ଦିନର ୧୦ ବଡ଼ ଖବର ସଂକ୍ଷେପରେ

୧- ଖୋର୍ଦ୍ଧା ପିତାପଲ୍ଲୀ ଛକରେ ଦୁର୍ଘଟଣା...ଟ୍ରକକୁ ପଛପଟୁ ଧକ୍କା ଦେଲା କାର.... ଦୁର୍ଘଟଣାରେ ୩ ଜଣଙ୍କ ମୃତ ହୋଇଥିବା ସୂଚନା.. ମୃତକ ପୁରୀ ଚନ୍ଦନପୁର ଅଞ୍ଚଳର...ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା
୨- ଦେଶକୁ ଅପମାନିତ ଓ କେନ୍ଦ୍ର ସରକାରଙ୍କ ଉଦବେଗ ପରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ 3 ଘଣ୍ଟା ଜେରା ...ଶୁକ୍ରବାର KIITର ୮ ଅଧିକାରୀଙ୍କ ବୟାନ ରେକର୍ଡ କଲେ ଉଚ୍ଚସ୍ତରୀୟ ତଦନ୍ତ କମିଟି... କଣ ବାହାରିବ ନିଷ୍କର୍ସ ତାକୁ ଅପେକ୍ଷା ... ସେପଟେ କିଟର ଜମି କେଳେଙ୍କାରୀ, ଆଦିବାସୀ ଜମି ହଡପ୍ ଅଭିଯୋଗର ହେବ କି ତଦନ୍ତ
୩- ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲାର ଆରମ୍ଭ ହେଲା ପୁନଃତଦନ୍ତ.....ଝାରସୁଗୁଡ଼ା ପୋଲିସ ପକ୍ଷରୁ ତଦନ୍ତକାରୀ ଅଧିକାରୀଙ୍କ ଖୋଳତାଡ଼....ସାକ୍ଷୀ ହେମସାଗର ନାଏକଙ୍କୁ ଦୀର୍ଘ 6 ଘଣ୍ଟା ମାରାଥନ୍ ଜେରା....ଘଟଣା ଦିନର ଲିଖିତ ଅଭିଯୋଗ ସମ୍ପର୍କରେ କହି ପାରିଲେନି ହେମସାଗର....ହେମସାଗରଙ୍କ କଥାରେ ତାଳମେଳ ରହୁନଥିବା ସୂଚନା...
୪- କଟକ ଜିଲ୍ଲାରେ ସ୍ବାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର....୨୬ ଲକ୍ଷ ଲୋକଙ୍କ ପାଇଁ ଅଛନ୍ତି ମାତ୍ର ୨୬୫ ଜଣ ଡାକ୍ତର....ଜିଲ୍ଲାରେ ସ୍ବାସ୍ଥ୍ୟବସ୍ଥାର ହତ୍ୟା କରିଦେଇଗଲା ୨୪ ବର୍ଷର ବିଜେଡି ସରକାର...ଗ୍ରାଉଣ୍ଡରେ ସ୍ଥିତି ପରଖିଲା ଟିମ୍ ଅର୍ଗସ....
୫- ଆଜିଠାରୁ ଭୁବନେଶ୍ବର ଜନତା ମୈଦାନରେ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା...ଭାଗ ନେବେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା SHG ଓ ଉତ୍ପାଦକ ଗୋଷ୍ଠୀ...୩୦୦ରୁ ଅଧିକ ଷ୍ଟଲରେ ବିକ୍ରି ହେବ ବିବିଧ ସାମଗ୍ରୀ...ଗ୍ରାମୀଣ ମହିଳା ଉଦ୍ୟୋଗୀଙ୍କୁ କ୍ରେତା, ବ୍ୟବସାୟ ଓ ବଜାର ସହ ଯୋଡ଼ିବାକୁ ସରକାରଙ୍କ ଉଦ୍ୟମ...
୬- ଆଜି କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ...ପୁରୁଣା ସହର ରାଜବାଟି ନିକଟରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟର "ସୁଖ ଶାନ୍ତି ସରୋବର" ନୂତନ ଭବନକୁ କରିବେ ଉଦଘାଟନ...ସଭାସ୍ଥଳରେ ଉପସ୍ଥିତ ଜନତାଙ୍କୁ କରିବେ ସମ୍ବୋଧନ...
୭- FBIର ନିର୍ଦ୍ଦେଶକ ଭାବେ ଶପଥ ନେଲେ ଭାରତୀୟ ବଂଶୋଦ୍ଭବ କାଶ ପଟେଲ...ହ୍ବାଇଟ୍ ହାଉସରେ ଗୀତା ଛୁଇଁ ଶପଥ ନେଲେ...ଡୋନାଲ୍ଡ ଟ୍ରମ୍ପଙ୍କ ଦୃଢ ସମର୍ଥକ ଭାବେ ଜଣାଶୁଣା କାଶ..
୮- BBC ଇଣ୍ଡିଆ ଉପରେ ୩.୪୪ କୋଟି ଟଙ୍କା ଜରିମାନା ଲଗାଇଲା ଇଡି ସେପଟେ ନିର୍ଦ୍ଦେଶକଙ୍କ ଉପରେ ବି ନିଆଗା ଆକ୍ସନ
୯- ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା ଦୁହେଁ ଏବେ ଅଫିସିଆଲି ଅଲଗା ହୋଇଯାଇଛନ୍ତି.....ସେମାନଙ୍କର ଆଇନଗତ ଭାବରେ ଛାଡପତ୍ର ହୋଇଛି
୧୦- ରାଜ୍ୟର ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା....ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାସହ ୪୦ରୁ ୫୦ କିମି ବେଗରେ ପବନ ବି ବହିପାରେ । ଏଥିପାଇଁ ଏହି ୪ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