Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News -   ଯାତ୍ରୀଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ ସର୍ବୋଚ୍ଚ ପ୍ରାଥମିକତା - ପୂର୍ବତଟ ରେଳପଥ

Odisha

  ଯାତ୍ରୀଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ ସର୍ବୋଚ୍ଚ ପ୍ରାଥମିକତା - ପୂର୍ବତଟ ରେଳପଥ

Smruti Parija
Browse all articles by Smruti Parija
·1 year ago·4 min read
  ଯାତ୍ରୀଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ ସର୍ବୋଚ୍ଚ ପ୍ରାଥମିକତା - ପୂର୍ବତଟ ରେଳପଥ

Key Points

■    ନିରାପତ୍ତା ପାଇଁ ଟ୍ରେନ୍ ସେବା ବାତିଲ୍  

■    ପରିସ୍ଥିତିର 24X7 ନିୟନ୍ତ୍ରଣ ପାଇଁ ରେଳ ସଦନରେ ପୂର୍ବତଟ ରେଳପଥର ବିପର୍ଯ୍ୟୟ ପରିଚାଳନା ସେଲ୍ 

■    ଟ୍ରେନ୍ ଚଳାଚଳ ଏବଂ ଶୀଘ୍ର ପୁନରୁଦ୍ଧାର ଉପରେ ନଜର ରଖିବା ପାଇଁ ଖୋର୍ଦ୍ଧା ରୋଡ୍, ସମ୍ବଲପୁର ଏବଂ ୱାଲଟିୟରରେଳ ମଣ୍ଡଳରେ 24 ଘଣ୍ଟିଆ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା "ଦାନ" କୁ ମୁକାବିଲା କରିବା ସହିତ ଯାତ୍ରୀମାନଙ୍କ ସୁରକ୍ଷା ଏବଂ ରେଳ ଚଳାଚଳ ସୁନିଶ୍ଚିତ କରିବା ପାଇଁ ପୂର୍ବତଟ ରେଳପଥ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛି । ଅତୀତର ବାତ୍ୟା ବିଭୀଷିକାର ଅଭିଜ୍ଞତା ଉପରେ ଧ୍ୟାନ ଦେଇ ଟ୍ରେନ୍ ସେବା ଉପରେ ସମ୍ଭାବ୍ୟ ପ୍ରଭାବକୁ ହ୍ରାସ କରିବାକୁ ପୂର୍ବତଟ ରେଳପଥ ସକ୍ରିୟ ଭାବରେ ପ୍ରସ୍ତୁତ ହୋଇଛି ।

ବାତ୍ୟା ମୁକାବିଲାର ପ୍ରସ୍ତୁତତାକୁ ସୁନିଶ୍ଚିତ କରିବା ପାଇଁ, ପୂର୍ବତଟ ରେଳପଥ ଏହାର ମୁଖ୍ୟାଳୟ ରେଳ ସଦନ ସହିତ ଖୋର୍ଦ୍ଧା ରୋଡ, ବିଶାଖାପାଟନମ୍ ଏବଂ ସମ୍ବଲପୁରରେ ଥିବା ରେଳ ମଣ୍ଡଳ ମୁଖ୍ୟାଳୟରେ 24 ଘଣ୍ଟିଆ  ବିପର୍ଯ୍ୟୟ ପରିଚାଳନା ନିୟନ୍ତ୍ରଣ କକ୍ଷକୁ ସକ୍ରିୟ କରିଛି । ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁଥିବା ଟ୍ରେନ୍ ସେବା ଏବଂ ରେଳ ଭିତ୍ତିଭୂମିର ଶୀଘ୍ର ପୁନରୁଦ୍ଧାର ପାଇଁ ଏହି ଦଳଗୁଡିକ ଉତ୍ସର୍ଗୀକୃତ ରହି ସେମାନଙ୍କର କାର୍ଯ୍ୟ ସମ୍ପାଦନ କରିବେ ।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ବାତ୍ୟା ସମ୍ବନ୍ଧୀୟ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ଟ୍ରେନ ଯାତ୍ରୀ ମାନଙ୍କୁ ଶୂନ ବିପଦ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରମୁଖ ବିଭାଗୀୟ ଅଧିକାରୀ ମାନଙ୍କ ସହ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଟ୍ରାକ ମାନଙ୍କର ଶୀଘ୍ର ପୁନରୁଦ୍ଧାର, ସିଗନାଲିଂ ସିଷ୍ଟମ ଏବଂ ବିଦ୍ୟୁତିକରଣ ଇତ୍ୟାଦି ପାଇଁ ସ୍ୱତନ୍ତ୍ର ଦଳ ନିୟୋଜନ, ବାତ୍ୟା ପରେ ଟ୍ରେନ୍ ସେବାଗୁଡିକର ଶୀଘ୍ର ପୁନରୁଦ୍ଧାର ସୁନିଶ୍ଚିତ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ ।

ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା 

ଟ୍ରାକ୍, ସିଗନାଲ୍ ସିଷ୍ଟମ୍ ଏବଂ ବିଦ୍ୟୁତିକରଣ ପ୍ରକ୍ରିୟାଗୁଡ଼ିକର ଶୀଘ୍ର ପୁନରୁଦ୍ଧାର ପାଇଁ ବିଶେଷଜ୍ଞ ଦଳଗୁଡିକୁ ସ୍ଥାନିତ କରି ପୂର୍ବତଟ ରେଳପଥ ଯାତ୍ରୀ ସୁରକ୍ଷାକୁ ପ୍ରାଥମିକତା ଦେଇଛି । ବିଦ୍ୟୁତ୍ ସରବରାହ ବନ୍ଦ ହେଲେ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବାକୁ ଡିଜେଲ ଲୋକୋମୋଟିଭ୍ ଗୁଡିକୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଅଛି ।

ସଙ୍କଟ ସମୟରେ ଯୋଗାଯୋଗ ବଜାୟ ରଖିବା ପାଇଁ ସାଟେଲାଇଟ୍ ଫୋନ୍ ସହିତ ସଜାଯାଇଥିବା ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷଗୁଡ଼ିକ ଦିନରାତି କାର୍ଯ୍ୟକ୍ଷମ କରିବ । ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ରେଡ୍ ଆଲର୍ଟ ଜାରି କରାଯିବା ସହିତ ପୂର୍ବତଟ ରେଳପଥ ବ୍ରହ୍ମପୁର-ଭଦ୍ରକ ରେଳ ସେକ୍ସନ ମଧ୍ୟରେ ଥିବା ସମସ୍ତ ଷ୍ଟେସନରେ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ।

ଟ୍ରେନ ସେବା ସମନ୍ୱୟ ରଖିବା 

* ବାତ୍ୟା ବିପଦକୁ ଦୃଷ୍ଟିରେ ରଖି ବିଭିନ୍ନ ଟ୍ରେନ୍ ସେବା (ବୁଲେଟିନ୍ -1 ସଂଲଗ୍ନ) ବାତିଲ କରିବାକୁ ପୂର୍ବତଟ ରେଳପଥ କଠିନ ନିଷ୍ପତ୍ତି ନେଇଛି ।

ବିପଦକୁ କମ୍ କରିବା ଏବଂ ସମସ୍ତ ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଏହି ସଂଶୋଧନଗୁଡ଼ିକ ଆବଶ୍ୟକ । ବାତ୍ୟା ପରେ ଟ୍ରେନ ଚଳାଚଳ ପାଇଁ ଅନୁମତି ପାଇବା ପରେ ଯଥାଶୀଘ୍ର ସାଧାରଣ ସେବାଗୁଡିକ ପୁନରୁଦ୍ଧାର ପାଇଁ ପୂର୍ବତଟ ରେଳପଥ ପ୍ରତିବଦ୍ଧ ଅଟେ । ଯାତ୍ରୀମାନଙ୍କୁ ରେଳବାଇ ସାମାଜିକ ଗଣମାଧ୍ୟମ କିମ୍ବା ୱେବସାଇଟରେ ଟ୍ରେନ ଚଳାଚଳର ସଠିକତା ଯାଞ୍ଚ କରି ଅବଗତ ରହିବାକୁ କୁହାଯାଇଅଛି ।

