Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିକାଶ ଅପେକ୍ଷାରେ ବାଲେଶ୍ୱର

Smruti Parija
Browse all articles by Smruti Parija
·1 year ago·2 min read
ବିକାଶ ଅପେକ୍ଷାରେ ବାଲେଶ୍ୱର

ବାଲେଶ୍ୱର: କଳା, ସଂସ୍କୃତିର ସହର ବାଲେଶ୍ଵର । ଯେଉଁଠି ରହିଛି ଭରପୁର ପର୍ଯ୍ୟଟନସ୍ଥଳୀ । ବିସ୍ତୀର୍ଣ୍ଣ ବେଳାଭୂମି ସହ ଅନେକ ପ୍ରସିଦ୍ଧ ଶୈବ ପୀଠ ...ପୁଣି ଘଞ୍ଚ ଜଙ୍ଗଲ ଭରା ପାହାଡ଼ ପର୍ବତ ସାଥିରେ ଗାନ୍ଧୀ ଓ ବ୍ରିଟିଶ ଅମଳର ଇତିହାସ । ହେଲେ ସବୁ ଆଜି ଅବହେଳିତ ଅବସ୍ଥାରେ ପଡିଛି । 

ଏ ହେଉଛି ଚାନ୍ଦିପୁର ବେଳାଭୂମି, ଏସିଆ ମହାଦେଶର ବିରଳ ଏକ ବେଳାଭୂମି । ଯାହା ପ୍ରତ୍ୟେକ ବର୍ଷ ପର୍ଯ୍ୟଟକଙ୍କୁ ମଧ୍ୟ ଖୁବ୍ ଆକୃଷ୍ଟ କରେ । 

ଯିବା ପାଇଁ ସଠିକ୍ ଢଙ୍ଗରେ ରାସ୍ତା ଟିକେ ନଥିବାବେଳେ ବେଳାଭୂମି ପରିବେଶ ମଧ୍ୟ ଅପରିଷ୍କାରରେ ଭର୍ତ୍ତି । ସେମିତି ଆଲୋକୀକରଣ କି ପାନୀୟ ଜଳର ସୁବିଧା ବି ଏଠି ସାତସପନ । ଆଉ ସମିତି ଇଏ ଏକ ବେଳାଭୂମି ଦୁବିଲାଗଡି । ପ୍ରାକୃତିକ ପରିବେଶ ସହ ଝାଉଁ ବଣ ଓ ନାଲି କଙ୍କଡା ଖୁବ୍ ମନ ଲୋଭାଇଥାଏ ପର୍ଯ୍ୟଟକଙ୍କର । ହେଲେ ଏଠିବି ସପନ ପାଲଟିଛି ମୌଳିକ ସୁବିଧା । କେବଳ ସେତିକି ନୁହଁ । ଦ୍ୱିତୀୟ ବୃନ୍ଦାବନ କୁହା ଯାଉଥିବା ଏ କ୍ଷୀର ଚୋରା ଗୋପୀନାଥ ମନ୍ଦିର । ଦେଶ ଓ ଦେଶ ବାହାରୁ ମଧ୍ୟ ଅନେକ ଶ୍ରଦ୍ଧାଳୁ ଆସି ଏଠାର ଭିଡ ଜମାନ୍ତି । କିନ୍ତୁ ଏଠି ବି ନା ଅଛି ରହଣିର ବ୍ୟବସ୍ଥା ନା ଯାତାୟତରେ ସଠିକ୍ ମାଧ୍ୟମ । 

୧୨ ମାର୍ଚ୍ଚ ୧୯୩୦ର ଲବଣ ସତ୍ୟାଗ୍ରହର ଏକ ଅନନ୍ୟ କାହାଣୀ ବଖାଣେ ଏହି ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ସ୍ମୃତି ସ୍ତମ୍ଭ । ହେଲେ ସବୁ କିଛି ଆଜି ଅଣଦେଖା ହୋଇ ପଡ଼ି ରହିଥିବାବେଳେ କେବଳ ଯେ ବ୍ୟବସ୍ଥା ଏଠି ସପନ ତା ନୁହେଁ ପର୍ଯ୍ୟଟକ ମଧ୍ୟ ସପନ ପାଲଟିଲେଣି । ତେବେ ଏହାର ବିକାଶ ହେଲେ ସମଗ୍ର ବାଲେଶ୍ଵରର ବିକାଶ ହୋଇପାରନ୍ତା ବୋଲି କୁହନ୍ତି ବାଲେଶ୍ଵରବାସୀ। 

ପର୍ଯ୍ୟଟନ ଦୃଷ୍ଟିରୁ ସବୁଥିରେ ପରିପୂର୍ଣ୍ଣ ଥିବା ବାଲେଶ୍ୱର ଆଜି ଅବହେଳାର ଚରମ ସୀମାରେ । ଉଦୟପୁର ବେଳାଭୂମି, ଡଗରା, ଦୁବୁଲା ଗଡି, ଚାନ୍ଦିପୁର ଭଳି ଅନେକ ବେଳାଭୂମି ଏଠି ଲୁଚି ରହିଛି । ସେମିତି ବଣ ପାହାଡ଼ ଭିତରେ ହଜିବାକୁ ବସିଲାଣି କୁଲଢ଼ିଆ ଭଳି ପ୍ରାକୃତିକ ପରିବେଶ ଓ ପଞ୍ଚଲିଙ୍ଗେଶ୍ୱର ଶୈବ ପୀଠ । ବାଲେଶ୍ବରର ପୂର୍ବତନ ବିଧାୟକଙ୍କ କହିବା କଥା ୨୪ ବର୍ଷ ଧରି ପୂର୍ବ ସରକାରଙ୍କ ସମୟର ଅବହେଳା ଯୋଗୁଁ ଆଜି ଏମିତି ଅଵସ୍ଥା । ଯେତିକି ବିକାଶ ଆବଶ୍ୟକ ଥିଲା ସେତିକି ହୋଇ ପାରିନାହିଁ । ଅନ୍ୟପକ୍ଷରେ ବାଲେଶ୍ଵର ଉପଜିଲ୍ଲାପାଳ କହିଛନ୍ତି ଏ ସବୁ ପୁନର୍ବାର ତାଲିକାରେ ଅନ୍ତର୍ଭୁକ୍ତ କରି ଏହି ସ୍ଥାନ ସବୁ କେମିତି ବିକଶିତ କରାଯାଇ ପାରିବା ତା ଉପରେ ଦୃଷ୍ଟି ଦିଆଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
tourism-day-lack-of-basic-fascilities-in-different-tourist-place-of-baleswar | Argus News