ଆସନ୍ତାକାଲି ସମ୍ବଲପୁରୀ ଦିନ, ଆରମ୍ଭ ହେଲାଣି ବିଭିନ୍ନ କାର୍ଯ୍ୟକ୍ରମ

Key Points
ଆସନ୍ତାକାଲି ସମ୍ବଲପୁରୀ ଦିନ
ଆରମ୍ଭ ହେଲାଣି ବିଭିନ୍ନ କାର୍ଯ୍ୟକ୍ରମ
ଦୁଲୁକିବ ପଶ୍ଚିମ ଓଡିଶା ଗାଁ ଠୁ ସହର
ଆସନ୍ତାକାଲି ସମ୍ବଲପୁରୀ ଦିନ, ଦୁଲୁକିବ ପଶ୍ଚିମ ଓଡିଶା ଗାଁ ଠୁ ସହର । ଏଥିପାଇ ସମ୍ବଲପୁରରେ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ ପାଇ ପ୍ରସ୍ତୁତି ସରିଛି। ପଶ୍ଚିମାଂଚଳ ଏକତା ମଂଚ ଏଥର ୧୩ ତମ ସମ୍ବଲପୁରୀ ଦିନ ଓ ସମ୍ବଲପୁରୀ ଏକତା ମଞ୍ଚ ୪ ଚତୁର୍ଥ ତମ ସମ୍ବଲପୁରୀ ଦିନ ପାଳନ କରିବ । ସେପଟେ ଆଜି ଠୁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହେଲାଣି। ଅଗଷ୍ଟ ୧ ତାରିଖ ସମ୍ବଲପୁରୀ ସଂସ୍କୁତି ପୁରୋଧା ଗୁରୁ ଶ୍ରୀ ସତ୍ୟାନାରାୟଣ ବହିଦାର ଜନ୍ମ ଦିନରେ ସମ୍ବଲପୁରୀ ଦିନ ପାଳନ ହେବ । ଏଥିପାଇଁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ଚଳିତ ବର୍ଷ ରାଜ୍ୟ ସ୍ତରୀୟ ୧୩ ତମ ସମ୍ବଲପୁରୀ ଦିନ ପାଳନ କରିବ । ୩୧ ତାରିଖ ରୁ ବିଭିନ୍ନ ସାଂସ୍କୁତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସମ୍ବଲପୁରୀ କବିତା ପାଠ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟାରେ ବିଭିନ୍ନ ସଂସ୍କୃତି କାର୍ଯ୍ୟକ୍ରମ ହେବ। ସେହିପରି ଅଗଷ୍ଟ ୧ରେ ସମ୍ବଲପୁରୀ ଦିନରେ ତିନ ତମାମ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ।
ଚଳିତ ବର୍ଷର ସମ୍ବଲପୁରୀ ନାଟକର ମହାନାୟକ ବୀର ସୁରେନ୍ଦ୍ର ସାଏ ଅଭିନେତା ଭୁବନ ଭୋଇଙ୍କୁ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଚୟନ କରାଯାଇଛି । ସେହିପରି ସମ୍ଵଲପୁରୀ ଏକତା ମଞ୍ଚ ଗଙ୍ଗାଧର ମଣ୍ତପରେ ଚଳିତ ବର୍ଷ ୪ ତମ ସମ୍ବଲପୁରୀ ଦିନ ପାଳନ କରୁଛନ୍ତି । ସମ୍ବଲପୁରୀ ଦିନ ପୁର୍ବରୁ ୩୧ ତାରିଖ ଗୁରୁବାର ସମ୍ବଲପୁରୀ ଝୋଟି ପ୍ରତିଯୋଗିତା ଆରମ୍ଭ ସହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ। ପଶ୍ଚିମ ଓଡିଶାର ବିଭିନ୍ନ ଜଣାଶୁଣା ସମ୍ବଲପୁରୀ କଳାକାର ମାନେ ଯୋଗ ଦେବେ। ସମ୍ବଲପୁରୀ ଦିନରେ ସମ୍ବଲପୁରୀ ନାଚ ଗୀତ, ପୋଷାକ ସହ ଖାଦ୍ୟପେୟ ବ୍ୟବସ୍ଥାର ଆୟୋଜନ ମଧ୍ୟ କରିଛନ୍ତି । ସମ୍ବଲପୁରୀ ଦିନ କେବଳ ପଶ୍ଚିମ ଓଡିଶା କି ରାଜ୍ୟରେ ନୁହେଁ ଦେଶ ଓ ଦେଶ ବାହାରେ ମଧ୍ୟ ପାଳନ କରାଯାଉଛି । ଚଳିତ ବର୍ଷ ସମ୍ବଲପୁରୀ ଦିନକୁ ରାଜ୍ୟ ସରକାର ପକ୍ଷରୁ ମଧ୍ୟ ସହମତି ସହ ବିଭିନ୍ନ ମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।