 ଉଭୟ ଟ୍ରେନ୍, ଟ୍ରାକ୍ ଏବଂ ଯାତ୍ରୀଙ୍କ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ବାତ୍ୟାର ପ୍ରଭାବକୁ କମ୍ କରିବାକୁ ପୂର୍ବ ତଟ ରେଳପଥ ସତର୍କତାମୂଳକ ପଦକ୍ଷେପ ଯୋଜନା କରିଛି । ଏଗୁଡ଼ିକ ହେଉଛି…

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

■    ପ୍ରବଳ ବର୍ଷା ହେତୁ ରେଳ ବ୍ରିଜ୍, ଟ୍ରାକ, ୟାର୍ଡ, OHE ଏବଂ ସିଗନାଲ୍ ସିଷ୍ଟମକୁ ସଂରକ୍ଷଣ କରିବା ପାଇଁ ତୀକ୍ଷ୍ଣ ନଜର ରଖାଯାଉଅଛି ।

■    ଜଳବନ୍ଦୀ କରୁଥିବା ବିଭିନ୍ନ ବାଧାବିଘ୍ନକୁ ତୁରନ୍ତ ନିଷ୍କାସନ କରିବା ।

■    ପାଟ୍ରୋଲମ୍ୟାନ୍ ଏବଂ ୱାଚମ୍ୟାନ୍ ମାନଙ୍କୁ ସମ୍ବେଦନ ଅଂଚଳ ଗୁଡିକରେ ନିୟୋଜନ କରିବା ।

■    ପ୍ରବଳ ବର୍ଷା ଜନିତ ବନ୍ୟା ପରିସ୍ଥିତିକୁ ନଜର ରଖିବା ପାଇଁ ସେକ୍ସନାଲ ଗ୍ୟାଙ୍ଗମେନ ଟ୍ରାକରେ ପାଟ୍ରୋଲିଂ କରିବେ ।

■    ପର୍ଯ୍ୟାପ୍ତ ପରିମାଣର ସାଇକ୍ଲୋନ୍ ପୁନରୁଦ୍ଧାରର ରିଜର୍ଭ ସାମଗ୍ରୀ ଷ୍ଟକ୍ କରିବା ପାଇଁ ବ୍ୟବସ୍ଥା ।

■    ପାଣିପାଗ ବିଭାଗ ଏବଂ ଅନ୍ୟାନ୍ୟ ସରକାରୀ ସଂସ୍ଥା ମାନଙ୍କ ସହିତ ସମନ୍ୱୟ ।

ପ୍ରବଳ ବର୍ଷା ସମୟରେ ଟ୍ରକ ଓ ରେଳଧାରଣର ଅବସ୍ଥିତିକୁ ନଜର ରଖିବା ପାଇଁ ରେଲୱେ ଟ୍ରାକର ପାଟ୍ରୋଲିଂ ଯୋଜନା କରାଯାଇଛି । ଯାହାଦ୍ୱାରା ଯଦି କୌଣସି ବିପଦ କିମ୍ବା ବାଧା ଉପୁଜିବାର ସମ୍ଭାବନା ଥିବ, ତାହେଲେ ନିୟୋଜିତ କର୍ମଚାରୀ ମାନେ ପୂର୍ବରୁ ସୂଚନା ପ୍ରଦାନ କରି ଏହାର ତଦାରଖ କରଫଇପାରିବେ ଏବଂ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ କୌଣସି ଅସାଧାରଣ ଘଟଣା ନପହଞ୍ଚିବ ସେଥିପ୍ରତି ଧ୍ୟାନ ଦିଆଯାଉଅଛି । ଷ୍ଟେସନାରୀ ପାଟ୍ରୋଲିଂ ଏବଂ ୱାଚମେନଙ୍କୁ ମଧ୍ୟ ସମ୍ବେଦନଶୀଳ ସ୍ଥାନରେ ନିୟୋଜିତ କରାଯାଇଛି ।  ସମ୍ବେଦନଶୀଳ ରେଳ ସେକ୍ସନରେ ମୋବାଇଲ୍ ପାଟ୍ରୋଲମ୍ୟାନ୍ ମଧ୍ୟ ନିୟୋଜିତ ହୋଇଛନ୍ତି ।

