ଉଠିଲା ଛ କାଠ, ପଡ଼ିଲା ଚତୁର୍ଥ ହରିବୋଲ୍

Key Points
ସ୍ନାନଯାତ୍ରା ପାଇଁ ଚଳଚଞ୍ଚଳ ବଡ଼ଦାଣ୍ଡ
କାଲି ସ୍ନାନମଣ୍ଡପରୁ ଦର୍ଶନ ଦେବେ ଶ୍ରୀଜିଉ
୪୧ଦିନରେ ପହଁଚିଛି ମହାପ୍ରଭୁଙ୍କ ତିନି ରଥର ନିର୍ମାଣ କାର୍ଯ୍ୟ। ଗତକାଲି ତିନିରଥର ମୋଟ ୩୨ ଗୋଟି ଗୟଳ ମୋଡା କାର୍ଯ୍ୟ ସମ୍ପର୍ଣ୍ଣ କରାଯାଇଥିବା ବେଳେ ଯୋଖା କାର୍ଯ୍ୟ ସରିଥିବା ବେଳେ ତିନିରଥର ଡେରା କାର୍ଯ୍ୟ ଶେଷ ହୋଇଛି । ତିନିରଥର ମୋଟ ୪୪ ଗୋଟି ଯୋଖା କାର୍ଯ୍ୟ ଶେଷ ହୋଇଛି । ରଥ ନିର୍ମାଣରେ ଆଉ ଏକ ପର୍ଯ୍ୟାୟ କାର୍ଯ୍ୟ ଆଗକୁ ବଢିଛି । ଆଜି ତିନିରଥରେ ଛ କାଠ ଉଠାଇ ଭୋଇ ସେବକମାନେ ଚତୁର୍ଥ ହରିବୋଲ ପକାଇଛନ୍ତି।
ତିନିରଥର ମୁଖ୍ୟ ମହାରଣାଙ୍କ ତତ୍ତ୍ଵାବଧାନରେ ତିନିରଥ ମହାରଣା ସେବକ ଏବଂ ଭୋଇ ସେବକ ମାନଙ୍କ ସହଯୋଗରେ ପ୍ରଥମ ଭୂଇଁ ନିର୍ମାଣ କାର୍ଯ୍ୟ ଶେଷ କରାଯାଇଛି। ତେବେ ଆଗକୁ ଦ୍ୱିତୀୟ ଭୂଇଁ କାର୍ଯ୍ୟ କରାଯିବ ବୋଲି ଭୋଇ ସର୍ଦ୍ଦାର କହିଛନ୍ତି। ସେପଟେ ସ୍ନାନ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ପଡ଼ିଛି ବଡ଼ଦାଣ୍ଡ। ଆସନ୍ତାକାଲି ଅର୍ଥାତ୍ ଜୁନ୍ ୧୧ ରେ ପବିତ୍ର ସ୍ନାନଯାତ୍ରା। ୧୦୮ ଗରା ସୁବାଷିତ ଜଳରେ ସ୍ନାନ କରିବେ ମହାବାହୁ। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।