ସକାଳର ୧୦ ହେଡଲାଇନ୍ସ ସଂକ୍ଷେପରେ

୧- ଓଡ଼ିଶାରେ ଭୂକମ୍ପ ଝଟ୍କା...ଭୁବନେଶ୍ବର, ବାଲେଶ୍ବର, ପୁରୀ ସମେତ 7ଟି ସ୍ଥାନରେ ମୃଦୁ ଭୂମିକମ୍ପ...ସକାଳ ୬ଟା ୧୦ରେ ୨ରୁ୩ ସେକେଣ୍ଡ ପାଇଁ ଥରିଲା ଭୂଇଁ...ରିକ୍ଟର ସ୍କେଲରେ ତୀବ୍ରତା 5.1… ବଙ୍ଗୋପସାଗରେ ଭୂକମ୍ପ କେନ୍ଦ୍ରସ୍ଥଳ
୨- ଦୁଇ ଦିନିଆ ଆସାମ ଗସ୍ତରେ ପ୍ରଧାନମନ୍ତ୍ରୀ...ଗୌହାଟିରେ ଆଡଭାଣ୍ଟେଜ୍ ଆସାମ ୨.୦ ସମ୍ମିଳନୀକୁ ଉଦଘାଟନ କରିବେ ମୋଦି ... ଔଦ୍ୟୋଗିକ ବିକାଶ, ବ୍ୟାବସାୟିକ ସହଭାଗିତା, MSME ଭଳି ବିଭିନ୍ନ ପ୍ରସଙ୍ଗରେ ହେବ ଆଲୋଚନା...
୩- ଦିଲ୍ଲୀରେ ବିଜେପି ସରକାର ଗଠନ ପରେ ଆରମ୍ଭ ହୋଇଛି ବିଧାନସଭା ଅଧିବେଶନ....ଆଜି ଉପସ୍ଥାପିତ ହେବ ସିଏଜି ରିପୋର୍ଟ...ଖୋଲିପାରେ ଆମ୍ ଆଦମୀ ପାର୍ଟି ଦୁର୍ନୀତିର ଲମ୍ବା ଚିଠା...ଗୃହକୁ ସମ୍ବୋଧନ କରିବେ ଉପରାଜ୍ୟପାଳ ଭି.କେ ସକ୍ସେନା ...ଗତକାଲି ପ୍ରଥମ ଦିନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ହୋଇଥିଲା ଗୃହ...
୪- ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁର ଗସ୍ତର ତୃତୀୟ ଦିନ...ଭୀମ ମଣ୍ଡଳୀ ପର୍ଯ୍ୟଟନ କ୍ଷେତ୍ର ପରିଦର୍ଶନ କରିବା ସହ ସମ୍ବଲପୁର ଜିଲ୍ଲା ପ୍ରଶାସନ ସହ ଗୁରୁତ୍ୱପୂର୍ଣ୍ଣ ବୈଠକରେ କରିବେ ଯୋଗଦାନ...ବୁଣାକାରଙ୍କୁ ହସ୍ତତନ୍ତ ଉପକରଣ ଏବଂ ଲାଇଟିଂ ୟୁନିଟ ସହାୟତା କରିବେ ପ୍ରଦାନ
୫- ହଷ୍ଟେଲରେ ଅବ୍ୟବସ୍ଥା ଓ ଦୁର୍ବ୍ୟବହାର ନେଇ ସ୍କୁଲପିଲାଙ୍କ ପ୍ରତିବାଦ...ଜିଲ୍ଲାପାଳଙ୍କ ପାଖରେ ଫେରାଦ ହେବାକୁ 25 କିଲୋମିଟର ଚାଲିଲେ ମୟୂରଭଞ୍ଜ ଖୁଣ୍ଟା ବାସିପିଠା ସରକାରୀ ଏସ.ଏସ.ଡି ହାଇସ୍କୁଲର ଶତାଧିକ ପିଲା...ନିମ୍ନମାନର ଖାଦ୍ୟ ସହ ଶିକ୍ଷକ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଥିବା ଅଭିଯୋଗ କରିଛନ୍ତି... ସେପଟେ ଛାତ୍ରଙ୍କୁ ହଷ୍ଟେଲକୁ ଫେରାଇ ନେବାକୁ ଜିଲ୍ଲା ପ୍ରଶାସନ ଉଦ୍ୟମ ଜାରି ରଖିଛି
