Videos
|
Odisha

ଗୋରେଖନାଥଙ୍କ ଜନ୍ମ ବାର୍ଷିକତ୍ସୋବ, ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା

Smruti Parija
Browse all articles by Smruti Parija
·2 years ago·1 min read
ଗୋରେଖନାଥଙ୍କ ଜନ୍ମ ବାର୍ଷିକତ୍ସୋବ, ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକର କେରକେରା ସ୍ଥିତ ବିଭୂତି କ୍ଷେତ୍ର ବାବା ଗୋରେଖନାଥଙ୍କ ପୀଠରେ ଆସନ୍ତାକାଲି ପ୍ରଭୁ ଗୋରେଖନାଥଙ୍କ ଜନ୍ମ ବାର୍ଷିକ ଉତ୍ସବ ପାଳିତ ହେବ । ଏଥିପାଇଁ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସକାଳ ୫ ଟାରେ ପହୁଡ ଖୋଲାଯିବା ପରେ ସ୍ନାନ, ମଙ୍ଗଳ ଆଳତୀ ,ଭୋଗ ଲାଗି କରାଯିବ । 

ଏହା ସହିତ ହୋମ ଯଜ୍ଞ କରାଯାଇ ଆହୁତି ପ୍ରଦାନ କରାଯିବ । ଶ୍ରଦ୍ଧାଳୁମାନେ କିଭଳି ସୁରୁଖୁରୁରେ ବାବା ଗୋରେଖନାଥଙ୍କୁ ଦର୍ଶନ କରିପାରିବେ ସେଥିପାଇଁ ମନ୍ଦିର ପ୍ରଶାସନ‌ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁମାନଙ୍କ ପାଇଁ ମଧ୍ୟାହ୍ନରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । 

ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ମନ୍ଦିରର ଦୁଇ ଶହ ମିଟର ଦୂରରେ ଗାଡ଼ି ପାର୍କିଂ କରିବା ସହିତ ମନ୍ଦିର ଭିତରକୁ ବେଢ଼ା ବାହାରେ ବିକ୍ରୀ ହେଉଥିବା ଭୋଗ, ଦୀପ ଓ ପୂଜା ସାମଗ୍ରୀକୁ ମନ୍ଦିର ଭିତରକୁ ବାରଣ କରାଯାଇଛି । ଶ୍ରଦ୍ଧାଳୁ ମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ଼ର ମଧ୍ୟ ବ୍ୟବସ୍ଥା କରାଯାଇଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Tomorrow is Lord Gorakhnath's birth anniversary | Argus News