ସରିଲା ଆଡପ ଦର୍ଶନ, ଆସନ୍ତାକାଲି ବାହୁଡା ଯାତ୍ରା

Key Points
ବାହୁଡ଼ା ନୀତି ସଅଳ ପାଇଁ ସନ୍ଧ୍ୟା ୬ ଟା ସୁଦ୍ଧା ଦର୍ଶନ ବନ୍ଦ କରାଯାଇଛି। ରାତିରେ କୁସୁମ ଲାଗି ଓ ସେନାପଟା ଲାଗି ନୀତି ହେବ ।ସକାଳୁ ମଙ୍ଗଳ ଆଳତି ସହ ସକାଳ ୮ଟାରୁ ୯ ଟା ସୁଦ୍ଧା ପହଣ୍ଡି କରିବାକୁ ଲକ୍ଷ୍ୟ ରଖାଯାଇଛି ।
ସରିଲା ଆଡପ ମଣ୍ଡପ ଦର୍ଶନ। ଆଜି ଜନ୍ମବେଦିରେ ଭକ୍ତ ଶ୍ରୀଜୀଉଙ୍କ ଶେଷ ଦର୍ଶନ ପାଇଥିବା ବେଳେ ବାହୁଡ଼ା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ବାହୁଡ଼ା ପାଇଁ ସ୍ୱତନ୍ତ୍ର strategy ଆପଣାଇଛନ୍ତି ରାଜ୍ୟ ସରକାର। ଭିଡ଼ ନିୟନ୍ତ୍ରଣ, କର୍ଡନ ମ୍ୟାନେଜମେଣ୍ଟ ଓ ଶୃଙ୍ଖଳିତ ରଥ ଟଣା ଉପରେ ଗୁରୁତ୍ବ ଦିଆଯାଇଛି। drone based traffic control ସହ ମେସେଜିଂ ବ୍ୟବସ୍ଥା କରାଯାଇଛି। ଲକ୍ଷ ଲକ୍ଷ ଭକ୍ତ ଆସିବାକୁ ଦୃଷ୍ଟିରେ ରଖି ବ୍ୟାପକ ପାର୍କିଂ ଓ ରାସ୍ତାରେ ହଲ୍ଟ ବ୍ୟବସ୍ଥା କରାଯାଇଛି। ୪ତାରିଖ ମଧ୍ୟରାତ୍ରରୁ ୭ତାରିଖ ସକାଳ ପର୍ଯ୍ୟନ୍ତ ରହିବ ଟ୍ରାଫିକ୍ କଟକଣା । ପୋଲିସ ଏଡିଜି ସୌମେନ୍ଦ୍ର ପ୍ରିୟଦଶୀ ପୁରା ବ୍ୟବସ୍ଥାର ନିଜେ ମନିଟରିଂ କରୁଥିବା ବେଳେ ପୁରା ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି ରଥଯାତ୍ରା ପରିଚାଳନା ଅଧିକାରୀ ଅରବିନ୍ଦ ଅଗ୍ରୱାଲ । ମୁଖ୍ୟମନ୍ତ୍ରୀ କହିଛନ୍ତି, ବାହୁଡ଼ା ଯାତ୍ରାକୁ ସୁଚାରୁ ଓ ସୁରକ୍ଷିତ ଭାବେ ସମାପନ କରିବାକୁ ସମସ୍ତ ପ୍ରସ୍ତୁତି କରାଯାଇଛି। ନୀତି ସହିତ ସମ୍ପୃକ୍ତ ସମସ୍ତ ସେବାୟତ ସମୟ ଅନୁଯାୟୀ ନୀତି କାନ୍ତି କରିବେ। ସିସିଟିଭି କମାଣ୍ଡ ସେଣ୍ଟର ଅନୁଧ୍ୟାନ କରିଛି । ବାହୁଡ଼ା ଯାତ୍ରା, ସୁନାବେଶ, ନିଳାଦ୍ରୀ ବିଜେ ଶୃଙ୍ଖଳିତ ସମ୍ପାଦନା ନେଇ ସମସ୍ତ ପ୍ରୟାସ ଚାଲିଥିବା କହିଛନ୍ତି ଆଇନ ମନ୍ତ୍ରୀ ।
ବାହୁଡ଼ା ନୀତି ସଅଳ ପାଇଁ ସନ୍ଧ୍ୟା ୬ ଟା ସୁଦ୍ଧା ଦର୍ଶନ ବନ୍ଦ କରାଯାଇଛି। ରାତିରେ କୁସୁମ ଲାଗି ଓ ସେନାପଟା ଲାଗି ନୀତି ହେବ ।ସକାଳୁ ମଙ୍ଗଳ ଆଳତି ସହ ସକାଳ ୮ଟାରୁ ୯ ଟା ସୁଦ୍ଧା ପହଣ୍ଡି କରିବାକୁ ଲକ୍ଷ୍ୟ ରଖାଯାଇଛି । ଦିନ ୨ ଟା ସୁଦ୍ଧା ରଥ ଟଣା କାମ ଆରମ୍ଭ କରିବାକୁ ଲକ୍ଷ୍ୟ ରହିଛି । ବିଳମ୍ୱ ହେଉ ପଛେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ସିଂହଦ୍ୱାରରେ ଲଗାଯିବ । ମାଉସୀ ମାଆ ମନ୍ଦିର ନିକଟରେ ପୋଡ଼ପିଠା ନୀତି, ଶ୍ରୀନଅର ନିକଟରେ ଲକ୍ଷ୍ମୀ ନାରାୟଣ ଭେଟ ନୀତି ସାରି ନନ୍ଦିଘୋଷ ରଥ କିଭଳି ସିଂହଦ୍ୱାରରେ ପହଞ୍ଚିବ ସେନେଇ ଗୁରୁତ୍ୱାରୋପ କରାଯାଇଛି ।
ସଅଳ ନୀତି ଓ ଶୃଙ୍ଖଳିତ ଦର୍ଶନ ଉପରେ ଫୋକସ୍ କରାଯାଇଛି। ଏହା ଫଳରେ ଆଜି ସନ୍ଧ୍ୟା ଦର୍ଶନରେ ପ୍ରବଳ ଭିଡ଼ ସତ୍ବେ କୌଣସି ବିଶୃଙ୍ଖଳା ହୋଇନାହିଁ।