ପୂର୍ବତଟ ରେଳପଥ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ଯେ ଯେତେବେଳେ ପ୍ରବଳ ବର୍ଷା ଅନୁଭୂତ ହେବ, ବିଭାଗୀୟ ଗ୍ୟାଙ୍ଗମେନମାନେ ନିଜ ନିଜ ଟ୍ରାକରେ ପାଟ୍ରୋଲିଂର ଆୟୋଜନ କରିବେ ଯାହା ସୁନିଶ୍ଚିତ କରିବ ଯେ ଟ୍ରେନ୍ ଗୁଡ଼ିକ ଯାତାୟାତ ପାଇଁ ସୁରକ୍ଷିତ ।

ଚିହ୍ନିତ ସମ୍ବେଦନଶୀଳ ସ୍ଥାନରେ ପର୍ଯ୍ୟାପ୍ତ ପରିମାଣର ବାତ୍ୟା ସରଞ୍ଜାମ ଗଛିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଇଞ୍ଜିନିୟରିଂ ରିଲିଫ୍ ଭ୍ୟାନ୍ ଏବଂ ସେମାନଙ୍କର ଯନ୍ତ୍ରପାତି ପ୍ରସ୍ତୁତ ରଖାଯାଇଛି । ସିସି କ୍ରିବ୍ସ ଏବଂ ରିଲିଫ୍ ଗାର୍ଡର୍ ଗୁଡିକ ମଧ୍ୟ ପ୍ରସ୍ତୁତ ରଖାଯାଇଅଛି ଯାହାଦ୍ୱାରା ସେଗୁଡିକ ଆବଶ୍ୟକତା ଅନୁଯାୟୀ ଉପଯୋଗ କରାଯାଇ ପାରିବ ।

କୌଣସି ଜରୁରୀକାଳୀନ ପୁନରୁଦ୍ଧାର କାର୍ଯ୍ୟରେ ସହଜ ହେବା ପାଇଁ ଡିଜେଲ ଲୋକୋମୋଟିଭ୍, ଟାୱାର ୱାଗନ୍ସ ଏବଂ ଅନ୍ୟାନ୍ୟ ହେଭି ମେକାନିଜିମ୍ ଗୁଡିକୁ ସମ୍ବେଦନଶୀଳ ସ୍ଥାନରେ ରଖାଯାଇଅଛି ଯାହାଦ୍ୱାରା ଯୋଜନା ଅନୁଯାୟୀ କାର୍ଯ୍ୟକାରୀ କରାଯାଇ ହେବ ।

24 ଘଣ୍ଟିଆ କାର୍ଯ୍ୟକରୁଥିବା ପୂର୍ବତଟ ରେଳପଥର କଣ୍ଟ୍ରୋଲ ଅଫିସ (ନିୟନ୍ତ୍ରଣ କାର୍ଯ୍ୟାଳୟ) ନିୟମିତ ଭାବେ ପାଣିପାଗ ବିଭାଗ, ବିପର୍ଯ୍ୟୟ ପରିଚାଳନା ସେଲ୍ ଏବଂ ଅନ୍ୟାନ ସରକାରୀ ସଂସ୍ଥା ସହିତ ନିରନ୍ତର ସମନ୍ୱୟ ରଖିଅଛି ଏବଂ ବନ୍ୟା ପ୍ରବଣ ଅଞ୍ଚଳରେ ନିୟୋଜିତ କର୍ମଚାରୀଙ୍କ ସହ ଘନିଷ୍ଠ ସମ୍ପର୍କ ରଖିଛି ।

Argus Whatsapp Channel Mobile Top
Sponsored
Top priority for safety and security of passengers - East Coast Railway | Argus News