୬- ତେଲେଙ୍ଗାନାର ସୁଡଙ୍ଗରେ ଏବେ ବି ଫସିଛି ୮ ଜୀବନ … ଶ୍ରମିକଙ୍କ ପାଖରେ ପହଞ୍ଚିପାରୁନାହାନ୍ତି ଉଦ୍ଧାରକାରୀ ଟିମ୍ … ଏଣ୍ଡୋସ୍କୋପିକ୍ ଓ ରୋବୋଟିକ୍ କ୍ୟାମେରାର ନିଆଯାଉଛି ସହାୟତା …ଉଦ୍ଧାର ପାଇଁ ସେନା କର୍ମଚାରୀ, ଏନ୍ଡିଆର୍ଏଫ୍ ଟିମ୍ ଓ ଅନ୍ୟ ଏଜେନ୍ସିଙ୍କ ପ୍ରୟାସ
୭- କେରଳ ଥିରୁଅନନ୍ତପୁରରେ ଲୋମଟାଙ୍କୁରା ହତ୍ୟାକାଣ୍ଡ: ବ୍ୟବସାୟରେ କ୍ଷତି ଯୋଗୁଁ ନିଜ ପରିବାର ସହ ପ୍ରେମିକାକୁ ହତ୍ୟା କଲା ପିଶାଚ ପ୍ରେମିକ। ପ୍ରେମିକା ସହ ୬ ଜଣଙ୍କୁ ବିଭତ୍ସ ହତ୍ୟା କଲା ୨୩ବର୍ଷୀୟ ଯୁବକ
୮- ଆସନ୍ତାକାଲି ପ୍ରୟାଗରାଜରେ ଅନ୍ତିମ ମହାସ୍ନାନ...ମହାଶିବରାତ୍ରୀରେ କୋଟି କୋଟି ଶ୍ରଦ୍ଧାଳୁ ପକାଇବେ ବୁଡ଼...ଏବେ ସୁଦ୍ଧା ଗଙ୍ଗାରେ ପବିତ୍ର ସ୍ନାନ କରିସାରିଲେଣି ୬୨ କୋଟିରୁ ଅଧିକ ଭକ୍ତ...ଶିବରାତ୍ରୀରେ ସହରରେ ହେବାକୁ ଥିବା ଶୋଭାଯାତ୍ରା ବନ୍ଦ କରିବାକୁ ପ୍ରଶାସନର ନିଷ୍ପତ୍ତି।
୯- ମହାକୁମ୍ଭରେ ଶାଶୁଙ୍କ ସହ ବୁଡ ପକାଇଲେ ବଲିଉଡର ସୁନ୍ଦରୀ ବୋହୂ କ୍ୟାଟ୍ରିନା କୈଫ: ସ୍ଵାମୀ ଚିଦାନନ୍ଦ ସରସ୍ୱତୀଙ୍କଠୁ ନେଲେ ଆର୍ଶିବାଦ
୧୦- ଆଜି ପଡିବ ହାତଗଣ୍ଠି.....୧୩ ବର୍ଷ ଅପେକ୍ଷାର ହେଲା ଅନ୍ତ....ଫେମସ ୟୁଟ୍ୟୁବର ତଥା ମିସମ୍ୟାଚ୍ଡ୍ ଆକ୍ଟ୍ରେସ ପ୍ରାଯକ୍ତା କୋହଲି ଆଜି ବିବାହ କରିବାକୁ ଯାଉଛନ୍ତି ନିଜର ବୟଫ୍ରେଣ୍ଡ ବୃଶଂକ୍ ଖନଲଙ୍କ ସହ....ତେବେ ବାହାଘରରେ ପ୍ରାଯକ୍ତା ନିଜ ମାଆଙ୍କ ବିବାହ ଶାଢୀ ସହ ଗହଣା ପିନ୍ଧିବେ