Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ

ଅର୍ଗସ ବ୍ୟୁରୋ: ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଅନ୍ତିମ ଦିନରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଜୋରଦାର ପ୍ରଚାର କରିଛନ୍ତି । ରାଜ୍ୟର ସମ୍ବଲପୁର, ଭୁବନେଶ୍ବର, କଟକ, ପୁରୀ, କେନ୍ଦୁଝର ଓ ଢେଙ୍କାନାଳ ଲୋକସଭା ଆସନ ଓ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତାକାଲି ସକାଳ ୭ଟାରୁ ମତଦାନ ହେବ ।  ୯୪ଲକ୍ଷ ୪୮ହଜାର ୫୫୩ଜଣ ମତଦାତା ମୋଟ ୪୪୭ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ୧୦ ହଜାର ୫୫୧ ବୁଥରେ ଭୋଟ୍ ଦେବେ ୯୪ ଲକ୍ଷ ୪୮ ହଜାର ଭୋଟର । ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ୧୨୧ କମ୍ପାନି କେନ୍ଦ୍ରୀୟ ଫୋର୍ସକୁ ମୁତୟନ କରାଯାଇଛି ।

ରାଜ୍ୟ ପୁଲିସ ମଧ୍ୟ ସୁରକ୍ଷା ଦାୟିତ୍ୱରେ ରହିବେ ବୋଲି କହିଛନ୍ତି। ତୃତୀୟ ପର୍ଯ୍ୟାୟରେ ସମ୍ବଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ, ଭୁବନେଶ୍ବରରୁ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବାଲେଶ୍ବରରୁ ପ୍ରତାପ ଷଡ଼ଙ୍ଗୀ, ପୁରୀରୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସମେତ କଟକରୁ ଭର୍ତ୍ତୃହରି ମହତାବ, ପୁରୀରୁ ଅରୂପ ପଟ୍ଟନାୟକ, କଟକରୁ ସନ୍ତୃପ୍ତ ମିଶ୍ର ପ୍ରମୁଖ ନିଜର ଭାଗ୍ୟ ପରୀକ୍ଷା  କରିବେ । ସେପଟେ ଆଜି ନିର୍ବାଚନ ମଣ୍ଡଳି ହେଡ କ୍ଵାଟରରୁ ପୋଲିଂ ପାର୍ଟି ମାନେ ବୁଥ ଅଭିମୁଖେ ବାହାରିବେ । ଏନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ।

ଅଧିକ ପଢ଼ନ୍ତୁ ନିର୍ବାଚନୀ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tomorrow is the third phase of polling in the state | Argus News