୍ଦୁଝର ଟୋକା କେମିତି ନାଚନ୍ତି ଦେଖିଥିଲେ । ହେଲେ ସେହି ସଭା ପୂର୍ବରୁ ପ୍ରାକ୍ ପ୍ରସ୍ତୁତି ଦେଖିବା ପାଇଁ ଆମେ ପହଞ୍ଚିଥିଲୁ ଢେଙ୍କିକୋଟ୍ ଟୋଲଗେଟ୍ରେ । ଆଉ ସେଇଠି ଯାହା ଦେଖିଥିଲୁ ହୋସ ଉଡିବା ପରି ଥିଲା ।
କାରଣ ସଭା ଲାଗି ଶହଶହ ସଂଖ୍ୟାରେ ବସ, କାର ଓ ଅନ୍ୟ ଗାଡିରେ ବିଜେଡି କର୍ମୀମାନଙ୍କୁ ବୁହା ହୋଇଥିଲା । ଆନନ୍ଦପୁର ଓ ଘଷିପୁରା ନିର୍ବାଚନ ମଣ୍ଡଳୀ ସମସ୍ତ ଗାଡି ଢେଙ୍କିକୋଟ ଟୋଲ୍ ଗେଟ୍ ଦେଇ ଯାଇଥିଲା ସବୁ ଗାଡି । ଏପରିକି ସମସ୍ତ ଗାଡି ଟୋଲ୍ ଗେଟ୍ ର ETC ଲାଇନ୍ ରେ ମାଗଣାରେ ଯାଇଛନ୍ତି । ଏନେଇ ଟୋଲ୍ ଗେଟ୍ କର୍ମଚାରୀଙ୍କୁ ପଚାରିବାରୁ ଏହା ଉପରୁ ନିର୍ଦ୍ଦେଶ ହୋଇଥିବା କଥା କହିଛନ୍ତି ।
📱 Get Argus News App
✨କେନ୍ଦୁଝର ସହରର ୩ ଟି ସ୍ଥାନରେ ଭି.କେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ଥିଲା । ଏଥିପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବସ ଓ ଗାଡ଼ି ଯୋଗେ କର୍ମୀ ଓ ଲୋକ ବୁହା ହେଲେ । ତେବେ ସଭା କାର୍ଯ୍ୟ ଶେଷ ପରେ ଲୋକଙ୍କୁ ଯେଉଁ ନିମ୍ନମାନର ଖାଦ୍ୟ ଦିଆଗଲା ତାକୁ ନେଇ ହୋଇଥିବା ହଟ୍ଟଗୋଳ କାହାକୁ ଆଉ ଅଛପା ନାହିଁ । ଯାହାର ଭିଡିଓ ଏବେ ଭାଇରାଲ ହେଉଛି । ତେବେ ଟୋଲଗେଟକୁ ନେଇ ଏବେ ବଢିଛି ଚର୍ଚ୍ଚା ।