Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୧୯ରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଜନତା ମଇଦାନରେ ଚାଲିବ ତୋଷାଳି ମେଳା

Ritu Das
Browse all articles by Ritu Das
·1 year ago·1 min read
୧୯ରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଜନତା ମଇଦାନରେ ଚାଲିବ ତୋଷାଳି ମେଳା

ଆରମ୍ଭ ହେଲା ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୨୫। ୧୯ରୁ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଭୁବନେଶ୍ଵର ଜନତା ମଇଦାନରେ ଚାଲିବ ତୋଷାଳି ମେଳା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମେଳାକୁ ଉଦଘାଟନ କରିଛନ୍ତି। ପ୍ରଥମେ ଥିମ ପାଭିଲିୟନ ଓ ପରେ ଡିଜାଇନର କଲେକ୍ସନ ଷ୍ଟଲକୁ ଉଦଘାଟନ କରିଛନ୍ତି। ମେଳାରେ ୬୫୦ରୁ ଅଧିକ ଷ୍ଟଲ ଲାଗିଛି। ଦିନ ୩ଟାରୁ ରାତି ୧୦ଟା ଯାଏଁ ମେଳା ଚାଲିବ। ତୋଷାଳି ମେଳାରେ ୩୦ ଲକ୍ଷ ଜନସମାଗମ ସହ ୨୮ କୋଟିର ବେପାର ହେବା ନେଇ ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ସରକାରଙ୍କ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ୨୫୦ ଷ୍ଟଲ, ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ୧୧୦ଟି ଷ୍ଟଲ ବ୍ୟବସ୍ଥା ହୋଇଛି ।


ଓଡିଶାର ପାରମ୍ପରିକ ଖାଦ୍ୟ ପାଇଁ ୩୫ଟି ଷ୍ଟଲ ରହିଛି। ଏତଦ ବ୍ୟତୀତ ବିଭିନ୍ନ ଶିକ୍ଷାନୁଷ୍ଠାନ, ଭାରତ ତଥା ଓଡିଶା ସରକାରଙ୍କ ଅଧିନସ୍ଥ ହସ୍ତଶିଳ୍ପ ଏବଂ ହସ୍ତତନ୍ତ ଭିତ୍ତିକ ସଂସ୍ଥାମାନେ ବିଭିନ୍ନ ଷ୍ଟଲରେ ଦର୍ଶକମାନଙ୍କୁ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଷୟରେ ଅବଗତ କରିବେ ବୋଲି ଉଦଘାଟନୀ ଉତ୍ସବରେ ସଚିବ କହିଛନ୍ତି । ଦିବ୍ୟ।ଙ୍ଗ ଓ ବୟସ୍କଙ୍କ ପାଇଁ ସ୍ଵତନ୍ତ୍ର ହେଲ୍ପ ଡେସ୍କ, ହ୍ଵିଲ ଚେୟାର ଏବଂ ଦିବ୍ୟାଙ୍ଗ ଓ ମହିଳାଙ୍କ ପାଇଁ ସ୍ଵତନ୍ତ୍ର ଶୌଚାଳୟର ବ୍ୟବସ୍ଥା ବି କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored